ଓମାର ଅବଦୁଲ୍ଲାଙ୍କ ବଡ ଅଭିଯୋଗ: ଘରର ଫାଟକ ସମ୍ମୁଖରେ ଟ୍ରକ୍ ପାର୍କିଂ କରିଛି କାଶ୍ମୀର ପୋଲିସ

Published: Jan 1, 2022, 12:43 pm IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏକ ଫଟୋ ଟ୍ୱିଟ୍ କରି ଅଭିଯୋଗ କରିଛନ୍ତି ଯେ, ପ୍ରଶାସନ ତାଙ୍କ ବାସଭବନ ବାହାରେ ଥିବା ଉଭୟ ଫାଟକରେ ଟ୍ରକ୍ ପାର୍କିଂ କରିଛି। ଯାହା ଦ୍ଵାରା ସେ ଘରୁ ବାହାରକୁ ଯାଇପାରିବେ ନାହିଁ। ଗୁପକର ମିଳିତ ମେଣ୍ଟ ଦ୍ୱାରା ଆୟୋଜିତ ବିରୋଧ ପ୍ରଦର୍ଶନରେ ସେ ସାମିଲ ହୋଇପାରିବେ ନାହିଁ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି, “ମୋ ବାପା ଓ ମୋ ଭଉଣୀଙ୍କ ଘର ସହିତ ସଂଯୋଗ କରୁଥିବା ଭିତର ଫାଟକକୁ ପୋଲିସ ବନ୍ଦ କରିଦେଇଛି।

ବରିଷ୍ଠ ସିପିଆଇ (ଏମ୍) ନେତା ତଥା ମିଳିତ ମେଣ୍ଟର ମୁଖପାତ୍ର ମାଇ ଟାରିଗାମି କହିଛନ୍ତି ଯେ, ଜମ୍ମୁ କାଶ୍ମୀର ପ୍ରଶାସନ ଏତେ ଭୟଭୀତ ଯେ ଏହା ଶାନ୍ତିପୂର୍ଣ୍ଣ ବିରୋଧକୁ ଅନୁମତି ଦେଇ ପାରିବ ନାହିଁ। ସେ କହିଛନ୍ତି ଯେ, “ଯେତେବେଳେ ଲୋକମାନେ ଜନସାଧାରଣଙ୍କ ସମ୍ମୁଖରେ ନିଜର ମତ ପ୍ରକାଶ କରିବାକୁ ଅନୁମତି ଦିଅନ୍ତି ନାହିଁ, ସେତେବେଳେ ପରିସ୍ଥିତି ଆହୁରି ଖରାପ ହୋଇଥାଏ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ମଧ୍ୟ ଗୃହରେ ରଖାଯାଇଛି। ସେ କହିଛନ୍ତି, ‘ମୋ ଘର ବାହାରେ ଏକ ଟ୍ରକ ମଧ୍ୟ ଅଛି।’

ଉଲ୍ଲେଖ ଯୋଗ୍ୟ ଯେ,ଗୁପକର ଆଲାଏନ୍ସ ଶନିବାର ଦିନ ଶ୍ରୀନଗରର ଜମ୍ମୁ ଡିଭିଜନରେ ବିଧାନସଭା ଆସନ ଏବଂ କାଶ୍ମୀରରେ ଗୋଟିଏ ଆସନ ବୃଦ୍ଧିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଘୋଷଣା କରିଥିଲା। ଆୟୋଗର ସୁପାରିଶ ପରେ ଜମ୍ମୁରେ ସିଟ୍ ସଂଖ୍ୟା ୪୩ ଏବଂ କାଶ୍ମୀରରେ ୪୭ ହୋଇପାରେ।

Related posts