Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କାମ ଆରମ୍ଭ, ବାଚସ୍ପତି ପଦ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା
ବିଶେଷ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କାମ ଆରମ୍ଭ, ବାଚସ୍ପତି ପଦ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା

July 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ନବୀନ ନିବାସରେ ଆରମ୍ଭ ହେଲାଣି। ଏଥିରେ ପାଞ୍ଚରୁ ଆଠଜଣ ମନ୍ତ୍ରୀଙ୍କୁ ବାହାର କରାଯିବ ବୋଲି ସଙ୍କେତ ମିଳିଲାଣି। ଏଥିସହିତ ଡଜନେ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ନବୀନ ପ୍ରଥମ ବାଚସ୍ପତିଙ୍କ ଆଡୁ ଅଦଳବଦଳ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି।

ନବୀନ ଦେଖିଲେଣି ଯେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଯୁବ ନେତାଙ୍କ ସହିତ ବରିଷ୍ଠ ନେତାଙ୍କ ଦକ୍ଷତା ଆବଶ୍ୟକ ରହିଛି। ସେସବୁକୁ ଦୃଷ୍ଟିରେ ରଖି ସେ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ସହିତ ବରିଷ୍ଠଙ୍କୁ ସୁଯୋଗ ଦେବେ। ସେଥିପାଇଁ ଦଳର ଟାଣୁଆ ବରିଷ୍ଠ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।

ସେହିପରି ଦଳର ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ହେଲେ ସେ ବାଚସ୍ପତି ହେବାରୁ କୈଣସି ଦଳୀୟ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ସେହି ପଦରୁ ହଟାଇ ମନ୍ତ୍ରୀ କରିବା ପାଇଁ ନବୀନ ନିଷ୍ପତି କରିଛନ୍ତି। ଅନ୍ୟ ପକ୍ଷରେ ନିଜେ ସୂର୍ଯ୍ୟ ପାତ୍ର ମଧ୍ୟ ବାଚସ୍ପତି ପଦକୁ ନେଇ ସନ୍ତୁଷ୍ଠ ନାହାଁନ୍ତି।

ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତିରୁ ବାହାର କଲେ ପୁଣି ସେ ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ବସିବ ସେ ନେଇ ଦଳର ମଙ୍ଗୁଆଳଙ୍କ ମଧ୍ୟରେ ଚାଲିଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ବାଚସ୍ପତି ପଦବୀ ପାଇଁ ଚାରି ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ଅର୍ଥମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ନିରଂଜନ ପୂଜାରୀ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଏବଂ ପ୍ରଦୀପ ଅମାତ।

ପୂର୍ବରୁ ବାଚସ୍ପତି ଥିବା ପ୍ରଦୀପ ଅମାତ ଗୃହକୁ ଚଳାଇବାରେ ଭଲ ଦକ୍ଷତା ରହିଛି ବୋଲି ଦଳ ଅନୁଭବ କରିଛି। ସେହିପରି କିଶୋର ମହାନ୍ତି ଏବଂ ନିରଂଜନ ପୂଜାରୀ ମଧ୍ୟ ଏହି ଗୁରୁତ୍ବ ପୂର୍ଣ୍ଣ ପଦବୀ ସମ୍ଭାଳିବାରେ ବଡ ଅଭିଜ୍ଞତା ରହିଛି। ସେଥିପାଇଁ ଏମାନଙ୍କୁ ନାମକୁ ନେଇ ଚାଲିଛି ଚର୍ଚ୍ଚା।

ତେବେ ଏ କ୍ଷେତ୍ରରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଅଧିକ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଗୋଟିଏ ପଟେ ସେ ହେଉଛନ୍ତି ମହିଳା ପୁଣି ଦଳିତ ହୋଇଥିବାରୁ ତାଙ୍କୁ ନବୀନ ବାଚସ୍ପତି କରିପାରନ୍ତି ବୋଲି ପ୍ରାୟତଃ ନିଷ୍ପତି ହେଉଛି। ବାଚସ୍ପତି କିଏ ହେବ ତାହା ନିଷ୍ପତି ହେବା ପରେ ମନ୍ତ୍ରୀ ତାଲିକା ଖୋଲାଯିବ ବୋଲି ଜଣାପଡିଛି।

ନବୀନ ପଟ୍ଟନାୟକ ବାଚସ୍ପତି ବିଜେଡି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ରାଜ୍ୟ ମନ୍ତ୍ରୀମଣ୍ଡଳ
Share. Facebook Twitter LinkedIn Email WhatsApp Copy Link

Related Posts

କାମଳ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

May 25, 2026

ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026

ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଏବେ ଏହି ରାଜ୍ୟରେ ଲାଗୁ ହେବ UCC: ବିଧାନସଭାରେ ଆଗତ ହେଲା ବିଲ୍ 

May 25, 2026
Latest News

ଭୟରେ କମ୍ପିବେ ଶତ୍ରୁ ଦେଶ: ଭାରତ ଆସୁଛି ୧୧୪ଟି ରାଫେଲ ଯୁଦ୍ଧ ବିମାନ

May 25, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026

କାମଳ ରୋଗ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

May 25, 2026

ବେକାର ହେଲା ଜଲୁଙ୍କ ଶତକୀୟ ପାଳି: ବାଲୁଗାଁ ଲିଜେଣ୍ଡ୍ସଠାରୁ ୪ ରନରେ ହାରିଲା ବାଣପୁର

May 25, 2026

ବିଜେଡିରେ ବଡ କମ୍ପନ, ଦଳରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ, କହିଲେ…..

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.