Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି
ଆଜିର ଖବର

ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

September 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ : ବାଚସ୍ପତି

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାର କେପ୍‌ଟାଉନ୍‌ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ‘ସୁଗମ୍ୟ ସଂସଦ: ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅନ୍ତର୍ଭୁକ୍ତିକରଣ’ କାର୍ଯ୍ୟକ୍ରମରେ ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ ପରିବର୍ତ୍ତନଶୀଳ ବିଶ୍ୱ ବ୍ୟବସ୍ଥାରେ ଗଣତନ୍ତ୍ରକୁ ଅନେକ ନୂତନ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। ପ୍ରଯୁକ୍ତିବିଦ୍ୟା ବଦଳୁଛି ଏବଂ ଅନୁଷ୍ଠାନଗୁଡ଼ିକ ମଧ୍ୟ ପରିବର୍ତ୍ତିତ ହେଉଛି । କିନ୍ତୁ ଗଣତନ୍ତ୍ର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନତା ସୁନିଶ୍ଚିତ କରିବା ଆବଶ୍ୟକ ଏବଂ ଏହି ନୀତି କେବେବି ପରିବର୍ତ୍ତନ କରାଯାଇପାରିବ ନାହିଁ। ଋଷି ଅଷ୍ଟବକ୍ରଙ୍କ ଉଦାହରଣ ଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଭାରତୀୟ ସଂସ୍କୃତି ଓ ସଭ୍ୟତାରେ ଦିବ୍ୟାଙ୍ଗମାନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ। ଭାରତୀୟ ଗଣତନ୍ତ୍ରରେ ମଧ୍ୟ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ୯୦ ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତି ଭୋଟର ଭାବରେ ପଞ୍ଜୀକୃତ ହୋଇଥିଲେ। ଏବେ ସଂସଦ ଓ ବିଧାନସଭାର ଡିଜିଟାଇଜେସନ୍ କରାଯାଉଛି ଏବଂ ଏହା ସେମାନଙ୍କ ପ୍ରତିନିଧିତ୍ୱ ଏବଂ ଯୋଗଦାନକୁ ଅଧିକ ସୁନିଶ୍ଚିତ କରିପାରିବ। ସରକାରଙ୍କ ଦ୍ୱାରା ପ୍ରଣିତ ‘ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ୨୦୧୬’ ଦିବ୍ୟାଙ୍ଗମାନଙ୍କ ପାଇଁ ସମାନତା, ସୁଗମ୍ୟତା ଏବଂ ଅଂଶଗ୍ରହଣ ପାଇଁ ଅବସର ଆଣିଦେଇଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି ।
ବାଚସ୍ପତି ଆହୁରି ମଧ୍ୟ କହିଛନ୍ତି ଯେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ସହାୟତା ପାଇଁ ‘ବାଣୀଶ୍ରୀ ବୃତ୍ତି’ ଏବଂ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଓଡ଼ିଶାରେ ମଧ୍ୟ ସହାୟକ ଉପକରଣ, ଦକ୍ଷତା ବିକାଶ, ପୁନର୍ବାସ, ସ୍ୱତନ୍ତ୍ର ଶିକ୍ଷା, ସାମାଜିକ ସୁରକ୍ଷା, କ୍ରୀଡ଼ା ଏବଂ ଜୀବିକା ନିର୍ବାହର ସୁଯୋଗ ପାଇଁ ସହାୟତା ଯୋଗାଇ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ଅବସରରେ ଝାଡ଼ଖଣ୍ଡର ବାଚସ୍ପତି ରବିନ୍ଦ୍ରନାଥ ମହାତୋ, ରାଜ୍ୟସଭା ସାଂସଦ ସି. ସଦାନନ୍ଦନ ମାଷ୍ଟର, ମହାରାଷ୍ଟ୍ର ବିଧାନ ପରିଷଦର ଅଧ୍ୟକ୍ଷ ପ୍ରଫେସର ରାମ ସିନ୍ଧେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସହ ଉପବାଚସ୍ପତି ଭବାନୀଶଙ୍କର ଭୋଇ, ସଚିବ ସତ୍ୟବ୍ରତ ରାଉତ ଯୋଗ ଦେଇଛନ୍ତି।

ଦିବ୍ୟାଙ୍ଗ ବାଚସ୍ପତି ଭାରତୀୟ ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ ନେତା

October 9, 2026
Latest News

ଆଜି ମହାଳୟା କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

October 10, 2026

ଅକ୍ଟୋବର ୧୩ ବେଳକୁ ବଙ୍ଗୋପସାଗରରେ ଲଘୁଚାପ!

October 10, 2026

ଆଜି ଅକ୍ଟୋବର ୧୦ ତାରିଖରେ ଏହି ରାଶିଗୁଡିକର ଭାଗ୍ୟରେ ହେଲା ପରିବର୍ତ୍ତନ

October 10, 2026

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ ନେତା

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.