Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀ ହେବେ ବିକ୍ରମ ଆରୁଖ, ଆସିଲା ଫୋନ କଲ, ତରବରିଆ ଭାବେ ଆସୁଛନ୍ତି ଭୁବନେଶ୍ବର

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ବିକ୍ରମ ଆରୁଖ ମନ୍ତ୍ରୀ ହେବେ। ଏ ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଛି। କାରଣ ସେ ବର୍ତ୍ତମାନ ନିଜ ନିର୍ବାଚନ ମଣ୍ଡଳୀରୁ ତରବରିଆ ଭାବେ ଭୁବନେଶ୍ବର ମୁହାଁ ହୋଇଛନ୍ତି। ତାଙ୍କ ସମର୍ଥକଙ୍କ କହିବା କଥା ଯେ, ଏକ ଫୋନ କଲ ଆସିବା ପରେ ବାବୁ ତରବରିଆ ଭାବେ ଭୁବନେଶ୍ବର ଧାଇଁଛନ୍ତି।

ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ସେ ମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଥିଲା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ଏବଂ ଗଂଜାମୀ ଜିଲ୍ଲା କଥା ବୁଝିବାକୁ ବର୍ତ୍ତମାନ ଟାଇଗର ଭାବେ କେହି ନାହାଁନ୍ତି। ସେଥିପାଇଁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇ ଗଂଜାମରେ 2024 ନିର୍ବାଚନର ମଙ୍ଗ ଧରିବେ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତାକାଲି ଓଡିଶା ମନ୍ତ୍ରୀମଣ୍ଡଳ ଅଦଳବଦଳ !! କିଏ ହେବେ ମନ୍ତ୍ରୀ ଚାଲିଛି ଚର୍ଚ୍ଚା

ଭୁବନେଶ୍ବର: ଓଡିଶା ମନ୍ତ୍ରୀ ମଣ୍ଡଳରେ ଅଦଳ ବଦଳ ହେବ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ଚାଲିଛି। ଯେତେବେଳେ ସମୀର ଦାସ ଏବଂ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତପା ଦେଲେ ସେତେବେଳେ ଏହି ଚର୍ଚ୍ଚା ଜୋର ଧରିଲା। ତେବେ ଆଜି ଏହା ଆହୁରି ଦୃଢିଭୂତ ହେବାରେ ଲାଗିଛି। ଆସନ୍ତାକାଲି ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ ବୋଲି କୁହାଯାଉଛି।

କେଉଁମାନେ ମନ୍ତ୍ରୀ ହେବେ ସେ ନେଇ ନବୀନ ନିବାସରେ ଅଙ୍କକଷା ଚାଲିଛି। ସୋମବାର ଦିନ ରାଜ୍ୟପାଳ ଓଡିଶା ଫେରିବାର ଥିଲା। ହେଲେ ସେ ଆଜି ଅର୍ଥାତ ରବିବାର ଦିନ ଓଡିଶା ଫେରୁଛନ୍ତି। ସେଥିପାଇଁ ମନ୍ତ୍ରୀମଣ୍ଡଳ ଚର୍ଚ୍ଚା ଜୋର ଧରିଛି। ଆସନ୍ତାକାଲି ସୋମବାରରେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ ହେବ ବୋଲି କୁହାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର

ଆସନ୍ତାକାଲି ମନ୍ତ୍ରୀମଣ୍ଡଳର ହେବ ବଡ ଧରଣର ଅଦଳବଦଳ, ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

କୋଲକାତା: ଆସନ୍ତାକାଲି ବୁଧବାରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଏକ ବଡ ଧରଣର ଅଦଳବଦଳ ହେବ। ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ନୂଆମନ୍ତ୍ରୀଙ୍କୁ ସାମିଲ ନ କଲେ ସବୁ କାମ ଏକା କରିବା ସମ୍ଭବ ନୁହେଁ। ସେଥିପାଇଁ କେତେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସହିତ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ।

ମମତା କହିଛନ୍ତି ଯେ ବର୍ତ୍ତମାନ ପାର୍ଥ ଚାଟାର୍ଜୀ ଇଡି ଦ୍ବାରା ଧରାପଡିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରାଯାଇଛି। ପୂର୍ବରୁ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କ ପରଲୋକ ହୋଇଯାଇଛି। ତେଣୁ ସବୁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଛି। ସେ ସବୁ କାମ ଏକକୀ କରିବା ସମ୍ଭବ ହୋଇପାରୁ ନ ଥିବାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ମମତା କହିଛନ୍ତି।

ସେହିପରି ସେ ସୂଚନା ଦେଇଛନ୍ତି ଯେ ପୁରା ମନ୍ତ୍ରୀ ମଣ୍ଡଳ ଭଙ୍ଗ କରିବାର କୌଣସି ଯୋଜନା ନାହିଁ। ସେପରି କରିବାର କିଛି ଆବଶ୍ୟକତା ପଡୁ ନାହିଁ। କାରଣ ବର୍ତ୍ତମାନ କେବଳ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି। ଆଉ ପୁରୁଣା ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ମମତା କହିଛନ୍ତି।

ଅନ୍ୟପକ୍ଷରେ ମମତା ଏହି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ଜିଲ୍ଲା ସଂଖ୍ୟା ବୃଦ୍ଧି ଘଟିଛି। ଅନେକ ଜିଲ୍ଲାରୁ କେହି ମନ୍ତ୍ରୀ ନାହାଁନ୍ତି ବୋଲି ବିଭିନ୍ନ ସମୟରେ ବିଧାୟକମାନେ ଦାବୀ କରୁଛନ୍ତି। ସେଥିପାଇଁ କିପରି ଭାବେ ବିଭିନ୍ନ ଜିଲ୍ଲାର ଗୁରୁତ୍ବ ରହିବ ସେଥିପାଇଁ ମଧ୍ୟ ନୂଆମନ୍ତ୍ରୀ ମଣ୍ଡଳ ଗଠନ ବେଳେ ବିଚାର କରାଯାଉଛି।

ଜେଲରେ ଥିବା ମମତା ମନ୍ତ୍ରୀ ମଣ୍ଡଳର ପାର୍ଥ ଚାଟାର୍ଜୀଙ୍କ ପାଖରେ ପାଞ୍ଚୋଟି ବିଭାଗ ରହିଥିଲା। ସେ ଶିଳ୍ପ, ଉଦ୍ୟୋଗ, ବାଣିଜ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଇଲଟ୍ରୋନିକ୍ସ ଏବଂ ସଂସଦୀୟ ମନ୍ତ୍ରୀ ଥିଲେ। ସେହିପରି ପରଲୋକ ଦୁଇ ମନ୍ତ୍ରୀଙ୍କ ହାତରେ ମଧ୍ୟ ପାଞ୍ଚୋଟି ବିଭାଗ ଥିଲା। ବର୍ତ୍ତମାନ ଏ ସବୁ ବିଭାଗ ମୁଖ୍ୟମନ୍ତ୍ରୀ ମମତାଙ୍କ ହାତରେ ଅଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ , ନୂଆ ମନ୍ତ୍ରୀଙ୍କୁ ନବୀନ କଲେ ଫୋନ

ଭୁବନେଶ୍ୱର: ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ନିଶ୍ଚିତ ହୋଇଛି। ସେଥିପାଇଁ ଆଜି ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତଥ୍ୟ ଅନୁସାରେ ଆସନ୍ତାକାଲି ରବିବାର ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ।

ରାଜଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଫୋନ୍ ଯିବା ଆରମ୍ଭ ହୋଇଛି । ଏହାସହ ସମସ୍ତଙ୍କୁ ଭୁବନେଶ୍ୱର ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଫୋନ୍ ଯାଇଛି। ସେହିପରି ଲତିକା ପ୍ରଧାନ, ବାସନ୍ତୀ ହେମ୍ବ୍ରମ୍, ମନୋହର ରାନ୍ଧାରୀ ,ପ୍ରଦୀପ ଅମାତ, ରୋହିତ ପୂଜାରୀଙ୍କୁ ବି ଫୋନ୍ କଲ୍ ଯାଇଥିବା ଜଣାପଡିଛି। ସେହିପରି ବାଚସ୍ପତି ପଦରୁ ମଧ୍ୟ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଛନ୍ତି।

ସୁତ୍ର ଅନୁସାରେ ଏଥର ନବୀନ ଉଷା ଦେବୀଙ୍କୁ ବାଚସ୍ପତି କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଆଜି ସକାଳୁ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ୪ ପାଳି ମୁଖ୍ୟମନ୍ତ୍ରୀତ୍ୱରେ ମନ୍ତ୍ରିମଣ୍ଡଳ ପରିବର୍ତନ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହୁଥିଲେ ନବୀନ। ମାତ୍ର ଏଥର ମନ୍ତ୍ରିମଣ୍ଡଳ ପୁର୍ନଗଠନରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଶୈଳୀ ଆପଣାଇଛନ୍ତି। ଏଥର ଏକସଙ୍ଗେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ସମସ୍ତଙ୍କୁ ଚକିତ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ରାଜନୀତିରେ ହଲଚଲ: ନବୀନ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୨୦ ମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ରାଜନୀତିରେ ଏକ ହଲଚଲ ସୃଷ୍ଟି ହୋଇଛି। ଆଜି ହଠାତ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର କାରଣ ହେଉଛି ମନ୍ତ୍ରୀ ମଣ୍ଡଳରେ ପରିବର୍ତ୍ତନ ସହିତ ନୂତନ ମନ୍ତ୍ରୀମଣ୍ଡଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ମନ୍ତ୍ରୀମଣ୍ଡଳରେ ଥିବା ସମସ୍ତ ୨୦ ଜଣ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ଏଥିସହିତ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ମଧ୍ୟ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଆଜି ଇସ୍ତଫା ଦେଇଥିବା ମନ୍ତ୍ରୀମାନେ ହେଉଛନ୍ତି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ସେହିପରି ଖାଦ୍ୟ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏସସି, ଏସଟି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଜଳ ସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।

Categories
ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରମଣ୍ଡଳ ଅଦଳବଦଳ ପକ୍ରିୟା ଶେଷ ପର୍ଯ୍ୟାୟରେ, ଏହି ସପ୍ତାହରେ ହୋଇପାରେ ଶପଥ

ଭୁବନେଶ୍ବର: ଓଡିଶାର ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ଶେଷ ପର୍ଯ୍ୟାୟରେ। ଖୁବ ଶିଘ୍ର ଏ ନେଇ ଘୋଷଣା ହେବ। ଯାହା ଜଣପଡୁଛି ଏଇ ସପ୍ତାହରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିପାରନ୍ତି। ଏ ନେଇ ନବୀନ ନିବାସରେ ଢେର ଦିନ ଧରି ଅଙ୍କକଷା ଚାଲିଛି। କାହାକୁ ରଖିବେ କାହାକୁ କାଢିବେ ସେ ନେଇ ହିସାବ ନିକାସ ଚାଲିଛି।

ତେବେ ବିଶେଷ ସୁତ୍ର ଅନୁସାରେ ନବୀନ କେତେକ ମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ସେମାନଙ୍କ ଦକ୍ଷତା ନେଇ ସେ ଅସନ୍ତୁଷ୍ଠ। ସେହିପରି ମନ୍ତ୍ରୀଙ୍କୁ ଯଥାଶିଘ୍ର ବାହାର କରି ଫିଙ୍ଗି ଦିଅ ବୋଲି କହି ସାରିଲେଣି। ସେଥିରେ ମନ୍ତ୍ରୀ ପଦ୍ମନାଭ ବେହେରା, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି , ପଦ୍ମନୀ ଦିଆନ ପରି ମନ୍ତ୍ରୀ ଅଛନ୍ତି।

ସେହିପରି ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ବହୁ ବଡ ବଡ ମନ୍ତ୍ରୀ ବିବାଦରେ ଅଛନ୍ତି। ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନା, ମମିତା ହତ୍ୟା ଘଟଣାରେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଅଛନ୍ତି। ସେହିପରି ଏସିଏଫ ସୌମ୍ୟକାନ୍ତଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଛନ୍ତି ହେବିୱେଟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିବାର ଜଣାପଡିଛି।

କିଛି ପୁରୁଖା ନେତା ନୂଆ ମନ୍ତ୍ରୀ ମଣ୍ଡଳ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବଦ୍ରିନାରାୟଣ ପାତ୍ର, ପ୍ରତାବ ଦେବ, ଅତନୁ ସବ୍ୟସାଚୀ ନାୟକ, ଅମର ଶତପଥୀଙ୍କ ଭଳି ନେତା। ସେହିପରି ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ରାଜକିଶୋର ଦାସଙ୍କ ଭଳି ବିଧାୟକ ମନ୍ତ୍ରୀ ହୋଇପାରନ୍ତି ବୋଲି ଅନୁମାନ କରିହେଉଛି।

ତେବେ ଏଥର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନବୀନ ବେଶ ମାପିଚୁପି ପ୍ରସ୍ତୁତ କରୁଛନ୍ତି। କାରଣ ହେଲା, ଏହି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ନବୀନ 2024 ନିର୍ବାଚନକୁ ସମ୍ମୁଖୀନ ହେବେ। ସେଥିପାଇଁ ବହୁ ଟାଣୁଆ ତଥା ସଂଗଠନ ଦକ୍ଷତା ଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବେ ନାହିଁ ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା: ଆସନ୍ତା ୧୬ ତାରିଖରେ ଭୁବନେଶ୍ବର ଆସିବେ ରାଜ୍ୟପାଳ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ରାଜଭବନରେ ନାହିଁନ୍ତି। ସେ ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ। ତାଙ୍କର ବ୍ୟକ୍ତଗତ କାର୍ଯ୍ୟ ପାଇଁ ସେ ଗତ ୬ ତାରିଖରୁ ଛୁଟିରେ ଅଛନ୍ତି। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ରାଜ୍ୟପାଳଙ୍କୁ ଶିଘ୍ର ଆସିବା ପାଇଁ ଅନୁରୋଧ କରାଯିବାରୁ ସେ ଛୁଟି କାଣ୍ଟଛାଣ୍ଟ କରି ଭୁବନେଶ୍ବରରେ ପହଁଚିଛନ୍ତି।

ମୁଖ୍ୟତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଏହି ଖବର ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଥିବାରୁ ରାଜ୍ୟପାଳଙ୍କୁ ଆସିବା ପାଇଁ ଅନୁରୋଧ କରାଯାଇଥିଲା। ସେହି ଅନୁସାରେ ରାଜ୍ୟପାଳ ଭୁବନେଶ୍ବରରେ ପହଁଚିଛନ୍ତି। ତେବେ ଏହି ଖବର ସଂପୂର୍ଣ୍ଣ ମିଥ୍ୟା । ସେ ବର୍ତ୍ତମାନ ତାଙ୍କ ରାଜ୍ୟ ହିମାଚଳ ପ୍ରଦେଶରେ ଅଛନ୍ତି। ଆସନ୍ତା ୧୬ ତାରିଖରେ ସେ ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ଜାତୀୟ ଖବର

BIG BREAKING : ପ୍ରକାଶ ଜାଭେଦକର, ରବିଶଙ୍କର ପ୍ରସାଦ ମଧ୍ୟ ଦେଲେ ଇସ୍ତଫା

ନୂଆଦିଲ୍ଲୀ, ଶେଷରେ ମୋଦି ମନ୍ତ୍ରୀମଣ୍ଡଳର ବରିଷ୍ଠ ଦୁଇ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ହେଲେ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ତଥା ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଦକର। ମୋଦି ମନ୍ତ୍ରୀ ମଣ୍ଡଳରେ ଏହି ଦୁଇ ଜଣ ବେଶ୍ ପ୍ରମୁଖ ଭୂମିକାରେ ଥିଲେ। ହେଲେ ଏହି ଦୁଇ ଜଣଙ୍କୁ କାହିଁକି ମନ୍ତ୍ରୀ ମଣ୍ଡଳରୁ ଛୁଟି ଦିଆଯାଇଛି।

ବର୍ତ୍ତମାନ ମୋଦି ମନ୍ତ୍ରୀ ମଣ୍ଡଳରେ ତିନିଜଣ ହେଭି ୱେଟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ପ୍ରକାଶ ଜଭେଦକର ଏବଂ ରବିଶଙ୍କର ପ୍ରସାଦ। ଏହି ତିନିଜଣ ମୋଦି ମନ୍ତ୍ରୀ ମଣ୍ଡଳରେ ବେଶ୍ ସକ୍ରିୟ ରହିଥିଲେ। ତେବେ ଏମାନଙ୍କୁ ଦଳର ସାଂଗଠନିକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ମନ୍ତ୍ରୀ ପଦରୁ ଛୁଟି ଦିଆଗଲା ବୋଲି କୁହାଯାଉଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ପାଞ୍ଚ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ, ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ ପକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁମାନେ ନୂଆକରି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକଜୁଟ ହେବାରେ ଲାଗିଛନ୍ତି।

ତେବେ ଯେଉଁମାନେ ଏହି ମନ୍ତ୍ରୀ ମଣ୍ଡଳରୁ ହଟାଯିବ, ସେମାନଙ୍କୁ ବର୍ତ୍ତମାନ ଇସ୍ତଫା ଦେବା ପାଇଁ କୁହାଯାଇଛି ବୋଲି ଜଣାପଡିଛି। ସେମାନେ ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ସନ୍ତୋଷ ଗଙ୍ଗୱାର, ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ। ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇସାରିଥିବା ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କାମ ଆରମ୍ଭ, ବାଚସ୍ପତି ପଦ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ବର, ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ନବୀନ ନିବାସରେ ଆରମ୍ଭ ହେଲାଣି। ଏଥିରେ ପାଞ୍ଚରୁ ଆଠଜଣ ମନ୍ତ୍ରୀଙ୍କୁ ବାହାର କରାଯିବ ବୋଲି ସଙ୍କେତ ମିଳିଲାଣି। ଏଥିସହିତ ଡଜନେ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ନବୀନ ପ୍ରଥମ ବାଚସ୍ପତିଙ୍କ ଆଡୁ ଅଦଳବଦଳ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି।

ନବୀନ ଦେଖିଲେଣି ଯେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଯୁବ ନେତାଙ୍କ ସହିତ ବରିଷ୍ଠ ନେତାଙ୍କ ଦକ୍ଷତା ଆବଶ୍ୟକ ରହିଛି। ସେସବୁକୁ ଦୃଷ୍ଟିରେ ରଖି ସେ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ସହିତ ବରିଷ୍ଠଙ୍କୁ ସୁଯୋଗ ଦେବେ। ସେଥିପାଇଁ ଦଳର ଟାଣୁଆ ବରିଷ୍ଠ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।

ସେହିପରି ଦଳର ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ହେଲେ ସେ ବାଚସ୍ପତି ହେବାରୁ କୈଣସି ଦଳୀୟ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ସେହି ପଦରୁ ହଟାଇ ମନ୍ତ୍ରୀ କରିବା ପାଇଁ ନବୀନ ନିଷ୍ପତି କରିଛନ୍ତି। ଅନ୍ୟ ପକ୍ଷରେ ନିଜେ ସୂର୍ଯ୍ୟ ପାତ୍ର ମଧ୍ୟ ବାଚସ୍ପତି ପଦକୁ ନେଇ ସନ୍ତୁଷ୍ଠ ନାହାଁନ୍ତି।

ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତିରୁ ବାହାର କଲେ ପୁଣି ସେ ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ବସିବ ସେ ନେଇ ଦଳର ମଙ୍ଗୁଆଳଙ୍କ ମଧ୍ୟରେ ଚାଲିଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ବାଚସ୍ପତି ପଦବୀ ପାଇଁ ଚାରି ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ଅର୍ଥମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ନିରଂଜନ ପୂଜାରୀ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଏବଂ ପ୍ରଦୀପ ଅମାତ।

ପୂର୍ବରୁ ବାଚସ୍ପତି ଥିବା ପ୍ରଦୀପ ଅମାତ ଗୃହକୁ ଚଳାଇବାରେ ଭଲ ଦକ୍ଷତା ରହିଛି ବୋଲି ଦଳ ଅନୁଭବ କରିଛି। ସେହିପରି କିଶୋର ମହାନ୍ତି ଏବଂ ନିରଂଜନ ପୂଜାରୀ ମଧ୍ୟ ଏହି ଗୁରୁତ୍ବ ପୂର୍ଣ୍ଣ ପଦବୀ ସମ୍ଭାଳିବାରେ ବଡ ଅଭିଜ୍ଞତା ରହିଛି। ସେଥିପାଇଁ ଏମାନଙ୍କୁ ନାମକୁ ନେଇ ଚାଲିଛି ଚର୍ଚ୍ଚା।

ତେବେ ଏ କ୍ଷେତ୍ରରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଅଧିକ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଗୋଟିଏ ପଟେ ସେ ହେଉଛନ୍ତି ମହିଳା ପୁଣି ଦଳିତ ହୋଇଥିବାରୁ ତାଙ୍କୁ ନବୀନ ବାଚସ୍ପତି କରିପାରନ୍ତି ବୋଲି ପ୍ରାୟତଃ ନିଷ୍ପତି ହେଉଛି। ବାଚସ୍ପତି କିଏ ହେବ ତାହା ନିଷ୍ପତି ହେବା ପରେ ମନ୍ତ୍ରୀ ତାଲିକା ଖୋଲାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର

ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଏକାଥରେ ପାଞ୍ଚୋଟି ବୈଠକ କରିସାରିଲେ। ପ୍ରାୟ ସବୁ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଅମିତ ଶାହା ରହିଛନ୍ତି। ଅନ୍ୟାନ୍ୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରହିଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏ ସବୁ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ। ଏହି ପ୍ରସଂଗ ବ୍ୟତିତ୍ୟ ଏହା ଅନ୍ୟ କିଛି ନୁହେଁ ବୋଲି ସେମାନଙ୍କ ଅନୁମାନ।

ଚଳିତ ମାସରେ କେନ୍ଦ୍ରସରକାରଙ୍କ ଗତିବିଧିକୁ ଲକ୍ଷ କଲେ ଏହି ଅନୁମାନ ସ୍ପଷ୍ଟ ହେଉଛି। କାରଣ ପୂର୍ବରୁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନୂଆଦିଲ୍ଲୀ ଆସି ବିଭିନ୍ନ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି। କାରଣ ସେ ହେଉଛନ୍ତି ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛିବାର ଚର୍ଚ୍ଚା ଚାଲିଛି।

ସେହିପରି ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦିଲ୍ଲାରେ ପହଁଚିଛନ୍ତି। ବର୍ତ୍ତମାନ ନୂଆ ମନ୍ତ୍ରୀମଣ୍ଡଳରେ ନୀତିଶଙ୍କ ଦଳ ସାମିଲ ହେବ। ସେ ନେଇ ସେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଜାଙ୍କ ସହିତ ଆଲୋଚନା କରିବେ। ତାଙ୍କର ଗସ୍ତ ରାଜ୍ୟରେ କରୋନା ମହାମାରୀ ବୋଲି କୁହାଯାଉଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଉପରେ ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ ବାସଭବନରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ପୁଣି ଆଲୋଚନା କରିଛନ୍ତି।  ଖବର ଅନୁଯାୟୀ, ଏହି ବୈଠକ ମଧ୍ୟ ସେହି ସମ୍ଭାବ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ସହିତ ପାଞ୍ଚୋଟି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟର ହିସାବ ନେଇଛନ୍ତି। ଏଥିରେ ସେ ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରାୟ ପାଞ୍ଚୋଟି ବୈଠକ କରିଥିଲେ। କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ର ମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ଏହି ସମସ୍ତ ସଭାରେ ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ।

ସୂତ୍ରରୁ ପ୍ରକାଶ ଯେ ଅମିତ ଶାହ ଏବଂ ରାଜନାଥ ସିଂଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଯୋଗ ଦେଇଥିଲେ। ନଡ୍ଡା ବ୍ୟତୀତ ବିଜେପିର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତରେ କେନ୍ଦ୍ର ସରକାରଙ୍କ ଏପରି ଗତିବିଧି ସମ୍ଭାବ୍ୟ କ୍ୟାବିନେଟ୍ ସଂପ୍ରସାରଣ ଏବଂ ଅଦଳବଦଳ ସଙ୍କେତ ପ୍ରଦାନ କରୁଛି। ସୂଚନା ଅନୁସାରେ ମୋଦି ଚଳିତ ସପ୍ତାହରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ କରିପାରନ୍ତି । ଚଳିତ ଜୁନରେ ଦେଶବାସୀ ନୂଆ ମନ୍ତ୍ରୀମଣ୍ଡଳ ଦେଖିବେ ବୋଲି ଆଶା କରାଯାଉଛି।