Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି।

ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।

Categories
ଆଜିର ଖବର ଜାତୀୟ ଖବର ସଂସ୍କୃତି

ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ଗର୍‌ବା ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଗୁଜରାଟର ଗର୍‌ବା ୟୁନେସ୍କୋ ଅକ୍ଷୟ ଐତିହ୍ୟ ତାଲିକାରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ‘ଗର୍‌ବା ହେଉଛି ଜୀବନ, ଏକତା ଏବଂ ଆମ ଗଭୀର ପରମ୍ପରାର ଏକ ଉତ୍ସବ। ଅକ୍ଷୟ ଐତିହ୍ୟ ତାଲିକାରେ ଏହା ସାମିଲ ହେବା ବିଶ୍ୱକୁ ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଥାଏ। ଏହି ସମ୍ମାନ ଆମ ଭବିଷ୍ୟତ ପିଢ଼ି ପାଇଁ ଆମର ଐତିହ୍ୟର ସଂରକ୍ଷଣ ତଥା ପ୍ରୋତ୍ସାହନ ଲାଗି ଏକ ପ୍ରେରଣା। ଏହି ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ଅଭିନନ୍ଦନ।’

Categories
ଆଜିର ଖବର ଜାତୀୟ ଖବର

ପୁଅର ବିବାହ ପୂର୍ବରୁ ପିତାମାତା ନିଜ ଅଭ୍ୟାସରେ ସୁଧାର ଆଣିବା ଦରକାର, ନଚେତ୍ ଭାଙ୍ଗିଯିବ ପୁଅ ଓ ବୋହୂଙ୍କ ସମ୍ପର୍କ

ଭୁବନେଶ୍ୱର: ଭାରତୀୟ ସଂସ୍କୃତି ଅନୁଯାୟୀ ବିବାହ କେବଳ ଦୁଇଜଣଙ୍କୁ ନୁହେଁ ବରଂ ଦୁଇ ପରିବାରକୁ ବନ୍ଧନରେ ବାନ୍ଧି ରଖିଥାଏ। ତେଣୁ ବିବାହ ପରେ ଝିଅ କେମିତି ବଞ୍ଚିବ କିମ୍ବା ପୁଅ କେମିତି ବଞ୍ଚିବ ବୋଲି ପ୍ରଶ୍ନ ଉଠାଇବା ଭୁଲ। କାରଣ ଯେଉଁଠି ଅନେକ ସମ୍ପର୍କ ରହିଛି, ସେଠାରେ କେବଳ ଦୁଇଜଣ ବ୍ୟକ୍ତି ଭଲ ରହିବା ଯଥେଷ୍ଟ ନୁହେଁ।

ପିଲାଙ୍କ ବିବାହ ପରେ ପିତାମାତାମାନେ ସେମାନଙ୍କ ଆଚରଣ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। କାରଣ ଏହାହିଁ ଭବିଷ୍ୟତରେ ନୂଆ ପରିବାରର ଭବିଷ୍ୟତ ଏବଂ ନୂତନ ସଦସ୍ୟଙ୍କ ସମ୍ପର୍କର ନିର୍ଦ୍ଧାରଣ କରିଥାଏ। କିନ୍ତୁ ସମାଜରେ ଏ ବିଷୟରେ କୌଣସି କଥାବାର୍ତ୍ତା ହୁଏ ନାହିଁ, ଯାହାର ପରିଣାମ କାହାଠାରୁ ଲୁଚି ନ ଥାଏ – ପୁଅଝିଅମାନେ ବିବାହ କରିବାମାତ୍ରେ ପରିବାରଠାରୁ ଅଲଗା ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ ଯଦି ଆପଣ ନିଜ ପୁଅବୋହୂଙ୍କୁ ନିଜଠାରୁ ଦୂରେଇ ରଖିବାକୁ ଚାହୁଁନାହାଁନ୍ତି ତେବେ ନିଜର କିଛି ଅଭ୍ୟାସରେ ସୁଧାର ଆଣି ଏଠାରେ ଦର୍ଶାଯାଇଥିବା ଜିନିଷ ସହିତ ବନ୍ଧନ ବାନ୍ଧି ରଖନ୍ତୁ।

ସବୁ କଥାରେ ତାଗିଦ୍‍ କରିବା

ଏଥିରେ କୌଣସି ସନ୍ଦେହ ନାହିଁ ଯେ ପିଲାମାନେ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଅଭିଭାବକମାନେ ସେମାନଙ୍କୁ ନେଇ ସବୁବେଳେ ଚିନ୍ତିତ ରହିଥାନ୍ତି। ସେମାନେ ଘରୁ ବାହାରିବା ପରେ ସେମାନଙ୍କ ଫେରିବା ଉପରେ ନଜର ରଖିବା ଯୁକ୍ତିଯୁକ୍ତ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସବୁ କିଛିରେ ବାଧା ସୃଷ୍ଟି କରନ୍ତୁ ଏବଂ ସେମାନଙ୍କୁ ଜୀବନକୁ ସେମାନଙ୍କ ଭଳି ବଞ୍ଚିବାକୁ ଦିଅନ୍ତୁ ନାହିଁ। ଏହି କଟକଣା ଯୋଗୁଁ ସାଧାରଣତଃ ପ୍ରତ୍ୟେକ ଦମ୍ପତି ପରିବାରଠାରୁ ଦୂରରେ ରହିବାକୁ ପସନ୍ଦ କରିଥାନ୍ତି।

ଦୁର୍ବ୍ୟବହାର କରିବା

ବିବାହ ପୂର୍ବରୁ ପୁଅକୁ ଯେତେ ଗାଳି ଦିଅନ୍ତୁ ନା କାହିଁକି, ବିବାହ ପରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ପୂରା ସମ୍ମାନ ଦେବା ଉଚିତ। ଏପରି କରିବାଦ୍ୱାରା ଘରକୁ ଆସୁଥିବା ବୋହୂ ଆପଣଙ୍କ ଓ ତାଙ୍କ ସ୍ୱାମୀଙ୍କ ପ୍ରତି ସମ୍ମାନ ରଖନ୍ତି।

ଅପମାନଜନକ ଶବ୍ଦ ସବୁବେଳେ ସମ୍ପର୍କକୁ ଖରାପ କରିଥାଏ। ଯଦି କେହି ଆପଣଙ୍କ ବଡ଼ ହେବା ଦୃଷ୍ଟିରୁ ଏହାକୁ ସହ୍ୟ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏକ ଦିନ ଆସିବ ଯେତେବେଳେ ସେ ଆପଣଙ୍କୁ ଫେରାଇ ଦେଇ ଉତ୍ତର ଦେବେ। ଏଥିସହିତ କିଛି ଦମ୍ପତି ଶାନ୍ତିଶୃଙ୍ଖଳାରେ ଅଲଗା ହେବାର ଆଦେଶ ଦେଇ ପରିବାରକୁ ମଧ୍ୟ ଧରିଥାନ୍ତି।

ସମାଲୋଚନା କରିବା

ଯଦି ପୁଅ ନିଜ ପତ୍ନୀଙ୍କ ପ୍ରତି ଟିକିଏ ଧ୍ୟାନ ଦିଏ, ତେବେ ପିତାମାତା ଅନେକ ସମୟରେ ଏଥିରେ ଛଟପଟ ହେବା ଆରମ୍ଭ କରିଦିଅନ୍ତି। ସେମାନଙ୍କ ମନରେ ଅସୁରକ୍ଷାଭାବ ଆରମ୍ଭ ହୋଇଯାଏ, ଯାହାକୁ ସେମାନେ ପୁଅ ଓ ବୋହୂଙ୍କ ସମ୍ମୁଖରେ କଟାକ୍ଷ ଆକାରରେ ମଧ୍ୟ ପ୍ରକାଶ କରିଥାନ୍ତି।

ଏଭଳି ଦୈନନ୍ଦିନ କଟାକ୍ଷ ଯେ କୌଣସି ବ୍ୟକ୍ତିଙ୍କୁ ଆପଣଙ୍କଠାରୁ ଦୂରେଇ ନେଇପାରେ, ଯଦିଓ ସେ ଆପଣଙ୍କ ନିଜ ଜନ୍ମିତ ପୁତ୍ର ଅଟନ୍ତି। ମନେରଖନ୍ତୁ ଯଦି ଆପଣ ସବୁବେଳେ ନିଜ ପୁଅ ବୋହୂଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସେମାନଙ୍କ ସହିତ ସେମାନଙ୍କ ଖୁସିର ଅଂଶ ହେବାକୁ ପଡ଼ିବ।

ସେମାନଙ୍କୁ ଖୁସିରେ ବାଧା ଦିଅନ୍ତୁ ନାହିଁ

ଏକାଠି ଗୁଣାତ୍ମକ ସମୟ ବିତାଇବାର ସୁଯୋଗ ନ ମିଳିବା, ଏମିତି ଅନେକ ଜିନିଷ ଅଛି ଯାହାକୁ କୌଣସି ଦମ୍ପତି ପସନ୍ଦ କରନ୍ତି ନାହିଁ। ଏଥିସହ ବିବାହର ପ୍ରାରମ୍ଭିକ ବର୍ଷମାନଙ୍କରେ ପରସ୍ପରକୁ ଜାଣିବା ପାଇଁ ଏସବୁ ଅତ୍ୟନ୍ତ ଜରୁରୀ ଅଟେ।

ଏଭଳି ପରିସ୍ଥିତିରେ ଯେ କୌଣସି ଦମ୍ପତି ନିଜ ପରିବାରଠାରୁ ଅଲଗା ରୁହନ୍ତି, କାରଣ ଘରେ ଏହି ସବୁ ଜିନିଷ ପାଇଁ ସେମାନଙ୍କୁ ଗୋପନୀୟତା ମିଳିନଥାଏ। ପରିବାରର ପିଲାମାନଙ୍କୁ ଗୋଟିଏ ମୁହୂର୍ତ୍ତ ପାଇଁ ସମ୍ଭାଳିବା ସହଜ, କିନ୍ତୁ ଯେତେବେଳେ ପିତାମାତା ଏଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ, ସେତେବେଳେ ସେମାନଙ୍କ ପାଖରେ ଘରୁ ବାହାରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥାଏ।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ଗଣେଶ ପୂଜା ଅବସରରେ ଆଜି ସାରା ଦେଶ ଉତ୍ସବମୁଖର

ଭୁବନେଶ୍ବର: ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ। କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ।

ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ। ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ। ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା। ଏହା ଏକ ସାର୍ବଜନୀନ ପୂଜା।

ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି। ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ।

ଆଜି ଗଣେଶ ପୂଜା ଅବସରରେ ସାରା ଦେଶ ଉତ୍ସବମୁଖର। ଆଜିର ଏହି ପବିତ୍ର ତିଥିରେ ସମସ୍ତଙ୍କୁ ଗଣେଶ ପୂଜାର ହାର୍ଦ୍ଧିକ ଅଭିନଦନ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ମନ୍ଦିର ଦର୍ଶନ: ଭାରତରେ ଏପରି ମନ୍ଦିର ଅଛି ଯାହା ଧନୁ ତୀର ଆକାରରେ ହୋଇଛି ନିର୍ମାଣ

ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି।

ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।

Categories
ଆଜିର ଖବର ଜାତୀୟ ଖବର

“କାଶୀ ତାମିଲ ସଙ୍ଗମମ” ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛି: ଅମିତ ଶାହ

ଭୁବନେଶ୍ୱର: ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “କାଶୀ ତାମିଲ୍ ସଙ୍ଗମମ କାର୍ଯ୍ୟକ୍ରମ” ମାଧ୍ୟମରେ ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛନ୍ତି ବୋଲି ଶୁକ୍ରବାର ବାଣରାସୀ ଠାରେ ଏହି କାର୍ଯ୍ୟକ୍ରମର ଉଦଯାପନ ସମାରୋହରେ ଯୋଗଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଗୃହ ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ଭଳି ଉତ୍ସବ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆୟୋଜନ କରିବାର ଆବଶ୍ୟକତା ଥିଲା। ମାତ୍ର ଅନେକ ବର୍ଷ ପର୍ଯ୍ୟନ୍ତ ଏପରି ହେଲା ନାହିଁ। ଆମ ସଂସ୍କୃତିର ଏକତା, ଐତିହ୍ୟର ବିବିଧତା ଏବଂ ଭିନ୍ନ ଭିନ୍ନ ସଂସ୍କୃତିରେ ଭାରତୀୟତା ଆତ୍ମାର ଏକୀକରଣକୁ ପୁନର୍ଜୀବିତ କରିବାର ଆବଶ୍ୟକତା ଥିଲା। ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ବୋଲି ଶ୍ରୀ ଶାହ କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ଏକ ମାସ ବ୍ୟାପୀ କାଶୀ ତାମିଲ ସଙ୍ଗମମ ଦୁଇ ରାଜ୍ୟର ଲୋକଙ୍କ ଏକତା ଏବଂ ବିଚାରକୁ ମଜଭୂତ୍ କରିଛି। ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ନୂଆ ଉନ୍ମାଦନା ଦେବା ସହ ଐତିହ୍ୟ, ଆଧ୍ୟାତ୍ମିକତା, ସଂସ୍କୃତି ଏବଂ ଜ୍ଞାନକୁ ବଢାଇବା ପାଇଁ ନୂଆ ଗତି ଦେଇଛି। କାଶୀ ତାମିଲ ସଙ୍ଗମମରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଅଂଶଗ୍ରହଣ ପ୍ରଶଂସନୀୟ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଐତିହାସିକ କ୍ୟାମ୍ପସରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ, କାଶୀ ଓ ତାମିଲନାଡୁର ୧୫୦୦ ରୁ ଉର୍ଦ୍ଧ୍ୱ କଳାକାର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ହସ୍ତକଳା, ସାହିତ୍ୟ, କଳା ଓ ବ୍ୟଞ୍ଜନର ପ୍ରଦର୍ଶନୀ ଅଭୂତପୂର୍ବ। ଏଥିରେ ବିଭିନ୍ନ ବର୍ଗର ଲୋକଙ୍କର ଯୋଗଦାନ କାଶୀ ତାମିଲ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଉଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଐତିହାସିକ କାଶୀ ତାମିଲ ସଙ୍ଗମମର ସଫଳତା ପାଇଁ କାଶୀ ଏବଂ ତାମିଲନାଡୁର ନାଗରିକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଇଆଇଟି ମାଡ୍ରାସ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ, ଏହି ଉଦଯାପନୀ ସମାରୋହରେ ତାମିଲନାଡୁର ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଏଲ. ମୁରୁଗନ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ ଧର୍ମ

ଆପଣ ଘରେ ଶଙ୍ଖ ପୂଜା କରୁଛନ୍ତି କି ? ତେବେ ଜାଣନ୍ତୁ ଏହି ବଡ କଥା

ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍‌ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନକାରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବହୁ ଗୁଣ ରହିଛି। ଏହା ଦ୍ବାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ। ଶଙ୍ଖ ଧ୍ବନି ଦ୍ବାରା ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ। ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ ହୋଇଥିଲେ। ସମୁଦ୍ରମନ୍ଥନ ସମୟରେ ସାଗରରୁ ଚଉଦ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ।

ଘରେ ଶଙ୍ଖକୁ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଧନ, ଜନ, ଆୟୁ, ଯଶ ବୃଦ୍ଧି ହୋଇଥାଏ। ଘରେ ବାସ୍ତୁଦୋଷ ଥିଲେ କୋଠରୀର ଏକ କୋଣରେ ଶଙ୍ଖ ରଖିବା ଦ୍ୱାରା ଏହା ଲାଘବ ହୋଇଥାଏ। ଯେଉଁ ଘରେ ପ୍ରତ୍ୟେହ ସନ୍ଧ୍ୟା ସକାଳେ ଶଙ୍ଖନାଦ ହୁଏ, ସେହି ଘରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ। ଶଙ୍ଖଙ୍କୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଖ୍ୟାତି ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଶଙ୍ଖ ହେଉଛି ଧ୍ୱନିର ପ୍ରତୀକ। ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ଅଛି। ମାତ୍ର ଏହା ମଧ୍ୟରୁ ଦକ୍ଷିଣାବର୍ତ୍ତ ଶଙ୍ଖ ବାମାବର୍ତ୍ତ ଶଙ୍ଖ ପୂଜା ପାଇଁ ସର୍ବୋତ୍କୃଷ୍ଟ।

କେତେକ ଶଙ୍ଖର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ। ସେହିପରି  କେତେକ ଶଙ୍ଖର ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ। ଦକ୍ଷିଣବର୍ତ୍ତକ ଶଙ୍ଖ ଜ୍ୱିଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ। ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି ସାଧାରଣତଃ ଶଙ୍ଖର ଆବତ୍ତ (ଭଉଁରୀ) ମାନ ଏତଦ୍‌ବ୍ୟତୀତ ନାନାଜାତୀୟ ନାନା ବର୍ଣ୍ଣର ଶଙ୍ଖ ନାମ ଅଛି। ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଶ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ଅନ୍ୟତମ।

ଘରେ କେମିତି ରଖିବେ ଶଙ୍ଖ ଜାଣନ୍ତୁ:-

– ଶଙ୍ଖରେ ପାଣି ଭରି ଏହାକୁ ଉତ୍ତର-ପୂର୍ବ ଦିଗରେ ରଖିଲେ ପରିବାରରେ ସୁଖ,ଶାନ୍ତି ବୃଦ୍ଧି ହୋଇଥାଏ।

– ପିଲା ଅଧ୍ୟୟନରେ ଦୁର୍ବଳ ଥିଲେ ଶଙ୍ଖରେ ପାଣି ଭର୍ତ୍ତି କରି ଏହି ପାଣିକୁ ପିଇବା ଦ୍ୱାରା ବୌଦ୍ଧିକ ବିକାଶ ହୋଇଥାଏ।

– ଦକ୍ଷିଣ କୋଣରେ ଶାଳଗ୍ରାମ ଏବଂ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ।

– ଯେଉଁ ଘରେ ବାସ୍ତୁଦୋଷ ଯୋଗୁଁ ନାକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ, ସେହି ଘରର ଈଶାନ କୋଣରେ ଶଙ୍ଖ ବଜାଇବା ଦ୍ବାରା ସେହି ଘରର ବାସ୍ତୁଦୋଷ ଦୂର ହୋଇଥାଏ।

–  ଶଙ୍ଖ ପୂଜା କଲେ ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ।

– ଶଙ୍ଖ ଧ୍ବନି ସାତ୍ତ୍ବିକ ଶକ୍ତି ସଂଚାର କରିଥାଏ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ଘରେ ଶଙ୍ଖ ରଖିବା ଦ୍ବାରା କ’ଣ ଶୁଭଫଳ ମିଳିଥାଏ, ଜାଣନ୍ତୁ

ବାସ୍ତୁ ଟିପ୍ସ: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍‌ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନାକାରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବହୁ ଗୁଣ ରହିଛି। ଏହା ଦ୍ବାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ। ଶଙ୍ଖ ଧ୍ବନି ଦ୍ବାରା ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ। ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ ହୋଇଥିଲେ। ସମୁଦ୍ରମନ୍ଥନ ସମୟରେ ସାଗରରୁ ଚଉଦ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ।

ଘରେ ଶଙ୍ଖକୁ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଧନ, ଜନ, ଆୟୁ, ଯଶ ବୃଦ୍ଧି ହୋଇଥାଏ। ଘରେ ବାସ୍ତୁଦୋଷ ଥିଲେ କୋଠରୀର ଏକ କୋଣରେ ଶଙ୍ଖ ରଖିବା ଦ୍ୱାରା ଏହା ଲାଘବ ହୋଇଥାଏ। ଯେଉଁ ଘରେ ପ୍ରତ୍ୟେହ ସନ୍ଧ୍ୟା ସକାଳେ ଶଙ୍ଖନାଦ ହୁଏ, ସେହି ଘରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ। ଶଙ୍ଖଙ୍କୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଖ୍ୟାତି ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଶଙ୍ଖ ହେଉଛି ଧ୍ୱନିର ପ୍ରତୀକ। ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ଅଛି। ମାତ୍ର ଏହା ମଧ୍ୟରୁ ଦକ୍ଷିଣାବର୍ତ୍ତ ଶଙ୍ଖ ବାମାବର୍ତ୍ତ ଶଙ୍ଖ ପୂଜା ପାଇଁ ସର୍ବୋତ୍କୃଷ୍ଟ।

କେତେକ ଶଙ୍ଖର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ। ସେହିପରି  କେତେକ ଶଙ୍ଖର ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ। ଦକ୍ଷିଣବର୍ତ୍ତକ ଶଙ୍ଖ ଜ୍ୱିଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ। ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି ସାଧାରଣତଃ ଶଙ୍ଖର ଆବତ୍ତ (ଭଉଁରୀ) ମାନ ଏତଦ୍‌ବ୍ୟତୀତ ନାନାଜାତୀୟ ନାନା ବର୍ଣ୍ଣର ଶଙ୍ଖ ନାମ ଅଛି। ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଶ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ଅନ୍ୟତମ।

ଘରେ କେମିତି ରଖିବେ ଶଙ୍ଖ ଜାଣନ୍ତୁ:-

– ଶଙ୍ଖରେ ପାଣି ଭରି ଏହାକୁ ଉତ୍ତର-ପୂର୍ବ ଦିଗରେ ରଖିଲେ ପରିବାରରେ ସୁଖ,ଶାନ୍ତି ବୃଦ୍ଧି ହୋଇଥାଏ।

– ପିଲା ଅଧ୍ୟୟନରେ ଦୁର୍ବଳ ଥିଲେ ଶଙ୍ଖରେ ପାଣି ଭର୍ତ୍ତି କରି ଏହି ପାଣିକୁ ପିଇବା ଦ୍ୱାରା ବୌଦ୍ଧିକ ବିକାଶ ହୋଇଥାଏ।

– ଦକ୍ଷିଣ କୋଣରେ ଶାଳଗ୍ରାମ ଏବଂ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ।

– ଯେଉଁ ଘରେ ବାସ୍ତୁଦୋଷ ଯୋଗୁଁ ନାକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ, ସେହି ଘରର ଈଶାନ କୋଣରେ ଶଙ୍ଖ ବଜାଇବା ଦ୍ବାରା ସେହି ଘରର ବାସ୍ତୁଦୋଷ ଦୂର ହୋଇଥାଏ।

–  ଶଙ୍ଖ ପୂଜା କଲେ ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ।

– ଶଙ୍ଖ ଧ୍ବନି ସାତ୍ତ୍ବିକ ଶକ୍ତି ସଂଚାର କରିଥାଏ।

Categories
ଆଜିର ଖବର ଜାତୀୟ ଖବର ଧର୍ମ ସଂସ୍କୃତି

ଗଣେଶ ପୂଜା ଅବସରରେ ଆଜି ସାରା ଦେଶ ଉତ୍ସବମୁଖର

ଭୁବନେଶ୍ବର: ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା କରାଯାଏ। କେବଳ ଆମ ଓଡିଶା ନୁହେଁ, ସାରା ଭାରତ ବର୍ଷରେ ଗଣେଶଙ୍କୁ ପୂଜା କରାଯାଏ।

ଜୈନ ଓ ବୌଦ୍ଧଧର୍ମରେ ମଧ୍ୟ ଗଣପତିଙ୍କୁ ସ୍ୱୀକାର କରାଯାଏ। ଏହା ୫ମ ଶତାବ୍ଦୀରୁ ଶେଷ ଭାଗରେ ଆରମ୍ଭ ହୋଇଥିବାର ଜଣାଯାଏ। ଭାଦ୍ରବ(ଚାନ୍ଦ୍ର)ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଏହା ପାଳନ କରାଯାଏ। ଗଣେଶ = ଗଣ+ଈଶ ଅର୍ଥାତ୍ ଗଣ ମାନଙ୍କର ଈଶ୍ୱର ବା ଗଣଦେବତା। ଏହା ଏକ ସାର୍ବଜନୀନ ପୂଜା।

ପ୍ରତ୍ୟେକ ଘରେ, ବିଦ୍ୟାଳୟରେ, କ୍ଲବରେ, ବ୍ୟବସାୟ ପ୍ରତିଷ୍ଠାନରେ ସମସ୍ତ ବର୍ଗର ଲୋକମାନେ ଏହି ପୂଜାକୁ ଅତି ଶ୍ରଦ୍ଧା, ଭକ୍ତିରେ ପାଳନ କରାଯାଉଛି। ଗଣେଶ ବିଦ୍ୟା ଓ ବୁଦ୍ଧିର ଦେବତା। ଅନ୍ୟନାମ ବିଘ୍ନେଶ । ସମସ୍ତ ବିଘ୍ନ ଓ ବିପଦର ସେ ବିନାଶକାରୀ।

ଆଜି ଗଣେଶ ପୂଜା ଅବସରରେ ସାରା ଦେଶ ଉତ୍ସବମୁଖର। ଆଜିର ଏହି ପବିତ୍ର ତିଥିରେ ସମସ୍ତଙ୍କୁ ଗଣେଶ ପୂଜାର ହାର୍ଦ୍ଧିକ ଅଭିନଦନ।

Categories
ଆଜିର ଖବର ଧର୍ମ

ଘରେ ଶଙ୍ଖ ରଖିବା ଦ୍ବାରା କ’ଣ ଶୁଭଫଳ ମିଳିଥାଏ, ଜାଣନ୍ତୁ

ବାସ୍ତୁ ଶାସ୍ତ୍ର: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍‌ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନାକାରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବହୁ ଗୁଣ ରହିଛି। ଏହା ଦ୍ବାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ। ଶଙ୍ଖ ଧ୍ବନି ଦ୍ବାରା ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ। ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ ହୋଇଥିଲେ। ସମୁଦ୍ରମନ୍ଥନ ସମୟରେ ସାଗରରୁ ଚଉଦ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ।

ଘରେ ଶଙ୍ଖକୁ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଧନ, ଜନ, ଆୟୁ, ଯଶ ବୃଦ୍ଧି ହୋଇଥାଏ। ଘରେ ବାସ୍ତୁଦୋଷ ଥିଲେ କୋଠରୀର ଏକ କୋଣରେ ଶଙ୍ଖ ରଖିବା ଦ୍ୱାରା ଏହା ଲାଘବ ହୋଇଥାଏ। ଯେଉଁ ଘରେ ପ୍ରତ୍ୟେହ ସନ୍ଧ୍ୟା ସକାଳେ ଶଙ୍ଖନାଦ ହୁଏ, ସେହି ଘରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ। ଶଙ୍ଖଙ୍କୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଖ୍ୟାତି ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଶଙ୍ଖ ହେଉଛି ଧ୍ୱନିର ପ୍ରତୀକ। ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ଅଛି। ମାତ୍ର ଏହା ମଧ୍ୟରୁ ଦକ୍ଷିଣାବର୍ତ୍ତ ଶଙ୍ଖ ବାମାବର୍ତ୍ତ ଶଙ୍ଖ ପୂଜା ପାଇଁ ସର୍ବୋତ୍କୃଷ୍ଟ।

କେତେକ ଶଙ୍ଖର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ। ସେହିପରି  କେତେକ ଶଙ୍ଖର ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ। ଦକ୍ଷିଣବର୍ତ୍ତକ ଶଙ୍ଖ ଜ୍ୱିଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ। ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି ସାଧାରଣତଃ ଶଙ୍ଖର ଆବତ୍ତ (ଭଉଁରୀ) ମାନ ଏତଦ୍‌ବ୍ୟତୀତ ନାନାଜାତୀୟ ନାନା ବର୍ଣ୍ଣର ଶଙ୍ଖ ନାମ ଅଛି। ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଶ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ଅନ୍ୟତମ।

ଘରେ କେମିତି ରଖିବେ ଶଙ୍ଖ ଜାଣନ୍ତୁ:-

– ଶଙ୍ଖରେ ପାଣି ଭରି ଏହାକୁ ଉତ୍ତର-ପୂର୍ବ ଦିଗରେ ରଖିଲେ ପରିବାରରେ ସୁଖ,ଶାନ୍ତି ବୃଦ୍ଧି ହୋଇଥାଏ।

– ପିଲା ଅଧ୍ୟୟନରେ ଦୁର୍ବଳ ଥିଲେ ଶଙ୍ଖରେ ପାଣି ଭର୍ତ୍ତି କରି ଏହି ପାଣିକୁ ପିଇବା ଦ୍ୱାରା ବୌଦ୍ଧିକ ବିକାଶ ହୋଇଥାଏ।

– ଦକ୍ଷିଣ କୋଣରେ ଶାଳଗ୍ରାମ ଏବଂ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ।

– ଯେଉଁ ଘରେ ବାସ୍ତୁଦୋଷ ଯୋଗୁଁ ନାକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ, ସେହି ଘରର ଈଶାନ କୋଣରେ ଶଙ୍ଖ ବଜାଇବା ଦ୍ବାରା ସେହି ଘରର ବାସ୍ତୁଦୋଷ ଦୂର ହୋଇଥାଏ।

–  ଶଙ୍ଖ ପୂଜା କଲେ ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ।

– ଶଙ୍ଖ ଧ୍ବନି ସାତ୍ତ୍ବିକ ଶକ୍ତି ସଂଚାର କରିଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ

ଭୁବନେଶ୍ୱର: ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜର ସହଯୋଗୀ ଅନୁଷ୍ଠାନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ୨୩ତମ ଗୁରୁ ପ୍ରଣାମ ମହୋତ୍ସବ ଗତକାଲି ସନ୍ଧ୍ୟାରେ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠାନର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍‌ଘାଟନ କରି କହିଲେ ଯେ, ଗୁରୁ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ନୂତନ ଯୁବପିଢୀଙ୍କୁ ଭାରତୀୟ ସଂସ୍କୃତିରେ ଅନୁପ୍ରାଣିତ କରିବା ଆମ ସମସ୍ତଙ୍କର ଧ୍ୟେୟ ହେବା ଉଚିତ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବାନନ୍ଦ ସନ୍ଥ ପରମ୍ପରାରର ସନ୍ଥ ସ୍ୱାମୀ ଶିବ ଚିଦାନନ୍ଦ ସରସ୍ୱତୀ କହିଲେ ଯେ, ଆମ ସଂସ୍କୃତିରେ ଗୁରୁଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସ୍ଥାନ ଦିଆଯାଇଛି। କିନ୍ତୁ ଆମେ ଆଜି ପାଶ୍ଚାତ୍ୟ ସଭ୍ୟତା ପଛରେ ଗୋଡ଼ାଉଛୁ। ଯାହା ଆମ ସମାଜ ପାଇଁ କ୍ଷତିକାରକ। ପରିବାରରେ ସଂସ୍କାର ହେଲେ ସମାଜର ପରିବର୍ତ୍ତନ ହେବ ବୋଲି ସ୍ୱାମିଜୀ ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ ଯେ, ଆମ ଧର୍ମରେ ସମସ୍ତ କାର୍ଯ୍ୟକ୍ରମ ବିଜ୍ଞାନ ସମ୍ମତ । ବେଦରେ ୧୬ ସଂସ୍କାରର ଉଦାହରଣ ଦେଇ କହିଲେ ମୁଣ୍ଡନ ଠାରୁ କର୍ଣ୍ଣବେଧ ପର୍ଯ୍ୟନ୍ତ ସମସ୍ତ ସଂସ୍କାର ଶରୀରର ଆବଶ୍ୟକତା ପାଇଁ କରାଯାଇଛି । ଅନପ୍ରାସନ ସଂସ୍ଥାର ମଧ୍ୟ ବେଦ ସମ୍ମତ ବୋଲି ସ୍ୱାମିଜୀ କହିଥିଲେ । ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ କହିଲେ ଯେ, ଗୁରୁ ପୂଜନ ପାଇଁ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ଦୀର୍ଘ ୨୩ବର୍ଷ ଧରି ଯେଉଁ ଅନନ୍ୟ ପରମ୍ପରାଟି ଆରମ୍ଭ କରିଛନ୍ତି, ଏହା ସମାଜକୁ ଏକ ନୂତନ ବାର୍ତ୍ତା ଦେଉଛି । ଆମ ସମାଜରେ ଆମେ ପିତାମାତାଙ୍କ ଠାରୁ ଆରମ୍ଭ କରି ଆଚାର୍ଯ୍ୟଙ୍କୁ ଗୁରୁରୂପେ ମାନ୍ୟତା ଦେଇଥାଉ । ମୁଖ୍ୟବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଭାରତୀୟ ସଂସ୍କୃତିରେ ଗୁରୁ ପରମ୍ପରା ଓ ଆଧୁନିକ ସମାଜରେ ଗୁରୁଙ୍କ କାର୍ଯ୍ୟ ଉପରେ ଏକ ବିଶ୍ଲେଷଣାତ୍ମକ ପ୍ରବଚନ ଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ଭଜନ କାର୍ଯ୍ୟକ୍ରମରେ ଗୁରୁ ସୀତାଂଶୁ ରାଉତ ଶ୍ରୀମଦ୍ ବାବା ବଳିଆଙ୍କ ରଚିତ ‘ହେ ଗୁରୁ ତୁମେ ମଙ୍ଗଳମୟ’ ଭଜନ ଗାନ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ରୋଟାରିଆନ ଶାନ୍ତନୁ କୁମାର ପାଣି, ପାଲାଚାର୍ଯ୍ୟ ଯୁବ ଗାୟକ ସମ୍ରାଟ ନୃସିଂହ ଚରଣ ହୋତା ଓ କବୟତ୍ରୀ ଶ୍ରୀମତୀ ନମିତା କୁମାରୀ ପଣ୍ଡାଙ୍କୁ ଉତ୍ତରୀୟ, ସମ୍ମାନ ଫଳକ ଓ ତୁଳସୀବୃକ୍ଷ ଦିଆଯାଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ସୁବାର୍ତ୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ପ୍ରଫେସର ବୁଦ୍ଧଦେବ ମିଶ୍ର କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଶିକ୍ଷାବିତ୍ ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସୀତା ବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପଣ୍ଡିତ ବିନୋଦ ବିହାରୀ ଦାସ, ବରୁଣରାଜ ଓ ଡଃ ମନୋଜ ଲେଙ୍କା ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଏକ ଶାନ୍ତିଯଜ୍ଞ ୟୁନିଟ୍‌-୯ସ୍ଥିତ ଆର୍ଯ୍ୟଭବନ ଠାରେ ଅନୁଷ୍ଠିତ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ମହାଭାରତର ମୂଲ୍ୟବୋଧ ଉପରେ ଭାରତୀୟ ସଂସ୍କୃତି ତିଷ୍ଠି ରହିଛି: ଡଃ ହୃଷିକେଶ ମଲ୍ଲିକ

ଭୁବନେଶ୍ୱର: ମହାଭାରତରେ ପରୀକ୍ଷିତ ଚରିତ୍ରକୁ ନେଇ ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ବ୍ରଜବନ୍ଧୁ ପଣ୍ଡାଙ୍କ ଲିଖିତ ପୁସ୍ତକ ‘ପାଣ୍ଡବ କୁଳଚନ୍ଦ୍ରମା’ ଓ ଓଡ଼ିଶାର କବିମାନଙ୍କ ଜୀବନୀ ଆଧାରିତ ପୁସ୍ତକ ‘ଅମ୍ଲାନଦୀପ୍ତି’ର ଶୁଭ ଲୋକାର୍ପଣ ଉତ୍ସବ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାଗୃହରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଆର୍ଯ୍ୟସମାଜ, ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ପୁସ୍ତକକୁ ଲୋକାର୍ପଣ କରି ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡଃ ହୃଷିକେଶ ମଲ୍ଲିକ କହିଲେ ଯେ, ଡଃ ବ୍ରଜବନ୍ଧୁ ପଣ୍ଡା ଶିକ୍ଷା ବିଭାଗରୁ ଅବସର ନେବା ପରେ, ଓଡ଼ିଶା ବାଣୀଭଣ୍ଡାରକୁ ଯେଉଁ ଅମୂଲ୍ୟ ସମ୍ପଦ ଦାନ କରିଛନ୍ତି, ସେ ପ୍ରଶଂସାର ପାତ୍ର। ଓଡ଼ିଆ ସାହିତ୍ୟକୁ ଖଣ୍ଡପଡ଼ାର ଦାନ ଅତୁଳନୀୟ। ସେଥିରେ ଡଃ ପଣ୍ଡାଙ୍କ ସୁନ୍ଦର ଛାନ୍ଦରେ ଲିଖିତ ‘ପାଣ୍ଡବ କୁଳଚନ୍ଦ୍ରମା’ ଏକ କାଳଜୟୀ ଗ୍ରନ୍ଥ। ମହାଭାରତର ମୂଲ୍ୟବୋଧ ଉପରେ ଭାରତୀୟ ସଂସ୍କୃତି ତିଷ୍ଠି ରହିଛି। ପୁସ୍ତକ ଉପରେ ନିଜସ୍ୱ ମତ ରଖି ପୂର୍ବତନ ଆଇଜି ଅରୁଣ କୁମାର ଉପାଧ୍ୟାୟ କହିଲେ ଯେ, କବିସମ୍ରାଟଙ୍କ ସମୟରେ ଓଡ଼ିଶାର ଗଜପତି କିଏ ଥିଲେ, ଓଡ଼ିଆଜାତି ତାକୁ ମନେ ରଖିନାହିଁ। କିନ୍ତୁ ବୈଦେହିସ ବିଳାସ ପାଇଁ ଉପେନ୍ଦ୍ର ଭଞ୍ଜ ଚିରକାଳ ବଞ୍ôଚ ରହିବେ।

ଅନ୍ୟତମ ଅତିଥି ଶ୍ରୀ ଜଗନ୍ନାଥ ଗବେଷକ ଡଃ ଅସୀତ ମହାନ୍ତି କହିଲେ ଯେ, ଡଃ ପଣ୍ଡା ଜଣେ ଆଦର୍ଶ ଶିକ୍ଷକ ଭାବେ ପ୍ରତିଷ୍ଠିତ। କିନ୍ତୁ ତାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ କରିବାରେ ମୁଁ ଅତ୍ୟନ୍ତ ଆନନ୍ଦିତ। ‘ପାଣ୍ଡବ କୁଳଚନ୍ଦ୍ରମା’, ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚାଇ ରଖିଥିବା ପାଲାକାରମାନଙ୍କ ଦ୍ୱାରା ବିଶେଷ ଆଦୃତ ହେବ ବୋଲି ମୋର ଦୃଢ ବିଶ୍ୱାସ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ରୀତି ଯୁଗୀୟ ଛାନ୍ଦକୁ ଯେତେବେଳେ ଓଡ଼ିଆ କବି, ଲେଖକମାନେ ଭୁଲି ଯାଉଛନ୍ତି, ସେତିକିବେଳେ ଡଃ ପଣ୍ଡାଙ୍କ ଛାନ୍ଦବଦ୍ଧ ଲେଖା ଅତ୍ୟନ୍ତ ଉଚ୍ଚକୋଟୀର ହୋଇଛି।

ଓଡ଼ିଶା ଅମ୍ଲା କବିପ୍ରତିଭାମାନଙ୍କୁ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ତାଙ୍କର ‘ଅମ୍ଲାନଦୀପ୍ତି’ ପୁସ୍ତକ ଯୁବକମାନଙ୍କ ଦ୍ୱାରା ସୁଖପାଠ୍ୟ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଶେଷରେ ପ୍ରଫେସର ପଣ୍ଡା ମା’ ଶାରଳାଙ୍କ ଅପାର କୃପାରୁ ଏହା ସମ୍ଭବ ହୋଇଛି ବୋଲି ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଜୀବନ ଶୈଳୀ ଧର୍ମ ବିଶେଷ ଖବର ସଂସ୍କୃତି

ଘରେ ଶଙ୍ଖ ରଖିବା ଦ୍ବାରା କ’ଣ ଶୁଭଫଳ ମିଳିଥାଏ, ଜାଣନ୍ତୁ

ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ଶଙ୍ଖର ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଛି। ଶଙ୍ଖର ଓମ୍‌ ଧ୍ବନି ପ୍ରତିଧ୍ବନିତ ହୋଇଥାଏ। ପୁରାଣ ଓ ଶାସ୍ତ୍ରରେ ଶଙ୍ଖ ଧ୍ବନିକୁ କଲ୍ୟାଣକାରୀ ବୋଲି ବିବେଚନା କରାଯାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖନାଦ ଯୋଗୁଁ ଘରେ ନାକାରାତ୍ମକ ଶକ୍ତି ଦୂର ହୋଇ ସାକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ ଶଙ୍ଖରେ ବହୁ ଗୁଣ ରହିଛି। ଏହା ଦ୍ବାରା ଘରକୁ ସାକାରାତ୍ମକ ଶକ୍ତି ଆସିଥାଏ। ଶଙ୍ଖ ଧ୍ବନି ଦ୍ବାରା ଶୋଇଥିବା ଭୂମି ମଧ୍ୟ ଜାଗ୍ରତ ହୋଇ ଶୁଭ ଫଳ ଦେଇଥାଏ ବୋଲି କୁହାଯାଏ। ଯେଉଁ ଘରେ ଶଙ୍ଖକୁ ପୂଜା କରାଯାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି। ଲକ୍ଷ୍ମୀଙ୍କ ପରି ଶଙ୍ଖ ମଧ୍ୟ ସାଗରରୁ ଉତ୍ପନ୍ନ ହୋଇଥିଲେ। ସମୁଦ୍ରମନ୍ଥନ ସମୟରେ ସାଗରରୁ ଚଉଦ ରତ୍ନ ମଧ୍ୟରୁ ଶଙ୍ଖ ଅନ୍ୟତମ।

ଘରେ ଶଙ୍ଖକୁ ରଖିବା ଦ୍ବାରା ଅନେକ ପ୍ରକାରର ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏହା ସହିତ ଧନ, ଜନ, ଆୟୁ, ଯଶ ବୃଦ୍ଧି ହୋଇଥାଏ। ଘରେ ବାସ୍ତୁଦୋଷ ଥିଲେ କୋଠରୀର ଏକ କୋଣରେ ଶଙ୍ଖ ରଖିବା ଦ୍ୱାରା ଏହା ଲାଘବ ହୋଇଥାଏ। ଯେଉଁ ଘରେ ପ୍ରତ୍ୟେହ ସନ୍ଧ୍ୟା ସକାଳେ ଶଙ୍ଖନାଦ ହୁଏ, ସେହି ଘରେ ସୁଖ ସମୃଦ୍ଧି ସର୍ବଦା ରହିଥାଏ। ଶଙ୍ଖଙ୍କୁ ବିଜୟ, ସମୃଦ୍ଧି, ସୁଖ, ଶାନ୍ତି, ଖ୍ୟାତି ଏବଂ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଶଙ୍ଖ ହେଉଛି ଧ୍ୱନିର ପ୍ରତୀକ। ପ୍ରାକୃତିକ ଭାବରେ ଅନେକ ପ୍ରକାରର ଶଙ୍ଖ ଅଛି। ମାତ୍ର ଏହା ମଧ୍ୟରୁ ଦକ୍ଷିଣାବର୍ତ୍ତ ଶଙ୍ଖ ବାମାବର୍ତ୍ତ ଶଙ୍ଖ ପୂଜା ପାଇଁ ସର୍ବୋତ୍କୃଷ୍ଟ।

କେତେକ ଶଙ୍ଖର ଆବର୍ତ୍ତ ଡାହାଣ ଆଡ଼କୁ ବୁଲିଥାଏ ଏହାକୁ ଦକ୍ଷିଣାବର୍ତ୍ତକ ଶଙ୍ଖ କୁହାଯାଏ। ସେହିପରି  କେତେକ ଶଙ୍ଖର ବାମ ଆଡ଼କୁ ବୁଲିଥାଏ; ଏହାକୁ ବାମାବର୍ତ୍ତ ଶଙ୍ଖ ବୋଲାଯାଏ କୌଣସି କୌଣସି ଶଙ୍ଖର ଆବର୍ତ୍ତ ଡାହାଣ ଆଡକୁ ବୁଲି ଥାଏ, ଏହାକୁ ଦକ୍ଷିଣାବର୍ତ୍ତ ଶଙ୍ଖ ବୋଲାଯାଏ। ଦକ୍ଷିଣବର୍ତ୍ତକ ଶଙ୍ଖ ଜ୍ୱିଚିତ୍ ମିଳେ ଓ ଦକ୍ଷିଣାବର୍ତ୍ତକ ଶଙ୍ଖ ଯାହାର ଥାଏ, ସେ ଆପଣାକୁ ଭାଗ୍ୟବାନ ମନେ କରେ। ସମୁଦ୍ରରେ ନାନାଜାତୀୟ ଓ ନାନା ଆକାରର ତଥା ବର୍ଣ୍ଣର ଶଙ୍ଖ ଦେଖା ଯାଆନ୍ତି ସାଧାରଣତଃ ଶଙ୍ଖର ଆବତ୍ତ (ଭଉଁରୀ) ମାନ ଏତଦ୍‌ବ୍ୟତୀତ ନାନାଜାତୀୟ ନାନା ବର୍ଣ୍ଣର ଶଙ୍ଖ ନାମ ଅଛି। ସେମାନଙ୍କ ମଧ୍ୟରେ ଦକ୍ଷିଣାବୃତ୍ତ ଶଙ୍ଖ, ମଧ୍ୟାବୃତ୍ତ ଶଙ୍ଖ, ବାମାବୃତ୍ତ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଗଣେଶ ଶଙ୍ଖ, ଗୋମୁଖୀ ଶଙ୍ଖ, କାମଧେନୁ ଶଙ୍ଖ, ବିଷ୍ଣୁ ଶଙ୍ଖ, ଦେବଦତ୍ତ ଶଙ୍ଖ, ଚକ୍ର ଶଙ୍ଖ, ପୋଣ୍ଡୁ ଶଙ୍ଖ, ବୀଣା ଶଙ୍ଖ, ସୁଘୋଷ ଶଙ୍ଖ, ଗରୁଡ଼ ଶଙ୍ଖ, ମଣିପୁଷ୍ପକ ଶଙ୍ଖ, ରାକ୍ଷାସ ଶଙ୍ଖ, ଶନିଶଙ୍ଖ, ରାହୁ ଶଙ୍ଖ, କେତୁ ଶଙ୍ଖ, ଶେଷନାଗ ଶଙ୍ଖ, କଚ୍ଛପ ଶଙ୍ଖ ପ୍ରଭୃତି ଅନ୍ୟତମ।

ଘରେ କେମିତି ରଖିବେ ଶଙ୍ଖ ଜାଣନ୍ତୁ:-

– ଶଙ୍ଖରେ ପାଣି ଭରି ଏହାକୁ ଉତ୍ତର-ପୂର୍ବ ଦିଗରେ ରଖିଲେ ପରିବାରରେ ସୁଖ,ଶାନ୍ତି ବୃଦ୍ଧି ହୋଇଥାଏ।

– ପିଲା ଅଧ୍ୟୟନରେ ଦୁର୍ବଳ ଥିଲେ ଶଙ୍ଖରେ ପାଣି ଭର୍ତ୍ତି କରି ଏହି ପାଣିକୁ ପିଇବା ଦ୍ୱାରା ବୌଦ୍ଧିକ ବିକାଶ ହୋଇଥାଏ।

– ଦକ୍ଷିଣ କୋଣରେ ଶାଳଗ୍ରାମ ଏବଂ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ଧନ ଲାଭ ହୋଇଥାଏ।

– ଯେଉଁ ଘରେ ବାସ୍ତୁଦୋଷ ଯୋଗୁଁ ନାକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ, ସେହି ଘରର ଈଶାନ କୋଣରେ ଶଙ୍ଖ ବଜାଇବା ଦ୍ବାରା ସେହି ଘରର ବାସ୍ତୁଦୋଷ ଦୂର ହୋଇଥାଏ।

–  ଶଙ୍ଖ ପୂଜା କଲେ ସମସ୍ତ ମନବାଞ୍ଛା ପୂରଣ ହୋଇଥାଏ।

– ଶଙ୍ଖ ଧ୍ବନି ସାତ୍ତ୍ବିକ ଶକ୍ତି ସଂଚାର କରିଥାଏ।

Categories
ଧର୍ମ ବିଶେଷ ଖବର ସଂସ୍କୃତି