କରୋନାରେ ଆକ୍ରାନ୍ତ ହେଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

Published: Jan 4, 2022, 12:30 pm IST

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରୋନା ପଜିଟିଭ୍ ହୋଇଛନ୍ତି। ସେ ନିଜ ଘରେ ପୃଥକବାସରେ ଅଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଲକ୍ଷଣ କିପରି ରହିଛି ସେନେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସାମାନ୍ୟ ଲକ୍ଷଣ ରହିଛି। କିନ୍ତୁ ଏହି ଜୀବାଣୁ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି, ଏହା ଏକ ଚିନ୍ତାର ବିଷୟ। ଆମକୁ ବହୁତ ସତର୍କ ରହିବାକୁ ପଡିବ।

ଦେଶର ୨୩ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ନୂତନ ଭାରିଆଣ୍ଟ ଓମିକ୍ରନର ୧୮୯୨ ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୭୬୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ଓମିକ୍ରନ୍‌ର ସର୍ବାଧିକ ୫୬୮ ମାମଲା ରହିଛି। ଏହା ପରେ ଦିଲ୍ଲୀରେ ୩୮୨, ​​କେରଳରେ ୧୮୫, ରାଜସ୍ଥାନରେ ୧୭୪, ଗୁଜୁରାଟରେ ୧୫୨ ଏବଂ ତାମିଲନାଡୁରେ ୧୨୧ ଟି ମାମଲା ରୁଜୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗୋଟିଏ ଦିନରେ ଭାରତରେ କୋଭିଡ-୧୯ ର ୩୭,୩୭୯ ଟି ନୂଆ ଆକ୍ରାନ୍ତ ରିପୋର୍ଟ ହେବା ପରେ ଦେଶରେ ସଂକ୍ରମିତ ସଂଖ୍ୟା ୩,୪୯,୬୦,୨୬୧ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୧, ୭୧,୮୩୦ କୁ ବୃଦ୍ଧି ପାଇଛି।

Related posts