ଦେଶର ପ୍ରଥମ ଓମିକ୍ରନ୍ ଚିହ୍ନଟ କିଟ୍ ଓମିସିଓରକୁ ଅନୁମୋଦନ ଦେଲା ଆଇସିଏମଆର

Published: Jan 4, 2022, 11:41 am IST

ନୂଆଦିଲ୍ଲୀ: ଓମିକ୍ରନ୍ ର ବିପଦ ଧୀରେ ଧୀରେ ବଢିବାରେ ଲାଗିଛି। ଏହି ସମୟରେ ପ୍ରଥମ ଓମିକ୍ରନ୍ ଚିହ୍ନଟ କିଟ୍ ଓମିସିଓରକୁ ଅନୁମୋଦନ ମିଳିଛି। ଓମିସିଓର କିଟ୍ ଓମିକ୍ରନ୍ ସଂକ୍ରମଣକୁ ଚିହ୍ନଟ କରିପାରିବ। ଟାଟା ମେଡିକାଲ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି। ଏହି କିଟକୁ ଆଇସିଏମଆର ଅନୁମୋଦନ ଦେଇଛି।

ଏପର୍ଯ୍ୟନ୍ତ ଭାରତର ୨୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ୧୮୯୨ ଟି ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୭୬୬ ଜଣ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି। ମହାରାଷ୍ଟ୍ରରେ ଓମିକ୍ରନ୍‌ର ସର୍ବାଧିକ ୫୬୮ ମାମଲା ରହିଛି, ତା’ପରେ ଦିଲ୍ଲୀ ୩୮୨, ​​କେରଳ ୧୮୫, ରାଜସ୍ଥାନ ୧୭୪, ଗୁଜୁରାଟ ୧୫୨ ଏବଂ ତାମିଲନାଡୁ ୧୨୧ ରହିଛି।

Related posts