Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ
ଆଜିର ଖବର

ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ

January 7, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ୨୩ତମ ଗୁରୁ ପ୍ରଣାମ ମହୋତ୍ସବ ଗତକାଲି ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠାନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରି କହିଲେ ଯେ, ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ନୂତନ ଯୁବପିଢୀଙ୍କୁ ଭାରତୀୟ ସଂସ୍କୃତିରେ ଅନୁପ୍ରାଣିତ କରିବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବାନନ୍ଦ ସନ୍ଥ ପରମ୍ପରାରର ସନ୍ଥ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ କହିଲେ ଯେ, ଆମ ସଂସ୍କୃତିରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସ୍ଥାନ ଦିଆଯାଇଛି। କିନ୍ତୁ ଆମେ ଆଜି ପାଶ୍ଚାତ୍ୟ ସଭ୍ୟତା ପଛରେ ଗୋଡ଼ାଉଛୁ। ଯାହା ଆମ ସମାଜ ପାଇଁ କ୍ଷତିକାରକ। ପରିବାରରେ ସଂସ୍କାର ହେଲେ ସମାଜର ପରିବର୍ତ୍ତନ ହେବ ବୋଲି ସ୍ୱାମିଜୀ ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଆମ ଧର୍ମରେ ସମସ୍ତ କାର୍ଯ୍ୟକ୍ରମ ବିଜ୍ଞାନ ସମ୍ମତ । ବେଦରେ ୧୬ ସଂସ୍କାରର ଉଦାହରଣ ଦେଇ କହିଲେ ମୁଣ୍ଡନ ଠାରୁ କର୍ଣ୍ଣବେଧ ପର୍ଯ୍ୟନ୍ତ ସମସ୍ତ ସଂସ୍କାର ଶରୀରର ଆବଶ୍ୟକତା ପାଇଁ କରାଯାଇଛି । ଅନପ୍ରାସନ ସଂସ୍ଥାର ମଧ୍ୟ ବେଦ ସମ୍ମତ ବୋଲି ସ୍ୱାମିଜୀ କହିଥିଲେ । ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ, ଗୁରୁ ପୂଜନ ପାଇଁ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ଦୀର୍ଘ ୨୩ବର୍ଷ ଧରି ଯେଉଁ ଅନନ୍ୟ ପରମ୍ପରାଟି ଆରମ୍ଭ କରିଛନ୍ତି, ଏହା ସମାଜକୁ ଏକ ନୂତନ ବାର୍ତ୍ତା ଦେଉଛି । ଆମ ସମାଜରେ ଆମେ ପିତାମାତାଙ୍କ ଠାରୁ ଆରମ୍ଭ କରି ଆଚାର୍ଯ୍ୟଙ୍କୁ ଗୁରୁରୂପେ ମାନ୍ୟତା ଦେଇଥାଉ । ମୁଖ୍ୟବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଭାରତୀୟ ସଂସ୍କୃତିରେ ଗୁରୁ ପରମ୍ପରା ଓ ଆଧୁନିକ ସମାଜରେ ଗୁରୁଙ୍କ କାର୍ଯ୍ୟ ଉପରେ ଏକ ବିଶ୍ଲେଷଣାତ୍ମକ ପ୍ରବଚନ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ଭଜନ କାର୍ଯ୍ୟକ୍ରମରେ ଗୁରୁ ସୀତାଂଶୁ ରାଉତ ଶ୍ରୀମଦ୍ ବାବା ବଳିଆଙ୍କ ରଚିତ ‘ହେ ଗୁରୁ ତୁମେ ମଙ୍ଗଳମୟ’ ଭଜନ ଗାନ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ରୋଟାରିଆନ ଶାନ୍ତନୁ କୁମାର ପାଣି, ପାଲାଚାର୍ଯ୍ୟ ଯୁବ ଗାୟକ ସମ୍ରାଟ ନୃସିଂହ ଚରଣ ହୋତା ଓ କବୟତ୍ରୀ ଶ୍ରୀମତୀ ନମିତା କୁମାରୀ ପଣ୍ଡାଙ୍କୁ ଉତ୍ତରୀୟ, ସମ୍ମାନ ଫଳକ ଓ ତୁଳସୀବୃକ୍ଷ ଦିଆଯାଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପ୍ରଫେସର ବୁଦ୍ଧଦେବ ମିଶ୍ର କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଶିକ୍ଷାବିତ୍ ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସୀତା ବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ବିନୋଦ ବିହାରୀ ଦାସ, ବରୁଣରାଜ ଓ ଡଃ ମନୋଜ ଲେଙ୍କା ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଏକ ଶାନ୍ତିଯଜ୍ଞ ୟୁନିଟ୍‌-୯ସ୍ଥିତ ଆର୍ଯ୍ୟଭବନ ଠାରେ ଅନୁଷ୍ଠିତ ହୋଇଥିଲା ।

ଆର୍ଯ୍ୟସମାଜ ଭାରତୀୟ ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Latest News

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.