ଭାରତର ୨୩ ଟି ରାଜ୍ୟରେ ଓମିକ୍ରନ୍, ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ମାମଲା

Published: Jan 1, 2022, 11:52 am IST

ନୂଆଦିଲ୍ଲୀ: ଭାରତରେ ସଂକ୍ରମିତ କରୋନା ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଏହି ସମୟରେ, ଓମିକ୍ରନ୍ ଭାରିଆଣ୍ଟର ମାମଲା ମଧ୍ୟ ପ୍ରତିଦିନ ରେକର୍ଡ ସୃଷ୍ଟି କରୁଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦେଶରେ ମୋଟ ଓମିକ୍ରନ୍ ମାମଲା ୧ ହଜାର ୪୩୧ କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୪୫୪ ଏବଂ ଦିଲ୍ଲୀରେ ୩୫୧ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛନ୍ତି। ତେବେ ୧ ହଜାର ୪୩୧ ରୋଗୀଙ୍କ ମଧ୍ୟରୁ ୪୮୮ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି।

Image

Image

Related posts