Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ
ଜାତୀୟ ଖବର

ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ

June 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶେଷ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳ, ଏହି ମାସରେ ହେବ ନୂଆ ମନ୍ତ୍ରୀମଣ୍ଡଳର ଶପଥ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଏକାଥରେ ପାଞ୍ଚୋଟି ବୈଠକ କରିସାରିଲେ। ପ୍ରାୟ ସବୁ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଅମିତ ଶାହା ରହିଛନ୍ତି। ଅନ୍ୟାନ୍ୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରହିଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏ ସବୁ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ। ଏହି ପ୍ରସଂଗ ବ୍ୟତିତ୍ୟ ଏହା ଅନ୍ୟ କିଛି ନୁହେଁ ବୋଲି ସେମାନଙ୍କ ଅନୁମାନ।

ଚଳିତ ମାସରେ କେନ୍ଦ୍ରସରକାରଙ୍କ ଗତିବିଧିକୁ ଲକ୍ଷ କଲେ ଏହି ଅନୁମାନ ସ୍ପଷ୍ଟ ହେଉଛି। କାରଣ ପୂର୍ବରୁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନୂଆଦିଲ୍ଲୀ ଆସି ବିଭିନ୍ନ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି। କାରଣ ସେ ହେଉଛନ୍ତି ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛିବାର ଚର୍ଚ୍ଚା ଚାଲିଛି।

ସେହିପରି ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦିଲ୍ଲାରେ ପହଁଚିଛନ୍ତି। ବର୍ତ୍ତମାନ ନୂଆ ମନ୍ତ୍ରୀମଣ୍ଡଳରେ ନୀତିଶଙ୍କ ଦଳ ସାମିଲ ହେବ। ସେ ନେଇ ସେ ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଜାଙ୍କ ସହିତ ଆଲୋଚନା କରିବେ। ତାଙ୍କର ଗସ୍ତ ରାଜ୍ୟରେ କରୋନା ମହାମାରୀ ବୋଲି କୁହାଯାଉଥିଲେ ମଧ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଉପରେ ହେବ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି।

ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସରକାରୀ ବାସଭବନରେ ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଅନ୍ୟ କେତେକ କେନ୍ଦ୍ର ମନ୍ତ୍ରୀଙ୍କ ସହ ପୁଣି ଆଲୋଚନା କରିଛନ୍ତି।  ଖବର ଅନୁଯାୟୀ, ଏହି ବୈଠକ ମଧ୍ୟ ସେହି ସମ୍ଭାବ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ସହିତ ପାଞ୍ଚୋଟି ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯାଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ ଦ୍ୱାରା ଏ ପର୍ଯ୍ୟନ୍ତ କରାଯାଇଥିବା କାର୍ଯ୍ୟର ହିସାବ ନେଇଛନ୍ତି। ଏଥିରେ ସେ ବିଭିନ୍ନ ବିଭାଗର କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରାୟ ପାଞ୍ଚୋଟି ବୈଠକ କରିଥିଲେ। କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ରାଷ୍ଟ୍ର ମନ୍ତ୍ରୀମାନେ ମଧ୍ୟ ଏହି ବୈଠକରେ ଭାଗ ନେଇଥିଲେ। ଏହି ସମସ୍ତ ସଭାରେ ବିଜେପି ସଭାପତି ମଧ୍ୟ ଉପସ୍ଥିତ ଥିଲେ।

ସୂତ୍ରରୁ ପ୍ରକାଶ ଯେ ଅମିତ ଶାହ ଏବଂ ରାଜନାଥ ସିଂଙ୍କ ବ୍ୟତିତ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ଯୋଗ ଦେଇଥିଲେ। ନଡ୍ଡା ବ୍ୟତୀତ ବିଜେପିର ଜାତୀୟ ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ମଧ୍ୟ ଏହି ସଭାରେ ଯୋଗ ଦେଇଥିଲେ।

ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତରେ କେନ୍ଦ୍ର ସରକାରଙ୍କ ଏପରି ଗତିବିଧି ସମ୍ଭାବ୍ୟ କ୍ୟାବିନେଟ୍ ସଂପ୍ରସାରଣ ଏବଂ ଅଦଳବଦଳ ସଙ୍କେତ ପ୍ରଦାନ କରୁଛି। ସୂଚନା ଅନୁସାରେ ମୋଦି ଚଳିତ ସପ୍ତାହରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ କରିପାରନ୍ତି । ଚଳିତ ଜୁନରେ ଦେଶବାସୀ ନୂଆ ମନ୍ତ୍ରୀମଣ୍ଡଳ ଦେଖିବେ ବୋଲି ଆଶା କରାଯାଉଛି।

କେନ୍ଦ୍ର ମନ୍ତ୍ରୀମଣ୍ଡଳ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଣ୍ଡଳ ଅଦଳବଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

ଭାରତୀୟ ଆଇଟି ଶିଳ୍ପ ଏବେ “ସେବା ରୂପେ ଏଆଇ” ଆଡ଼କୁ ଗତି କରିବା ଜରୁରୀ: ଅଶ୍ୱିନୀ ବୈଷ୍ଣବ

July 12, 2026

୧୬୦୨ ଦିନ ପରେ ଭାରତର ଶେଷ ହେଲା ରାଜତ୍ଵ: ପଞ୍ଚମ ଟି-୨୦ ଜିତି ବିଶ୍ଵର ନଂ-୧ ହେଲା ଇଂଲଣ୍ଡ

July 12, 2026
Latest News

ସରକାରଙ୍କ ବିଭିନ୍ନ ସଫଳତାର ଗାଥାକୁ ନେଇ ପ୍ରକାଶିତ ଦୁଇଟି ବିଶେଷ ପୁସ୍ତକ ବାଣ୍ଟିଲେ ଉପ ମୁଖ୍ୟମନ୍ତ୍ରୀ

July 12, 2026

ଡିଜିଟାଲ ବ୍ୟବସାୟ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି ଇ-ସରସ ଅନଲାଇନ୍‌ ବଜାର ଓ ମେଳା

July 12, 2026

ଭାରତ-ନ୍ୟୁଜିଲ୍ୟାଣ୍ଡ ମିଳିତ ବିବୃତ୍ତି

July 12, 2026

ଭାରତୀୟ ଆଇଟି ଶିଳ୍ପ ଏବେ “ସେବା ରୂପେ ଏଆଇ” ଆଡ଼କୁ ଗତି କରିବା ଜରୁରୀ: ଅଶ୍ୱିନୀ ବୈଷ୍ଣବ

July 12, 2026

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.