
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମଧ୍ୟ ଦିନକୁ ଦିନ ନୂଆନୂଆ ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି।
ବର୍ତ୍ତମାନ ଭାରତର ଆକ୍ଟିଭ୍ କେସ୍ ୧,୪୫,୫୮୨ କୁ ବୃଦ୍ଧି ହୋଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୨% ଅଟେ। ସମଗ୍ର ଦେଶରେ ସମୁଦାୟ ୩,୪୨,୯୫,୪୦୭ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୮୪୬ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୨୦% କୁ ହ୍ରାସ ପାଇଛି।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୨୨,୮୮୨ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୨୭୮୧ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୮୯୩ କୁ ବୃଦ୍ଧି ପାଇଛି।