ନିଖୋଜ ସାଂସଦଙ୍କୁ ବିଦାୟ ଜଣାଇବା ପାଇଁ ଆମେଥି ବାସୀଙ୍କୁ ସ୍ମୃତିଙ୍କ ନିବେଦନ

Published: Apr 22, 2019, 12:40 pm IST
smriti irani apeal to people of amethi to vote for bjp

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଆମେଥିରୁ ବିଦାୟ ଦେବା ପାଇଁ ଆମେଥି ବାସୀଙ୍କୁ ନିବେଦନ କରିଛନ୍ତି। ସ୍ମୃତି କହିଛନ୍ତି, ପାଞ୍ଚ ବର୍ଷରେ ଥରେ ଦେଖା ଦେଉଥିବା ନିଖୋଜ ସାଂସଦଙ୍କୁ ବିଦାୟ ଦେବାର ସମୟ ଉପନୀତ ହୋଇଛି। ନିଖୋଜ ସାଂସଦଙ୍କୁ ବିଦାୟ ଦେବା ସହିତ ପ୍ରଥମ ଥର ପାଇଁ ଆମେଥିରୁ ଏକ ପଦ୍ମ ଫୁଲ ଦିଲ୍ଲୀ ପଠାନ୍ତୁ ବୋଲି ଆମେଥିବାସୀଙ୍କୁ ନିବେଦନ କରିଛନ୍ତି ସ୍ମୃତି। କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି, ରାହୁଲ ପାଞ୍ଚ ବର୍ଷରେ ଥରେ ଏହି ନିର୍ବାଚନୀ କ୍ଷେତ୍ରକୁ ଆସିଥାନ୍ତି। ଯଦି ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ହୋଇ ନଥାନ୍ତା ତେବେ ରାହୁଲଙ୍କ ଦେଖା ମିଳୁ ନଥାନ୍ତା ବୋଲି କହିଛନ୍ତି ସ୍ମୃତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୁନଃର୍ବାର ପ୍ରଧାନମନ୍ତ୍ରୀ ନିର୍ବାଚିତ କରିବା ପାଇଁ ନିବେଦନ କରିଛନ୍ତି। ସେହିପରି ବିଗତ ୧୫ବର୍ଷ ମଧ୍ୟରେ ସାଂସଦ ପାଣ୍ଠିର ଅର୍ଥ ଖର୍ଚ୍ଚ ହୋଇନାହିଁ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସ୍ମୃତି। ନିର୍ବାଚନରେ ବିଜୟ ହାସଲ କଲେ ଚିନି କିଲୋ ପିଛା ୧୩ ଟଙ୍କାରେ ଉପଲବ୍ଧ ହେବ ବୋଲି ସ୍ମୃତି କହିଛନ୍ତି।

Related posts