Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ଆସନରେ ବସିଲେ ପ୍ରମିଳା ମଲ୍ଲିକ, କଲେ ଗୃହ ପରିଚାଳନା

ଭୁବନେଶ୍ବର: ଆଜି ବାଚସ୍ପତି ଭାବେ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି ବିଧାୟିକା ପ୍ରମିଳା ମଲ୍ଲିକ। ଆଜି ସକାଳେ ପ୍ରମିଳା ନିର୍ବାଚିତ ହୋଇଛନ୍ତି ବୋଲି ଗୃହରେ ଉପବାଚସ୍ପତି ଘୋଷଣା କରିଥିଲେ।

ଏହାପରେ ସେ ବସିଥିବା ଆସନରୁ ତାଙ୍କୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ନରସିଂହ ମିଶ୍ର ଏବଂ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ବାଚସ୍ପତି ଆସନକୁ ପାଛୋଟି ନେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତିଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ହେବା ପରେ ତାଙ୍କୁ ବିଧାନସଭା ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। କିଛି ସମୟ ପରେ ସେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଆଜି ବିଧାନସଭା କାର୍ଯ୍ୟାଳୟରେ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ। ଆଜି ପୂର୍ବାହ୍ନରେ ସେ ଏବଂ ବିଜେଡିର ବରିଷ୍ଠ ନେତାଙ୍କ ସହିତ ଯାଇ ବିଧାନସଭା ସଚିବଙ୍କ ପାଖରେ ଏହା ଦାଖଲ କରିଛନ୍ତି।

ତାଙ୍କ ସହିତ ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ସହିତ ବହୁ ବିଧାୟକ ଓ ବିଧାୟିକା ଯୋଗ ଦେଇଥିଲେ।

ଆସନ୍ତାକାଲି ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ହେଲେ କୌଣସି ଦଳର ସଂଖ୍ୟା ନ ଥିବାରୁ ପ୍ରମିଳା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବେ। ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହାପୂର୍ବରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ପ୍ରମିଳା ମଲ୍ଲିକ, କହିଲେ ଏପରି କଥା

ଭୁବନେଶ୍ବର: ଓଡିଶା ବିଧାନସଭାର ବାଚସ୍ପତି ପାଇଁ ବିଜେଡିର ପ୍ରାର୍ଥୀ ଭାବେ ପ୍ରମିଳା ମଲ୍ଲିକଙ୍କ ନାମ ଘୋଷଣା ପରେ ସେ ରଖିଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି ଯେ, ଦଳ ମୋତେ ପ୍ରାର୍ଥୀ କରିଛି। ଏହାଦ୍ବାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣିତ କରିଛନ୍ତି ଯେ ମହିଳାମାନେ କେତେ ଦକ୍ଷ।

ତେବେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ମୁଁ ସମସ୍ତଙ୍କ ମନ ନେଇ କାମ କରିବି। ନିରପକ୍ଷ ଭାବେ ସମସ୍ତଙ୍କୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବି ବୋଲି ପ୍ରମିଳା କହିଛନ୍ତି।

ଏହା ବହୁ ଗୁରୁତ୍ବପୂର୍ଣ୍ଣ ପଦ। ଆଗକୁ ନିଶ୍ଚିତ ଭଲ ହେବ ବୋଲି ପ୍ରମିଳା କହିଛନ୍ତି। ତେବେ ଗୃହରେ ଜୟନାରାୟଣ ମିଶ୍ର ଏବଂ ନରସିଂହ ମିଶ୍ରଙ୍କ ପରି ସଦସ୍ୟଙ୍କୁ କିପରି ପରିଚାଳନା କରିବେ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି ଯେ, ନିରପକ୍ଷ ଭାବେ ସବୁଦଳକୁ ନେଇ ଗୃହ ପରିଚାଳନା କରିବି ବୋଲି ପ୍ରମିଳା କହିଛନ୍ତି।

ଆସନ୍ତାକାଲି ପ୍ରମିଳା ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ହେବେ ଓଡିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି। ଆସନ୍ତାକାଲି ବିଧାନସଭାରେ ହେବ ବାଚସ୍ପତି ନିର୍ବାଚନ। ଏଥିରେ ବିଜେଡି ପ୍ରାର୍ଥୀ ଭାବେ ପ୍ରମିଳା ନାମାଙ୍କନ ଦାଖଲ କରିବେ। ସଂଖ୍ୟା ଦୃଷ୍ଟିରୁ ପ୍ରମିଳା ନିର୍ଦ୍ବନ୍ଦରେ ନିର୍ବାଚିତ ହେବେ। ଏହା ଫଳରେ ସେ ଓଡିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତି ହେବେ।

ଯାଜପୁର ଜିଲ୍ଲା ବିଂଝାରପୁର ଆସନରୁ ବିଧାୟିକା ଭାବେ ନିର୍ବାଚିତ ପ୍ରମିଳା ବର୍ତ୍ତମାନ ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ସେ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ସେ ପ୍ରଥମେ ୧୯୯୦ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ। ପୂର୍ବରୁ ସେ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀ ଏବଂ ସରକାରୀ ମୁଖ୍ୟ ସଚେତକ ଭାବେ କାର୍ଯ୍ୟ ମଧ୍ୟ କରିଆସିଛନ୍ତି।

ବିଧାନସଭା ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ପଡିଛି। ବର୍ତ୍ତମାନ ଉପବାଚସ୍ପତି ରଜନୀକାନ୍ତ ସିଂ କାମଚଳା ବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭାରେ ରାହୁଲ ଗାନ୍ଧି ଫ୍ଲାଇଂ କିସ୍: ବାଚସ୍ପତିଙ୍କ ନିକଟରେ ଅଭିଯୋଗ କଲେ ବିଜେପି ମହିଳା ସାଂସଦ

ନୂଆଦିଲ୍ଲୀ: ଲୋକସଭାରେ ଆଜି ଲଗାତାର ଦ୍ବିତୀୟ ଦିନ ପାଇଁ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଚାଲିଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଛନ୍ତି। ମଣିପୁର ହିଂସାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧି।

ତାଙ୍କ ଭାଷଣ ସଂକ୍ଷିପ୍ତ ହୋଇଥାଇପାରେ, କିନ୍ତୁ ସେ ଅନେକ କଥା କହିଥିଲେ ଯାହାକୁ ବିଜେପି ସାଂସଦମାନେ ବିରୋଧ କରିଥିଲେ। ମୋଦି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, କେନ୍ଦ୍ର ସରକାର ମଣିପୁରରେ ଭାରତ ମାତାଙ୍କୁ ହତ୍ୟା କରିଛନ୍ତି। ସେମାନେ ମଣିପୁରରେ ଭାରତକୁ ହତ୍ୟା କରିଛନ୍ତି। ହିନ୍ଦୁସ୍ତାନଙ୍କୁ ମଣିପୁରରେ ହତ୍ୟା କରାଯାଇଛି।

ଲୋକସଭାରେ ରାହୁଲ ଗାନ୍ଧି ଅସଦାଚରଣ କରିଛନ୍ତି: ସ୍ମୃତି ଇରାନୀ

ସେପଟେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି କଂଗ୍ରେସ ଭାଷଣ ଶେଷ କରି ଗୃହରୁ ବାହାରିବା ବେଳେ ଅଶ୍ଳୀଳତା ଦେଖାଇଛନ୍ତି। ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ଗୃହରୁ ବାହାରିବା ସମୟରେ ଗୃହରେ ଫ୍ଲାଇଂ କିସ୍ ଦେଇଥିଲେ। ସଂସଦରେ ଉପସ୍ଥିତ ମହିଳା ସଦସ୍ୟଙ୍କୁ ଅପମାନିତ କରିଛନ୍ତି ରାହୁଲ ଗାନ୍ଧି।

ସେହିପରି ବିଜେପି ସାଂସଦ ଶୋଭା କରନ୍ଦଲାଜେ ରାହୁଲ ଗାନ୍ଧିଙ୍କ ବିରୋଧରେ ଗୃହରେ ଅଶ୍ଳୀଳତା ଅଭିଯୋଗ ଆଣିଛନ୍ତି। ସେ ଗୃହରୁ ରାହୁଲ ଗାନ୍ଧିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହାବ୍ୟତୀତ ବିଜେପିର ମହିଳା ସାଂସଦମାନେ ସଂସଦ ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଗୃହରେ ରାହୁଲ ଗାନ୍ଧୀଙ୍କ ଅଶାଳୀନ ଆଚରଣ ଅଭିଯୋଗ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଶୋଭା କରନ୍ଦଲାଜେ କହିଛନ୍ତି, ରାହୁଲ ଗାନ୍ଧୀ ସମସ୍ତ ମହିଳା ସଦସ୍ୟଙ୍କୁ ଫ୍ଲାଇଂ କିସ୍ ଦେଇ ଗୃହରୁ ବାହାରିଥିଲେ। ଏହା ହେଉଛି ଜଣେ ସାଂସଦଙ୍କ ଦୁର୍ବ୍ୟବହାର। ଏହା ଜଣେ ସଦସ୍ୟଙ୍କ ଅନୈତିକ ଏବଂ ଅଶାଳୀନ ଆଚରଣ।

ବରିଷ୍ଠ ସଦସ୍ୟମାନେ ସୂଚାଉଛନ୍ତି ଯେ ଭାରତର ସଂସଦ ଇତିହାସରେ ଏହା କେବେ ଘଟିନାହିଁ। ଏହା କେଉଁ ପ୍ରକାରର ଆଚରଣ? ସେ କେଉଁ ପ୍ରକାରର ନେତା ? ତେଣୁ ଏହାର ସିସିଟିଭି ଫୁଟେଜ୍ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ: ଅନୁମୋଦନ କଲେ ବାଚସ୍ପତି

ନୂଆଦିଲ୍ଲୀ: ଆଜି ମଣିପୁର ହିଂସାକୁ ନେଇ ସଂସଦରେ ଉତ୍ତେଜନା ଜାରି ରହିଥିଲା। ଏହି ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଆଣିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଉପସ୍ଥାପନ କରିଥିଲା, ଯାହା ପରେ ବାଚସ୍ପତିଙ୍କ ଦ୍ୱାରା ସ୍ବୀକୃତି ମିଳିଥିଲା। ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଗ୍ରହଣ କରିବା ପରେ ଲୋକସଭା ବାଚସ୍ପତି କହିଛନ୍ତି ଯେ, ସମସ୍ତ ଦଳ ସହ ଆଲୋଚନା ହେବା ପରେ ସେ ଚର୍ଚ୍ଚା ପାଇଁ ସମୟ ସ୍ଥିର କରିବେ।

Categories
ଆଜିର ଖବର ଜାତୀୟ ଖବର

ଗୁଜୁରାଟ ବିଧାନସଭାରେ ନିଜ ସରକାରକୁ ଘେରିଲେ ହାର୍ଦ୍ଦିକ ପଟେଲ, ବାଚସ୍ପତି ମଧ୍ୟ କଲେ ପ୍ରଶଂସା

ନୂଆଦିଲ୍ଲୀ: ଗୁଜୁରାଟରେ ବିଧାନସଭାର ବଜେଟ୍ ଅଧିବେଶନରେ ପ୍ରଥମ ଥର ପାଇଁ ଭାଷଣ ଦେଇ ବିଜେପି ନେତା ହାର୍ଦ୍ଦିକ ପଟେଲ ବିଜେପି ସରକାରଙ୍କୁ ଘେରିଥିଲେ। ବିଧାନସଭା ବାଚସ୍ପତି ଶଙ୍କର ଚୌଧୁରୀ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେ। ଏହା ସହିତ ସେ ହାର୍ଦ୍ଦିକ ପଟେଲଙ୍କ ପ୍ରଶ୍ନକୁ ମଧ୍ୟ ଏକ ଭଲ ପ୍ରଶ୍ନ ବୋଲି କହିଥିଲେ।

ହାର୍ଦ୍ଦିକ ପଟେଲ ଭୁପେନ୍ଦ୍ର ପଟେଲ ସରକାରଙ୍କୁ ପଚାରିଥିଲେ ଯେ, ଏହା ୭୫ ରୁ ୧୦୦ ବର୍ଷ ପୁରୁଣା ଉତ୍ତରାଧିକାରୀ ଏବଂ ଆର୍ଥିକ ଅବସ୍ଥା ଖରାପ ଥିବା ୱିଙ୍ଗ ସ୍କୁଲ ଅଧୀନରେ ନେବାକୁ ପ୍ରସ୍ତୁତ କି? ବାସ୍ତବରେ ସରକାର ସେହି ବିଦ୍ୟାଳୟଗୁଡ଼ିକର ସଂଖ୍ୟା ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିରେ ସରକାରଙ୍କୁ କୌଣସି ଲାଭ ମିଳିବା ଦେଖାଯାଉନାହିଁ। ଏକ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଯେତେବେଳେ ହାର୍ଦ୍ଦିକ ପଟେଲ ନିଜ ସରକାରଙ୍କ ନୀତି ଉପରେ ପ୍ରଶ୍ନ କରିଥିଲେ। ହାର୍ଦ୍ଦିକ ପଟେଲ ଏହା ପୂର୍ବରୁ ଗୁଜୁରାଟ ସରକାରରେ କୃଷି ମନ୍ତ୍ରୀ ରାଘବଜୀଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ପଟେଲ କୃଷି ମନ୍ତ୍ରୀଙ୍କ ସମ୍ମୁଖରେ ଚାଷୀଙ୍କ ପ୍ରସଙ୍ଗ ଉଠାଇଥିଲେ।

ଅହମ୍ମଦାବାଦ ଜିଲ୍ଲାର ବିରାମଗାମ ସମେତ କେତେକ ଅଞ୍ଚଳରେ ଚାଷୀଙ୍କ ଦ୍ଵାରା କପା ଉତ୍ପାଦିତ ହେଉଛି। ହାର୍ଦ୍ଦିକ ପଟେଲ କେବଳ ଏହାର ହାରାହାରି ଗୁଣବତ୍ତା (FAQ) ପାରାମିଟରଗୁଡ଼ିକର ପରିବର୍ତ୍ତନ ବିଷୟରେ ପ୍ରଶ୍ନ ଉଠାଇଥିଲେ। ଏହା ସହିତ ହାର୍ଦ୍ଦିକ ପଟେଲ ଏହାକୁ କୃଷକଙ୍କ ଶୋଷଣ ବୋଲି ମଧ୍ୟ କହିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ହାର୍ଦ୍ଦିକ ପଟେଲଙ୍କ ପୂର୍ବରୁ ଅନ୍ୟ ଦୁଇ ବିଜେପି ବିଧାୟକ ମଧ୍ୟ ଭୁପେନ୍ଦ୍ର ପଟେଲ ସରକାରଙ୍କ ଚାଷୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଯେଉଁଭଳି ଭାବରେ ବିଜେପି ବିଧାୟକମାନେ ନିଜ ଦଳକୁ ପ୍ରଶ୍ନ କରୁଛନ୍ତି। ରାଜନୈତିକ ମହଲରେ ଏହା କୁହାଯାଉଛି ଯେ, ବିଜେପି ଭିତରେ ଅନେକ ଗୋଷ୍ଠୀ ଗଠନ କରାଯାଇଛି।

ଭଡୋଦରା ଜିଲ୍ଲାର ସାଭଲିର କେତନ ଇନାମଦାର ବରୋଦା ଡାୟରୀ ଚଳାଇବାରେ ସରକାର ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଏବଂ ଗୋରୁ ପାଳକଙ୍କ ପାଇଁ ନ୍ୟାୟ ଲୋଡିଛନ୍ତି। ସରକାରଙ୍କୁ ବିରୋଧ କରୁଥିବା ଦ୍ୱିତୀୟ ବିଧାୟକ କିଶୋର କାନାନି ସରକାରଙ୍କୁ ଏକ ଚିଠି ଲେଖିଛନ୍ତି। ସରକାରୀ ଯୋଜନାରେ ଅଧ୍ୟୟନ ପାଇଁ ବିଦେଶ ଯାଉଥିବା ଛାତ୍ରମାନେ ଏଥିରେ ଅଭିଯୋଗ କରିଛନ୍ତି। ବିଳମ୍ବରେ ସେମାନଙ୍କୁ ଋଣ ଦିଆଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରକେଟ୍ ପରି ଉଠିବ ଓଡିଶା ବିଧାୟକମାନଙ୍କ ଦରମା, ବାଚସ୍ପତିଙ୍କୁ ଦିଆଗଲା ପ୍ରସ୍ତାବ

ଭୁବନେଶ୍ବର: ଓଡିଶାର ବିଧାୟକଙ୍କ ଦରମା ବୃଦ୍ଧି ପାଇବ। ତେବ ଏକ ଗୁଣା ନୁହେଁ କି ଦୁଇ ଗୁଣା, ଏକା ଥରେ ତିନିଗୁଣା ବୃଦ୍ଧି ପାଇବ। ଅର୍ଥାତ ରକେଟ ପରି ଉଠିବ ସେମାନଙ୍କର ମାସିକିଆ ଦରମା। ସେତିକି ନୁହେଁ ଯେଉଁମାନେ ପୂର୍ବତନ ବିଧାୟକ ଅଛନ୍ତି ସେମାନଙ୍କର ପେନସନ ମଧ୍ୟ ଉପରକୁ ଉଠିବ। ଏ ନେଇ ବାଚସ୍ପତିଙ୍କୁ ବିଧାୟକ ଦରମା ପରାମର୍ଶଦାତା କମିଟ ଏକ ରିପୋର୍ଟ ଦେଇଛି।

ଏହି କମିଟର ଅଧ୍ୟକ୍ଷ ଥିବା ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି କମିଟରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି, କଂଗ୍ରେସ ବିଧାୟକ ତାରା ବାହୀନିପତି, ମକରନ୍ଦ ମୁଦୁଲି, ନୃସିଂହ ସାହୁ ପ୍ରମୁଖ ଏଗାର ଜଣ ସଦସ୍ୟ ରହିଛନ୍ତି। ସେମାନେ ଏକ ନିଷ୍ପତି କରି ଏହି ରିପୋର୍ଟ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି।

ତେବେ ବିଧାୟକ ଦରମା କେତେ ବୃଦ୍ଧି ଘଟିବ ସେ ନେଇ କମିଟ ସଦସ୍ୟ କେହି କିଛି କହି ନାହାଁନ୍ତି। ହେଲେ ବିଶେଷ ସୁତ୍ରରୁ ଜଣାପଡିଛି ଯେ, କମିଟ ବିଧାୟକଙ୍କ ଦରମା ମାସିକ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସୁପାରିଶ କରିଛନ୍ତି। ସେହିପରି ପୂର୍ବତନ ବିଧାୟକଙ୍କ ଦରମା ୯୦ ହଜାରକୁ ବୃଦ୍ଧି କରିବାକୁ ସୁପାରିଶ କରିଛନ୍ତି। ତେବେ ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ଏହି ସୁପାରିଶ ଅନ୍ୟ ରାଜ୍ୟର ବିଧାୟକଙ୍କ ଦରମାକୁ ଦୃଷ୍ଟି ରଖି କରାଯାଇଛି।

ବର୍ତ୍ତମାନ ଓଡିଶାର ବିଧାୟକମାନେ ମାସିକ ୯୯ ହଜାର ଟଙ୍କା ଦରମା ପାଉଛନ୍ତି। ଏଥିରେ ମୂଳ ଦରମା ବାବଦକୁ ୩୫ ହଜାର ଟଙ୍କା, ଯାତାୟତ ପାଇଁ ୧୫ ହଜାର, ମେଡିକାଲ ଖର୍ଚ୍ଚ ପାଇଁ ୫ ହଜାର, ଟେଲିଫୋନ ପାଇଁ ୮ ହଜାର, ସେକ୍ରେଟେରିଆଲ ଖର୍ଚ୍ଚ ୨୦ ହଜାର, ବିଦ୍ୟୁତ ବିଲ ୫ ହଜାର ଓ ଅନ୍ୟାନ୍ୟ ବାବଦକୁ ମୋଟ ୯୯ ହଜାର ପାଉଛନ୍ତି।

ସେହିପରି ପୂର୍ବତନ ବିଧାୟକମାନେ ବର୍ତ୍ତମାନ ମାସିକ ୩୦ ହଜାର ଟଙ୍କା ଲେଖାଏଁ ପେନସନ ପାଉଛନ୍ତି। ଏହି ପେନସନ ଗତ ୨୦୧୭ ମସିହାରେ ବର୍ଦ୍ଧିତ କରାଯାଇଥିଲା। ତେବେ ଏତିକି ଟଙ୍କାର ସେମାନେ ଚଳିପାରିବେ ନାହିଁ ବୋଲି ଅନୁଭବ କରି କମିଟ ଏହାକୁ ବୃଦ୍ଧି ପାଇଁ ମଧ୍ୟ ସୁପାରିଶ କରିଛନ୍ତି।

ତେବେ କମିଟ କେତେ ଟଙ୍କା ବୃଦ୍ଧି ପାଇଁ ସୁପାରିଶ କରିଛନ୍ତି ତାହା କେହି କହି ନାହିଁନ୍ତି। ହେଲେ ସେମାନଙ୍କର ପେନସନ ପ୍ରାୟ ୯୦ ହଜାର ଟଙ୍କା ବୃଦ୍ଧି କରିବା ପାଇଁ କୁହାଯାଇଛି ବୋଲି ଜଣାପଡିଛି। ଏଥିରେ କମିଟ ସେମାନଙ୍କର ମେଡିକାଲ, ଯାତାୟତ ପରି ବିଭିନ୍ନ ଭତ୍ତା ବୃଦ୍ଧି କରିବା ପାଇଁ ପରାମର୍ଶଦାତା କମିଟ ସୁପାରିଶ କରିଛି।

ଗତ ବଜେଟ ଅଧିବେସନର ବିଧାୟକଙ୍କ ଦରମା ବୃଦ୍ଧି ନେଇ ଦାବୀ ହୋଇଥିଲା। ଏହି ଦାବୀକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟ ଗଠନ କରିଛନ୍ତି। ସେହି କମିଟ ତାହାର ସୁପାରିଶ ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ଅନୁଧ୍ୟାନ କରିବା ପରେ ତାହାକୁ ଅର୍ଥ ବିଭାଗକୁ ପଠାଇବେ। ଅର୍ଥ ବିଭାଗର ଅନୁମୋଦନ ଆସିବା ପରେ ତାହା ଘୋଷଣା କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ନେଇ ଗଠିତ କମିଟିର ବସିଲା ପ୍ରଥମ ବୈଠକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କର ଦରମା, ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ନିମନ୍ତେ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ତରଫରୁ ପ୍ରସ୍ତାବ ରହିଆସିଥିଲା। ଏ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ପାଇଁ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଏକ ୧୧ ଜଣିଆ ପରାମର୍ଶଦାତା କମିଟି ଗଠନ କରିଥିଲେ।

ଗତକାଲି ବିଧାନସଭାର ୫୩ ନମ୍ବର ପ୍ରକୋଷ୍ଠରେ ଏହି କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ବରିଷ୍ଠ ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକମାନଙ୍କର ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ଭତ୍ତା ବାବଦରେ ଆଲୋଚନା ହୋଇଛି।

ପରବର୍ତ୍ତୀ ବୈଠକରେ ସଂସଦୀୟ ବ୍ୟାପାର ବିଭାଗକୁ ସଂଶ୍ଳିଷ୍ଟ କରି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ ଏବଂ ଆବଶ୍ୟକ ସ୍ଥଳେ କମିଟି ଅନ୍ୟାନ୍ୟ ରାଜ୍ୟର ବିଧାନସଭା ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନଙ୍କୁ ମିଳୁଥିବା ଦରମା, ପେନ୍‌ସନ୍‌ ଏବଂ ଅନ୍ୟାନ୍ୟ ଭତ୍ତା ବିଷୟରେ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଆଜିର ଏହି ବୈଠକରେ ବିଜେପି ଦଳର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, କଂଗ୍ରେସ ଦଳର ବରିଷ୍ଠ ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି, ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ଡ. ନୃସିଂହ ଚରଣ ସାହୁ ଏବଂ ଶ୍ରୀ ମକରନ୍ଦ ମୁଦୁଲିଙ୍କ ସମେତ ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ବିଧାନସଭାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସୂର୍ଯ୍ୟନାରାୟଣ ପାତ୍ର ଗୁରୁତର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କିଡନୀ ରୋଗରେ ପୀଡିତ ହୋଇଛନ୍ତି ବୋଲି ତାଙ୍କ ପୁତ୍ର ସୂଚନା ଦେଇଛନ୍ତି। ଏହାସହ ତାଙ୍କ ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଛି ବୋଲି ସେ କହିଛନ୍ତି। ସେ ଗତକାଲି ତାଙ୍କର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି।

ଗତ ୧୪ ଦିନ ହେବ ସେ ଏହି ରୋଗରେ ଆକ୍ରନ୍ତ ହୋଇଛନ୍ତି। ସେଥିପାଇଁ ସେହିଦିନଠାରୁ ତାଙ୍କର ଚିକିତ୍ସା ଚାଲିଛି। ସେଥିପାଇଁ ସେ କୌଣସି ସରକାରୀ ଦାୟିତ୍ବରେ ନ ରହିବା ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଲେ ବୋଲି ପୁତ୍ର ବିପ୍ଲବ ପାତ୍ର କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଏଥର ବିଧାନସଭା ବାଚସ୍ପତି ଆସନରେ ବସିବେ ଜଣେ ମହିଳା, କିଏ ସେ ?

ଭୁବନେଶ୍ବର : ଓଡ଼ିଶା ରାଜନୀତିରେ ଏଥର ଏକ ନୂଆ ଇତିହାସ ସୃଷ୍ଟି ହେବ। ତାହା ହେଲା ବିଧାନସଭାର ବାଚସ୍ପତି ଜଣେ ମହିଳା ହେବେ।  ଆଜି ବାଚସ୍ପତି ପଦରୁ ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ପ୍ରଦାନ କରିବା ପରେ ଏହି ସନ୍ଦେହ ସୃଷ୍ଟି ହୋଇଛି। ତେବେ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ସହି ମହିଳା କିଏ ?

ଓଡିଶା ଇତିହାସରେ ଆଜି ପର୍ଯ୍ୟନ୍ତ ବାଚସ୍ପତି ଭାବେ କୈଣସି ମହିଳା ରହି ନାହାଁନ୍ତି। ତେବେ ଏହି ମହିଳା ଜଣଙ୍କ ହେଉଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଉଷା ଦେବୀ। ସୂର୍ଯ୍ୟପାତ୍ର ଇସ୍ତଫା ଦେବା ପରେ ଉଷାଙ୍କ ନାମକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏ ନେଇ ଆଜି କିମ୍ବା ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ବାଚସ୍ପତି ଡ. ପାତ୍ର ରାଜଭବନ ଯାଇ ମହାମହିମ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ଏବଂ ନବବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ନବବର୍ଷ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେବ ବୋଲି କାମନା କରିବା ସହ ରାଜ୍ୟପାଳଙ୍କ ଶୁଭକାମନା କରିଛନ୍ତି । ବାଚସ୍ପତି ଡ. ପାତ୍ର ବିଧାନସଭାର ସମସ୍ତ ଅଧିକାରୀବୃନ୍ଦ ନବବର୍ଷ ଅବସରରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ସମସ୍ତ ଅଧିକାରୀ ବାଚସ୍ପତିଙ୍କୁ ସାକ୍ଷାତ କରି ତାଙ୍କୁ ନବବର୍ଷର ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ ହେବ କୋଭିଡ ପରୀକ୍ଷା, ବାଚସ୍ପତି ନେଲେ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଏଥର ମଧ୍ୟ ବିଧାନସଭା ଅଧିବେସନ ପୂର୍ବରୁ କୋଭିଡ ପରୀକ୍ଷା କରାଯିବ। ରାଜ୍ୟରେ ଏହାର ପ୍ରକୋପ କମିଥିଲେ ମଧ୍ୟ କୋଭିଡ ନିୟମ ଅନୁଯାଇ କାର୍ଯ୍ୟ କରାଯିବ। ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଏଥିରେ ବିଧାୟକ, କର୍ମଚାରୀ ଏବଂ ସାମ୍ବାଦିକଙ୍କ ଉଭୟ ଆରଟିପିସିଆର ଏବଂ ଆଣ୍ଟିବଡି ପରୀକ୍ଷା କରାଯିବ।

ନିଷ୍ପତି ଅନୁସାରେ ଆସନ୍ତା 28,29 ଏବଂ 30 ତାରିଖରେ ତିନିଦିନ ଧରି ବିଧାନସଭା ପରିସରରେ ଏହି ପରୀକ୍ଷା କରାଯିବ। ଏଥିରେ କୌଣସି ବ୍ୟକ୍ତିଙ୍କର ପଜେଟିଭ ଆସିଲେ ତାଙ୍କୁ ଗୃହ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସେହିପରି ଅଧିବେସନ ବେଳେ ପ୍ରତ୍ୟେକ ଦିନ ବିଧାୟକମାନଙ୍କୁ ମାସ୍କ, ଗ୍ଲୋବସ ଏବଂ ସାନିଟାଇଜର ପ୍ରଦାନ କରାଯିବ। ସେହିପରି ବିଧାନସଭା ପରିସରକୁ ଆସୁଥିବା ବରିଷ୍ଠ ଅଧିକାରୀମାନେ ନେଗେଟିଭ ରିପୋର୍ଟ ଆଣି ବିଧାନସଭା ପରିସରରେ ପ୍ରବେଶ କରିବେ ବୋଲି ନିଷ୍ପତି କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ, ଦୁଃଖ ଭରା ଆଖିରେ ତାଙ୍କୁ କୋଳେଇ ନେଲେ ବାଚସ୍ପତି

ଭୁବନେଶ୍ବର: ଆଜି ପିପିଲିର ବିଧାୟକ ଭାବେ ରୁଦ୍ରପ୍ରତାପ ମହାରଥୀ ଶପଥ ଗ୍ରହଣ କରିଛନ୍ତି। ସେ ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଏହି ଶପଥ କରିଛନ୍ତି। ତାଙ୍କୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଶପଥ କରାଇଥିଲେ। ଶପଥ କରାଇବା ପରେ ତାଙ୍କୁ ବାଚସ୍ପତି ଦୁଃଖଭରା ଆଖିରେ କୋଳେଇ ନେଇଥିଲେ। କାରଣ ତାଙ୍କ ବାପା ପ୍ରଦୀପ ମହାରାଥୀ ଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଘନିଷ୍ଠ ବନ୍ଧୁ।

ଏକ ଟୁଇଟ କରି ବାଚସ୍ପତି କହିଛନ୍ତି ଯେ, ‘ଆଜି ଵିଧି ବଦ୍ଧ ଭାବରେ ବିଧାନସଭାରେ ମୋ ଉପସ୍ଥିତିରେ ବିଧାୟକ ପଦ ଓ ଗୋପନୀୟତାର ଶପଥ ପାଠ ନେଲେ ଶ୍ରୀ ରୁଦ୍ରପ୍ରତାପ ମହାରଥୀ । ଶପଥ ପାଠ କରି ପିପିଲିର ଜନସାଧାରଣଙ୍କ ସୁଖ ଦୁଃଖରେ ସାମିଲ ହେବା ପାଇଁ ପ୍ରତିଶୃତି ନେଲେ। ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ରୁଦ୍ରପ୍ରତାପ ମହାରଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।’

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କାମ ଆରମ୍ଭ, ବାଚସ୍ପତି ପଦ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ବର, ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ନବୀନ ନିବାସରେ ଆରମ୍ଭ ହେଲାଣି। ଏଥିରେ ପାଞ୍ଚରୁ ଆଠଜଣ ମନ୍ତ୍ରୀଙ୍କୁ ବାହାର କରାଯିବ ବୋଲି ସଙ୍କେତ ମିଳିଲାଣି। ଏଥିସହିତ ଡଜନେ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ନବୀନ ପ୍ରଥମ ବାଚସ୍ପତିଙ୍କ ଆଡୁ ଅଦଳବଦଳ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି।

ନବୀନ ଦେଖିଲେଣି ଯେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଯୁବ ନେତାଙ୍କ ସହିତ ବରିଷ୍ଠ ନେତାଙ୍କ ଦକ୍ଷତା ଆବଶ୍ୟକ ରହିଛି। ସେସବୁକୁ ଦୃଷ୍ଟିରେ ରଖି ସେ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ସହିତ ବରିଷ୍ଠଙ୍କୁ ସୁଯୋଗ ଦେବେ। ସେଥିପାଇଁ ଦଳର ଟାଣୁଆ ବରିଷ୍ଠ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।

ସେହିପରି ଦଳର ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ହେଲେ ସେ ବାଚସ୍ପତି ହେବାରୁ କୈଣସି ଦଳୀୟ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ସେହି ପଦରୁ ହଟାଇ ମନ୍ତ୍ରୀ କରିବା ପାଇଁ ନବୀନ ନିଷ୍ପତି କରିଛନ୍ତି। ଅନ୍ୟ ପକ୍ଷରେ ନିଜେ ସୂର୍ଯ୍ୟ ପାତ୍ର ମଧ୍ୟ ବାଚସ୍ପତି ପଦକୁ ନେଇ ସନ୍ତୁଷ୍ଠ ନାହାଁନ୍ତି।

ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତିରୁ ବାହାର କଲେ ପୁଣି ସେ ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ବସିବ ସେ ନେଇ ଦଳର ମଙ୍ଗୁଆଳଙ୍କ ମଧ୍ୟରେ ଚାଲିଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ବାଚସ୍ପତି ପଦବୀ ପାଇଁ ଚାରି ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ଅର୍ଥମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ନିରଂଜନ ପୂଜାରୀ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଏବଂ ପ୍ରଦୀପ ଅମାତ।

ପୂର୍ବରୁ ବାଚସ୍ପତି ଥିବା ପ୍ରଦୀପ ଅମାତ ଗୃହକୁ ଚଳାଇବାରେ ଭଲ ଦକ୍ଷତା ରହିଛି ବୋଲି ଦଳ ଅନୁଭବ କରିଛି। ସେହିପରି କିଶୋର ମହାନ୍ତି ଏବଂ ନିରଂଜନ ପୂଜାରୀ ମଧ୍ୟ ଏହି ଗୁରୁତ୍ବ ପୂର୍ଣ୍ଣ ପଦବୀ ସମ୍ଭାଳିବାରେ ବଡ ଅଭିଜ୍ଞତା ରହିଛି। ସେଥିପାଇଁ ଏମାନଙ୍କୁ ନାମକୁ ନେଇ ଚାଲିଛି ଚର୍ଚ୍ଚା।

ତେବେ ଏ କ୍ଷେତ୍ରରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଅଧିକ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଗୋଟିଏ ପଟେ ସେ ହେଉଛନ୍ତି ମହିଳା ପୁଣି ଦଳିତ ହୋଇଥିବାରୁ ତାଙ୍କୁ ନବୀନ ବାଚସ୍ପତି କରିପାରନ୍ତି ବୋଲି ପ୍ରାୟତଃ ନିଷ୍ପତି ହେଉଛି। ବାଚସ୍ପତି କିଏ ହେବ ତାହା ନିଷ୍ପତି ହେବା ପରେ ମନ୍ତ୍ରୀ ତାଲିକା ଖୋଲାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଚସ୍ପତି ଅଡ଼ିଓ ଭାଇରାଲ୍ ଘଟଣା: ଏସ୍‌ପିଙ୍କୁ ଅଭିଯୋଗ କଲେ ସାମାଜିକ କର୍ମୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କିଛିଦିନ ହେବ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହୋଇଥିବାରୁ ଏହି ଘଟଣା ନେଇ ଗଂଜାମ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। ଏକ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିଙ୍କ ବ୍ୟକ୍ତିଗତ ବାର୍ତ୍ତାଳପକୁ ଯେଉଁ ବ୍ୟକ୍ତିଙ୍କ ଫୋନ୍‌ରୁ ରେକଡ଼ିଂ ହୋଇ ଭାଇରାଲ୍ ହୋଇଛି ତା’ର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କିଛି ସାମାଜିକ କର୍ମୀ ଆଜି ଏସ୍‌ପିଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ସେମାନେ ଅଭିଯୋଗ ପତ୍ରରେ ସିଧାସଳଖ କୁକୁଡ଼ାଖଣ୍ଡି ବ୍ଲକ୍ ଅଧ୍ୟକ୍ଷ ଦୋଷୀ ବୋଲି କହିବା ସହ ବ୍ଲକ୍ ଅଧ୍ୟକ୍ଷ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ହାସଲ କରିବା ତଥା ବାଚସ୍ପତିଙ୍କୁ ବଦନାମ କରିବା ପାଇଁ ଏହି ଚକ୍ରାନ୍ତ କରିଛନ୍ତି। ପ୍ରଥମେ ବ୍ଲକ୍ ଅଧ୍ୟକ୍ଷ ମେଳିକରି କୁକୁଡ଼ାଖଣ୍ଡି ତହସିଲ୍‌ଦାରଙ୍କୁ ବଦଳି ନକଲେ ସାମୁହିକ ଇସ୍ତଫା ଦେବୁ ବୋଲି ଲିଖିତ ପତ୍ର ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଇସ୍ତଫା ନିଷ୍ପତ୍ତିରୁ ଓହରି ଯାଇ ବାଚସ୍ପତି ଶ୍ରୀ ପାତ୍ରଙ୍କ କୌଣସି କାର୍ଯ୍ୟକ୍ରମକୁ ସମର୍ଥନ କରିବୁ ନାହିଁ କାରଣ ବାଚସ୍ପତି ଆମକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଲିଖିତ ଅଭିଯୋଗ ବିଜେଡ଼ି ସଭାପତିଙ୍କୁ ପ୍ରେରଣ କରିବା ପାଇଁ ମଧ୍ୟ ବୈଠକ ଡ଼ାକିଥିଲେ।

ତେଣୁ ଏହିଘଟଣା ଗୁଡ଼ିକ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଏବଂ ବାଚସ୍ପତି ଦିଗପହଣ୍ଡି ନିର୍ବାଚନ ମଣ୍ଡଲୀର ବିଧାୟକ ହୋଇଥିବାରୁ ଏହାକୁ ସମାଧାନ କରିବା ପାଇଁ ବ୍ଲକ୍ ଅଧ୍ୟକ୍ଷଙ୍କୁ ବୁଝାଉଥିବାବେଳେ ବ୍ଲକ୍ ଅଧ୍ୟକ୍ଷ ନିଜର ସ୍ୱାର୍ଥ ପାଇଁ ଏହାକୁ ରେକଡ଼ିଂ କରି ଭାଇରାଲ୍ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଚସ୍ପତିଙ୍କୁ ସାକ୍ଷାତ କଲେ ଫାଶିଗୁଡ଼ା ପଞ୍ଚାୟତର ଚାଷୀ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାସିଗୁଡ଼ା ପଞ୍ଚାୟତର ୩୦ ଜଣ ଚାଷୀ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ବେଳେ ସେମାନେ ନିଜର ଅଭାବ ଅସୁବିଧା ସହିତ ନିଜ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ବାଚସ୍ପତିଙ୍କୁ ଜଣାଇଥିଲେ। ସେମାନଙ୍କ ସମସ୍ୟାଗୁଡ଼ିକୁ ଯଥାଶୀଘ୍ର ସମାଧାନ ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂପର୍କରେ ବିହିତ ପଦେକ୍ଷପ ନେବାକୁ ବାଚସ୍ପତି ଡ. ପାତ୍ର ଗଂଜାମ ଜିଲ୍ଲାର ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦୈନିକ ସାଢେ 4 ଘଣ୍ଟା  ଚାଲିବ ଗୃହ କାର୍ଯ୍ୟ : ବାଚସ୍ପତି

ଭୁବନେଶ୍ବର : ବିଧାନସଭା ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ଶେଷରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି ଯେ, 29 ତାରିଖ ପୂର୍ବାହ୍ନ 11ଟାରୁ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନ ଶୋକ ପ୍ରସ୍ତାବ ଉପରେ ଗୃହ ପ୍ରଥମ ସେସନ ମୁଲତବୀ ହେବ । ପ୍ରଥମ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ । ଅନ୍ୟ ଦିନମାନଙ୍କରେ ସକାଳ10ଟା 30ରୁ ଅପରାହ୍ନ 1ଟା ଏବଂ 3ଟାରୁ 5ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଅନୁଷ୍ଠିତ ହେବ । ଦୈନିକ ମୋଟ ସାଢେ ଚାରି ଘଣ୍ଟା ବିଧାନସଭା ଗୃହ କାର୍ଯ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । କାଲି ସକାଳ 8ଟାରୁ ବିଧାନସଭା ପରିସରରେ କୋଭିଡ୍‌ ପରୀକ୍ଷା ହେବ । ବିଧାନସଭା କର୍ମଚାରୀ ଓ ବିଧାୟକଙ୍କର କୋଭିଡ୍‌ ଟେଷ୍ଟ ହେବ । ତେବେ ଚଳିତ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କରୋନା କଟକଣା ଭିତରେ କିପରି ଗୃହ ପରିଚାଳନା ହେବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚର୍ଚ୍ଚାରେ ବାଚସ୍ପତିଙ୍କ ବେକରେ ଝୁଲୁଥିବା କରୋନା କାର୍ଡ, ପାଖରେ ଥିଲେ କୁଆଡେ ଭାଇରସ ଆସିବ ନାହିଁ !

ଭୁବନେଶ୍ବର, ଗତ କିଛିଦିନ ତଳେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ କିପରି କୋଭିଡ19 ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହାର ତଦାରଖ କରିଥିଲେ। ଏହି ସମୟରେ ତାଙ୍କ ବେକର ଆଇଡେଣ୍ଟି କାର୍ଡ ପରି ଏକ ବସ୍ତୁଟିଏ ଝୁଲୁଥିଲା। ହେଲେ ତାହା କାଳେ ବିଧାନସଭା କାର୍ଡ ହୋଇଥିବ ଭାବେ ଅଧିକାରୀମାନେ କେହି କିଛି ପଚାରିଲେ ନାହିଁ।

ତେବେ ବାଚସ୍ପତି ତଦାରଖ ସାରି ବାହାରକୁ ଆସିବା ପରେ ସାମ୍ବାଦିକମାନେ ତାଙ୍କୁ ଘେରି ଗଲେ। ବେକରେ ଝୁଲୁଥିବା ଜିନିଷଟି କଣ ବୋଲି ପଚାରି ପକାଇଲେ। ଏହାର ଉତ୍ତରରେ ବାଚସ୍ପତି କହିଲେ ଯେ ଏହା ହେଉଛି ଏକ ପ୍ରକାରର କରୋନା ତାବିଜ୍। ଏହା ବେକରେ ଝୁଲୁ ଥିଲେ କରୋନା ଭାଇସର ପାଖକୁ ଆସିବ ନାହିଁ। ଏପରିକି କରୋନା ପଜେଟିଭ ରୋଗୀ ପାଖରେ ଥିଲେ ମଧ୍ୟ ସେ ଭାରସ ମୋତେ ସ୍ପର୍ଶ କରିବ ନାହିଁ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହାପରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବା ଆଗରୁ ସେ କହିଲେ ଯେ, ମୋ ପୁଅ ଏହାକୁ ଜାପାନାରୁ ମଗାଇଛି। ସେ ବ୍ରହ୍ମପୁରର ଶୀତଳାପଲ୍ଲୀ କୋଭିଡ ହସପିଟାଲ ଦାୟିତ୍ବରେ ରହିଛି। ସେ ଅନଲାଇନରେ ମଗାଇ ମୋତେ ଗୋଟିଏ ଦେଇଛି। ଏହା ପିନ୍ଧିଲେ କରୋନା ଭାଇରସ ପାଖ ମାଡିବ ନାହିଁ।

କୌତୁହଳ ବସତଃ ସାମ୍ବାଦିକମାନେ ପଚାରିଦେଲେ ସତରେ କଣ ଏହା କାମ କରୁଛି। ନା ଆପଣଙ୍କ ମନକୁ ଶାନ୍ତି ଦେଉଛି। ଏହାର ଉତ୍ତରେ ବାଚସ୍ପତି କିଛି କହି ନ ଥିଲେ। କେବଳ ଏତିକି କହିଲେ ଯେ, ଏହା କାମ କରୁଛି କି ନାହିଁ ମୁଁ ଜାଣିପାରୁ ନାହିଁ। ହେଲେ ବର୍ତ୍ତମାନ କୋଭିଡ ସ୍ଥିତିରେ ଏହାକୁ ପରୀକ୍ଷା କରିବା ମଧ୍ୟ କଷ୍ଟକର ବ୍ୟାପାର।

Categories
ଆଜିର ଖବର ରାଜ୍ୟ ଖବର

ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନ ସମ୍ପୂର୍ଣ୍ଣ ସଂସଦ ଢ଼ାଞ୍ଚାରେ ଚାଲିବ। ସଂସଦ ଭଳି ବିଧାୟକଙ୍କ ସିଟ୍ ସମ୍ପୁଖରେ ମଧ୍ୟ କାଚ ଲଗାଯାଇଛି। ବସିବା ବେଳେ ବିଧାୟକମାନେ ୪ ଫୁଟ୍ ଦୂରତା ବଜାୟ ରଖିବେ। ଦର୍ଶକ ଗ୍ୟାଲେରିରେ ବି ବିଧାୟକମାନେ ବସିବେ। ଏନେଇ ୧୪୫ଟି ଆସନ ପ୍ରସ୍ତୁତ ଅଛି। ଯେଉଁ ବରିଷ୍ଠ ବିଧାୟକ ଆସିପାରିବେନି ସେମାନେ ଆଗରୁ ସୂଚନା ଦେବେ। ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ କିମ୍ବା ଓକାକରେ ଭିଡ଼ିଓ କନଫରେନ୍ସରେ ବସିପାରିବେ। ଏହାସହ ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି ମିଳି। ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବନାହିଁ। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

Categories
ଆଞ୍ଚଳିକ

ଶଙ୍କର ସୁବୁଦ୍ଧି ହେଲେ ବାଚସ୍ପତିଙ୍କ ପ୍ରତିନିଧି

ହେମାଙ୍ଗ ପ୍ରସାଦ ରାଉଳ
ଗଞ୍ଜାମ: ଓଡିଶା ବିଧାନସଭା ବାଚସ୍ପତି ଡ଼ଃ.ସୂର୍ଯ୍ୟ ନାରାୟଣ ପାତ୍ର ନିଜର ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ଜଣେ ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବି.ଶଙ୍କର ନାରାୟଣ ସୁବୁଦ୍ଧିଙ୍କୁ ଦାୟିତ୍ତ୍ଵ ଦେଇଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ହୋଇ ସୁଚାରୁ ରୂପେ ନିଜ ଦାୟିତ୍ତ୍ଵ ତୁଲାଇଥିବା ବେଳେ ବର୍ତ୍ତମାନ ସରକାରୀ ଚାକିରୀରୁ ଅବସର ନେବାପରେ ଜନସେବାରେ ନିଜକୁ ମନନିବେଶ କରିଛନ୍ତି।

ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ଜିଲ୍ଲା ପରିଷଦ ବୈଠକରେ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କ ପ୍ରତିନିଧି ରୂପରେ ଯୋଗଦେବେ। ଏନେଇ ଡ଼ଃ.ପାତ୍ର ଚିଠି ସଂଖ୍ୟା ୩୧୯/୧୪/୨୦ରେ ଏକ ଲିଖିତ ପତ୍ର ଜିଲ୍ଲାପାଳଙ୍କୁ ଦେଇଛନ୍ତି।

ଏହାକୁ ନେଇ ଶ୍ରୀ ସୁବୁଦ୍ଧି ବାଚସ୍ପତିଙ୍କୁ ଧନ୍ୟବାଦ ଜଣାଇଥିବାବେଳେ ପୂର୍ବତନ ସାଂସଦ ପ୍ରତିନିଧି ସନାତନ ସଂଗ୍ରାମ ସିଂ, ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍. ନିରଞ୍ଜନ ରେଡି, କୁକୁଡାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଦିଲ୍ଲୀପ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ପାତ୍ର, କିଶୋର ଚନ୍ଦ୍ର ପାତ୍ର, ସମବାୟବିତ କୈଳାଶ ରଣା, ସମିତି ସଭ୍ୟ ନିରଞ୍ଜନ ମହାନ୍ତି, ପ୍ରମୁଖ ନୂତନ ରୂପରେ ଚୟନ ହୋଇଥିବା ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।