ଏହି ରାଜ୍ୟରେ ଲାଗିଲା ସପ୍ତାହନ୍ତ କର୍ଫ୍ୟୁ: ୫୦ ପ୍ରତିଶତ କ୍ଷମତାରେ ଚାଲିବ ଅଫିସ

Published: Jan 4, 2022, 2:07 pm IST

ନୂଆଦିଲ୍ଲୀ: ବଢୁଥିବା କରୋନା ଭାଇରସ ସମ୍ପର୍କରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସହିତ ଏକ ବୈଠକରେ ଦିଲ୍ଲୀ ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଏକ ବଡ ଘୋଷଣା କରି ସରକାର କହିଛନ୍ତି ଯେ, ଦିଲ୍ଲୀରେ ବସ୍ ଏବଂ ମେଟ୍ରୋ ସମ୍ପୂର୍ଣ୍ଣ କ୍ଷମତା ସହିତ ଚାଲିବ କିନ୍ତୁ ମାସ୍କ ବିନା ଏହା ଭିତରେ ଯାତ୍ରା କରାଯାଇପାରିବ ନାହିଁ।

ଏହି ପ୍ରସଙ୍ଗରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସହିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀ କରିବାବେଳେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏହା ସହିତ ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ ମନୀଷ ସିସୋଡିଆ କହିଛନ୍ତି ଯେ, ରାଜଧାନୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ଦୋକାନ ବଜାର ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ, ଡିଡିଏମଏର ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ସରକାରୀ କାର୍ଯ୍ୟାଳୟରେ ଅତ୍ୟାବଶ୍ୟକ ସେବା ସହ ଜଡିତ କାର୍ଯ୍ୟାଳୟ ବ୍ୟତୀତ ସମସ୍ତ ଲୋକ ଘରୁ କାମ କରିବା ଉଚିତ୍। ଏହା ବ୍ୟତୀତ ଘରୋଇ ସଂସ୍ଥାଗୁଡ଼ିକରେ ଘରୁ ୫୦ ପ୍ରତିଶତ କାମ କରିବାକୁ ମଧ୍ୟ କୁହାଯାଇଛି।

Related posts