Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଚିକିତ୍ସା ପର୍ଯ୍ୟଟନ: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ
ଆଜିର ଖବର

ଓଡ଼ିଶାରେ ଚିକିତ୍ସା ପର୍ଯ୍ୟଟନ: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସୁସ୍ଥ ହେଲେ ଆଉ ଜଣେ ଇରାକୀ ନାଗରିକ

January 6, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ବିରଳ ସ୍କଲ୍ ବେସ୍ ରୋଗରେ ପୀଡ଼ିତ ଥିବା ଜଣେ ୩୮ ବର୍ଷୀୟ ଇରାକୀ ନାଗରିକଙ୍କର ସମ୍ ଅଲ୍ଟମେଟ୍ ମେଡିକେୟାରରେ ସଫଳ ଅସ୍ତ୍ରୋପଚାର ହୋଇପାରିଛି। ସମ୍ମମ୍‌ର ସଫଳ ଚିକିତ୍ସା ଯୋଗୁଁ ରାଜ୍ୟରେ ଚିକିତ୍ସା ପର୍ଯ୍ୟଟନର ସମ୍ଭାବନା ଉନ୍ମୁକ୍ତ ହେବାରେ ଲାଗିଛି।

ଜସିମ କରିମ୍ ଫରାନ୍ ଚନାନି କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ କପାଳ ଏବଂ ବାମ ପଟ ଆଖି ଫୁଲିବା ସହ ଦୀର୍ଘ ଏକ ମାସ ଧରି ମୁଣ୍ଡ ବ୍ୟଥା ଲାଗି ରହିଥିଲା। ଇରାକରେ ପରୀକ୍ଷା ନିରୀକ୍ଷା ପରେ ସେ ପଟ୍ସ ପଫି ଟ୍ୟୁମର ସହିତ ଇନ୍‌ଭେସିଭ୍ ଫଙ୍ଗଲ ଫ୍ରନ୍‌ଟାଲ୍ ସାଇନୋସାଇଟିସ୍ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା।

ଜସିମ୍‌ଙ୍କ ପରିବାର ଏହି ରୋଗର ଉପଯୁକ୍ତ ଚିକିତ୍ସା ନିମନ୍ତେ ସନ୍ଧାନ କରିବା ପରେ ଇରାକରେ ଏହାର ଚିକିତ୍ସା ଉପଲବ୍ଧ ନୁହେଁ ବୋଲି ବୁଝିପାରିଥିଲେ। ଏହା ପରେ ସେମାନେ ଭାରତରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍‌ ସର୍ଜରୀର ସିନିୟର୍ କନ୍‌ସଲଟାଂଟ ଡାକ୍ତର ରାଧାମାଧବ ସାହୁଙ୍କୁ ଯୋଗାଯୋଗ କରିଥିଲେ।

ସଂଯୋଗବଶତଃ ଏକ ମାସ ତଳେ ଡାକ୍ତର ସାହୁ ୭୭ ବର୍ଷୀୟ ଅନ୍ୟ ଜଣେ ଇରାକୀ ନାଗରିକ ହସୁନ୍ ୱେଦ୍ ଓଗ୍‌ଲା ଅଲ୍‌-ସଦାୱି ଙ୍କର ସଫଳ ଚିକିତ୍ସା କରିଥିଲେ। ଅଲ-ସଦାୱି ମଧ୍ୟ ବିରଳ ସ୍କଲବେସ୍ ରୋଗ ସେଂଟ୍ରାଲ୍ ସ୍କଲବେସ୍ ଓଷ୍ଟିଓମାଇଲିଟିଜ୍‌ ରେ ପୀଡ଼ିତ ଥିଲେ।

ଜସିମ୍ ଏବଂ ତାଙ୍କ ପରିବାରବର୍ଗଙ୍କୁ ସମ୍ମମ୍ ଟିମ୍ ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯିବା ସହ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଡାକ୍ତର ସାହୁଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ନ୍ୟୁରୋ-ଆନେସ୍‌ଥେଟିଷ୍ଟ ଡାକ୍ତର ପ୍ରଶାନ୍ତ ବେହେରା ଏବଂ ଇଏନ୍‌ଟି ବିଶେଷଜ୍ଞ ଡାକ୍ତର ପୂଜା ଲଖୋଟିଆ ସାମିଲ ହୋଇ ସଫଳତାର ସହ ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ। ଅସ୍ତ୍ରୋପଚାର ପରେ ମଧ୍ୟ ତାଙ୍କର ଉପଯୁକ୍ତ ଭାବେ ଯତ୍ନ ନିଆଯାଇଥିଲା।

ଜସିମ୍‌ଙ୍କ ଶରୀରରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ମିନିମାଲ୍ ଇନ୍‌ଭେସିଭ୍‌ ସୁପ୍ରାଅର୍ବିଟାଲ୍ କି ହୋଲ୍ ପ୍ରକ୍ରିୟା ସହିତ ଟ୍ରାନ୍ସନାଜାଲ୍  ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାର ସାହାଯ୍ୟ ନିଆଯାଇଥିଲା। ଏହି ପ୍ରକ୍ରିୟା ଦ୍ୱାରା ମୁହଁ ବିକୃତ ହୋଇନଥାଏ।

ଅନ୍ୟ ପଦ୍ଧତିରେ ଅସ୍ତ୍ରୋପଚାର ଏହି ସମସ୍ୟା ସୃଷ୍ଟି କରିଥାଏ ବୋଲି ଡାକ୍ତର ସାହୁ କହିଛନ୍ତ। ରୋଗ ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ ପଟ୍ସ ପଫି ଟ୍ୟୁମର ହେଉଛି ଏଭଳି ଏକ ସଂକ୍ରମଣ ଯାହାକି ପ୍ରାୟତଃ ଯୁବପିଢ଼ୀଙ୍କ ଅପେକ୍ଷା ଶିଶୁ ଏବଂ ନାବାଳକଙ୍କ କ୍ଷେତ୍ରରେ ଦେଖାଦେଇଥାଏ। ଏଭଳି ସମସ୍ୟାରେ ପୀଡ଼ିତ ରୋଗୀଙ୍କର

କପାଳର ଚର୍ମ ଲାଲ୍ ପଡ଼ିଯିବା ସହ ଆଖି ଏବଂ ଏହାର ଆଖାପାଖ ଅଂଶ ଫୁଲିଯାଇଥାଏ। ଏହାଦ୍ୱାରା ମୁଣ୍ଡବ୍ୟଥା ହେବା ସହ ନାକରୁ ସିଙ୍ଘାଣି ବାହାରିବା ସହ ବନ୍ଦ ହୋଇଯାଇଥାଏ ବୋଲି ସେ କହିଛନ୍ତି। ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ନାଜାଲ୍ ଏଣ୍ଡୋସ୍କୋପି, ସିଟି ସ୍କାନ୍ ଏବଂ ଏମ୍‌ଆର୍‌ଆଇ ଦ୍ୱାରା ରୋଗୀର ଅବସ୍ଥା, ଚିକିତ୍ସା ଏବଂ ଅପରେସନ୍ ସମ୍ପର୍କରେ ନିଷ୍ପତି ନିଆଯାଇଥାଏ।

ଏଥି ନିମନ୍ତେ ଆଂଟିବାୟୋଟିକ୍ ଦିଆଯିବା ସହିତ ସାଇନସ୍ ଏବଂ ବଥ ଗୁଡ଼ିକୁ ଅସ୍ତ୍ରୋପଚାର ମାଧ୍ୟମରେ ସଫା କରାଯାଇଥାଏ। ନାକ ବାଟରେ ଏଣ୍ଡୋସ୍କୋପିକ ମାଧ୍ୟମରେ ସାଇନସ୍‌ଗୁଡ଼ିକୁ ସଫା କରାଯାଇଥାଏ। ତେବେ ବାହ୍ୟ ପ୍ରକ୍ରିୟାରେ ମଧ୍ୟ ଏହି ରୋଗର ଚିକିତ୍ସା ନେଇ କେତେକ ପଦ୍ଧତି ଅଛି ବୋଲି ସେ କହିଛନ୍ତି।

ଜସିମ୍ ଯେ କି ସୁସ୍ଥ ହେବାରେ ଲାଗିଛନ୍ତି ସେ ସମ୍ମମ୍‌ର ଚିକିତ୍ସାର ଗୁଣବତା ଏବଂ ଉନ୍ନତ ମାନର ସୁବିଧା ସୁଯୋଗକୁ ଅନେକ ପ୍ରଶଂସା କରିଛନ୍ତି, ସେ ହସ୍ପିଟାଲର ଟିମ ଓ ଅସ୍ତ୍ରୋପଚାରରେ ନିୟୋଜିତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ଯେଉଁଭଳି ଚିକିତ୍ସା ଓ ସ୍ନେହ ମିଳିଲା ତାହା ସେ ଆଶା କରି ନଥିଲେ ବୋଲି କହିଛନ୍ତି। ହସ୍ପିଟାଲ ମୋତେ ମୋ ନିଜ ଘରର ଅନୁଭବ ଦେଲା।

ପ୍ରତ୍ୟେକ କର୍ମକର୍ତା ଏପରିକି ହାଉସକିପିଂ କର୍ମଚାରୀ ମୋ ଚିକିତ୍ସାରେ ମୋତେ ସହଯୋଗ କରିଛନ୍ତି ସେମାନେ ମୋ ନିଜ ପରିବାରର ସଦସ୍ୟ ଭଳି ମନେହେଲା । ମୋତେ ଏଠାରେ ରୋଗୀ ନୁହେଁ କିମ୍ବା କୌଣସି ଚିକିତ୍ସା ଗ୍ରାହକ ନୁହେଁ ବରଂ ଗୋଟିଏ ମଣିଷ ଭଳି ଅନୁଭୂତି ମିଳିଲା ବୋଲି ସେ କହିଛନ୍ତି।

ଡାକ୍ତର ସାହୁ କହିଛନ୍ତି ଯେ ପୂର୍ବରୁ ଓଡ଼ିଶାର ଲୋକମାନେ ଅନ୍ୟ ରାଜ୍ୟ ଏବଂ ବିଦେଶକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ବର୍ତ୍ତମାନ ଚିକିତ୍ସା ଦୃଶ୍ୟପଟ ବଦଳୁଛି।

ସମ୍ମମ୍ ରେ ବିଦେଶରୁ ଆସୁଥିବା ସମସ୍ତ ରୋଗୀମାନଙ୍କ ପାଇଁ ଉତମ ମାନର ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରାଯାଉଛି ଏବଂ ଏ ନେଇ ରୋଗୀ ମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ନିୟମ ମଧ୍ୟ ପାଳନ କରାଯାଉଛି।

ବିଦେଶରୁ ରୋଗୀମାନେ ସମ୍ ଅଲ୍ଟିମେଟ ମେଡିକେୟାରକୁ ଚିକିତ୍ସା ପାଇଁ ଆସିବା ଯୋଗୁଁ ଓଡ଼ିଶାର ଚିକିତ୍ସା ପର୍ଯ୍ୟଟନର ଚିତ୍ର ବଦଳୁଛି ଏବଂ ବର୍ତ୍ତମାନ ଉତ୍ତମ ମାନର ଚିକିତ୍ସା ନିମନ୍ତେ ଅନ୍ୟ ରାଜ୍ୟ ଏବଂ ବିଦେଶରୁ ରୋଗୀମାନେ ଓଡ଼ିଶାରେ ଉପଲବ୍ଧ ଚିକିତ୍ସା ଉପରେ ନିର୍ଭର କରିପାରିବେ।

ଇରାକୀ ନାଗରିକ ଓଡିଶା ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଆରମ୍ଭ କଲା ରୁଷ: ଜାଣନ୍ତୁ କିପରି କରିବେ ଆବେଦନ?

December 22, 2025

ଧର୍ମଶାଳା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ବୃଦ୍ଧି ହେବ କ୍ଷମତା, ଜାରି ରହିଛି କାର୍ଯ୍ୟ

December 22, 2025

ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଶିଶୁ ଚାରୁକଳା ପ୍ରତିଯୋଗିତା

December 22, 2025

୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 22, 2025
Latest News

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଆରମ୍ଭ କଲା ରୁଷ: ଜାଣନ୍ତୁ କିପରି କରିବେ ଆବେଦନ?

December 22, 2025

ଧର୍ମଶାଳା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ବୃଦ୍ଧି ହେବ କ୍ଷମତା, ଜାରି ରହିଛି କାର୍ଯ୍ୟ

December 22, 2025

NDA ରୁ ଅଲଗା ହେବେ ଜିତନ ରାମ ମାଞ୍ଝି?: ଦାବି କଲେ ରାଜ୍ୟସଭା ଆସନ

December 22, 2025

ବୁଦ୍ଧ ଆର୍ଟ ଗ୍ୟାଲେରୀଠାରେ ଶିଶୁ ଚାରୁକଳା ପ୍ରତିଯୋଗିତା

December 22, 2025

୨୩ରୁ ୨୪ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବିଶାଖାପାଟଣାରେ ପେସା ମହୋତ୍ସବର ଭବ୍ୟ ଆୟୋଜନ

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.