
ଦିଲ୍ଳୀର ୭ ବିଧାନସଭା ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। କଂଗ୍ରେସ ପକ୍ଷରୁ ଏହି ପ୍ରାର୍ଥୀ ତାଲିକାରେ ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ରହିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜୟ ମାକେନ୍ ମଧ୍ୟ ରହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଉତ୍ତର ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢୁଥିବା ବେଳେ ଅଜୟ ମାକେନ୍ ନୂଆଦିଲ୍ଲୀ ସିଟ୍ରୁ ନିର୍ବାଚନ ଲଢିବେ। ପୂର୍ବତନ ସାଂସଦ ଜେ.ପି ଅଗ୍ରଓ୍ବାଲ ଚାନ୍ଦନୀ ଚୌକ୍ରୁ ନିର୍ବାଚନ ଲଢୁଥିବା ବେଳେ ମହାବଳ ମିଶ୍ରା ପଶ୍ଚିମ ଦିଲ୍ଲୀରୁ ଦଳର ପ୍ରାର୍ଥୀ ରହିଛନ୍ତି।
୧. ଚାନ୍ଦନୀଚୌକ : ଜେପି ଅଗ୍ରଓ୍ବାଲ
୨. ଉତ୍ତର ପୂର୍ବ ଦିଲ୍ଲୀ : ଶୀଲା ଦୀକ୍ଷିତ
୩. ପୂର୍ବ ଦିଲ୍ଲୀ : ଅରବିନ୍ଦର ସିଂ ଲଭ୍ଲୀ
୪. ନୂଆଦିଲ୍ଳୀ : ଅଜୟ ମାକେନ
୫. ଉତ୍ତର ପଶ୍ଚିମ ଦିଲ୍ଲୀ : ରାଜେଶ ଲିଲୋଥିଆ
୬. ପଶ୍ଚିମ ଦିଲ୍ଲୀ : ମହାବଳ ମିଶ୍ରା