Categories
ବିଶେଷ ଖବର ରାଜ୍ୟ ଖବର

ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କାମ ଆରମ୍ଭ, ବାଚସ୍ପତି ପଦ ପାଇଁ ଚାଲିଛି ପ୍ରାର୍ଥୀ ଖୋଜା

ଭୁବନେଶ୍ବର, ରାଜ୍ୟ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ନବୀନ ନିବାସରେ ଆରମ୍ଭ ହେଲାଣି। ଏଥିରେ ପାଞ୍ଚରୁ ଆଠଜଣ ମନ୍ତ୍ରୀଙ୍କୁ ବାହାର କରାଯିବ ବୋଲି ସଙ୍କେତ ମିଳିଲାଣି। ଏଥିସହିତ ଡଜନେ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେବେ ନବୀନ ପ୍ରଥମ ବାଚସ୍ପତିଙ୍କ ଆଡୁ ଅଦଳବଦଳ କରିବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି।

ନବୀନ ଦେଖିଲେଣି ଯେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଯୁବ ନେତାଙ୍କ ସହିତ ବରିଷ୍ଠ ନେତାଙ୍କ ଦକ୍ଷତା ଆବଶ୍ୟକ ରହିଛି। ସେସବୁକୁ ଦୃଷ୍ଟିରେ ରଖି ସେ ନୂଆ ମନ୍ତ୍ରୀମଣ୍ଡଳରେ ଯୁବ ସହିତ ବରିଷ୍ଠଙ୍କୁ ସୁଯୋଗ ଦେବେ। ସେଥିପାଇଁ ଦଳର ଟାଣୁଆ ବରିଷ୍ଠ ନେତାଙ୍କ ତାଲିକା ପ୍ରସ୍ତୁତ କରାଯାଉଛି।

ସେହିପରି ଦଳର ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା ହେଉଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ହେଲେ ସେ ବାଚସ୍ପତି ହେବାରୁ କୈଣସି ଦଳୀୟ କାର୍ଯ୍ୟରେ ଅଂଶ ଗ୍ରହଣ କରିପାରୁ ନାହାଁନ୍ତି। ସେଥିପାଇଁ ତାଙ୍କୁ ସେହି ପଦରୁ ହଟାଇ ମନ୍ତ୍ରୀ କରିବା ପାଇଁ ନବୀନ ନିଷ୍ପତି କରିଛନ୍ତି। ଅନ୍ୟ ପକ୍ଷରେ ନିଜେ ସୂର୍ଯ୍ୟ ପାତ୍ର ମଧ୍ୟ ବାଚସ୍ପତି ପଦକୁ ନେଇ ସନ୍ତୁଷ୍ଠ ନାହାଁନ୍ତି।

ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତିରୁ ବାହାର କଲେ ପୁଣି ସେ ଗୁରୁତ୍ବପୂର୍ଣ୍ଣ ପଦବୀରେ କିଏ ବସିବ ସେ ନେଇ ଦଳର ମଙ୍ଗୁଆଳଙ୍କ ମଧ୍ୟରେ ଚାଲିଛି ଚର୍ଚ୍ଚା। ତେବେ ବିଶେଷ ସୁତ୍ର ଅନୁସାରେ ବର୍ତ୍ତମାନ ବାଚସ୍ପତି ପଦବୀ ପାଇଁ ଚାରି ଜଣଙ୍କ ନାମ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ଅର୍ଥମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ନିରଂଜନ ପୂଜାରୀ, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ଏବଂ ପ୍ରଦୀପ ଅମାତ।

ପୂର୍ବରୁ ବାଚସ୍ପତି ଥିବା ପ୍ରଦୀପ ଅମାତ ଗୃହକୁ ଚଳାଇବାରେ ଭଲ ଦକ୍ଷତା ରହିଛି ବୋଲି ଦଳ ଅନୁଭବ କରିଛି। ସେହିପରି କିଶୋର ମହାନ୍ତି ଏବଂ ନିରଂଜନ ପୂଜାରୀ ମଧ୍ୟ ଏହି ଗୁରୁତ୍ବ ପୂର୍ଣ୍ଣ ପଦବୀ ସମ୍ଭାଳିବାରେ ବଡ ଅଭିଜ୍ଞତା ରହିଛି। ସେଥିପାଇଁ ଏମାନଙ୍କୁ ନାମକୁ ନେଇ ଚାଲିଛି ଚର୍ଚ୍ଚା।

ତେବେ ଏ କ୍ଷେତ୍ରରେ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ନାମ ଅଧିକ ଚର୍ଚ୍ଚା ହେବାରେ ଲାଗିଛି। କାରଣ ଗୋଟିଏ ପଟେ ସେ ହେଉଛନ୍ତି ମହିଳା ପୁଣି ଦଳିତ ହୋଇଥିବାରୁ ତାଙ୍କୁ ନବୀନ ବାଚସ୍ପତି କରିପାରନ୍ତି ବୋଲି ପ୍ରାୟତଃ ନିଷ୍ପତି ହେଉଛି। ବାଚସ୍ପତି କିଏ ହେବ ତାହା ନିଷ୍ପତି ହେବା ପରେ ମନ୍ତ୍ରୀ ତାଲିକା ଖୋଲାଯିବ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ର ପରେ ବଦଳିବ ରାଜ୍ୟ ମନ୍ତ୍ରୀମଣ୍ଡଳର ଚେହେରା ; ୯ ମନ୍ତ୍ରୀ ରେଡ୍, ୮ ଜଣ ୟେଲୋ ଜୋନରେ

ଭୁବନେଶ୍ବର, ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ମଧ୍ୟ ଆରମ୍ଭ ହେଲାଣି ଆଲୋଚନା। ଗତ କିଛିଦିନ ଧରି ଏ ନେଇ ପାୱାର କରିଡରେ ଚାଲିଛି ଜୋରଦାର ଚର୍ଚ୍ଚା। ଆସନ୍ତା ବର୍ଷ ରାଜ୍ୟରେ ପୌର ତଥା ପଞ୍ଚାୟତ ନିର୍ବାଚନ ହେବ। ୨୦୨୪ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ସେମିଫାଇନାଲ। ତେଣୁ ଯେମିତି ହେଲେ ବିଜେଡିର ଯେଉଁ ବଡ ଏବଂ ଦୃଢ ଗଡ ଅଛି ତାହାକୁ ସମ୍ଭାଳିବାକୁ ପଡିବ।

ସେଥିପାଇଁ ନବୀନ, ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ସଙ୍କେତ ମିଳିସାରିଲାଣି। ଏ ନେଇ ନବୀନ ନିବାସରେ ଗୁପ୍ତ ଆଲୋଚନା ମଧ୍ୟ ଆରମ୍ଭ ହେଲାଣି। ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ କେତେକ ମନ୍ତ୍ରୀଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠିଲାଣି। ସେମାନେ ବିଲକୁଲ ତାଙ୍କ ବିଭାଗ ଉପରେ ମୁଣ୍ଡ ଖେଲାଉ ନ ଥିବାର ନବୀନ ଜାଣି ସାରିଲେଣି।

ସେ ସବୁକୁ ବିଚାର କଲେ ବର୍ତ୍ତମାନ ମନ୍ତ୍ରୀଙ୍କ ମଧ୍ୟରୁ ୯ ଜଣ ମନ୍ତ୍ରୀ ରେଡ ଜୋନରେ ଥିବାର ଜଣାପଡିଛି। ଏମାନେ ସଂପୂର୍ଣ୍ଣ ଭାବେ ମନ୍ତ୍ରୀ ମଣ୍ଡଳରୁ ବିଦା ହେବେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ସେହିପରି ୮ ଜଣ ମନ୍ତ୍ରୀ ୟେଲୋ ଜୋନରେ ଅଛନ୍ତି। ସେମାନଙ୍କ ବିଭାଗ ବଦଳିପାରେ କିମ୍ବା ବିଦା ହୋଇପାରନ୍ତି ବୋଲି ଜଣାପଡିଛି।

ତେବେ ପାୱାର କରିଡରେ ଯେଉଁ ଚର୍ଚ୍ଚା ଚାଲିଛି ସେହି ଅନୁସାରେ କେତେକ ଗୁରୁତ୍ବପୂର୍ଣ୍ଣ କଥା ପଦାକୁ ଆସିଛି। ସେଗୁଡିକ ହେଲା

୧- ଏଥର ନବୀନ ଉଭୟ ଯୁବ ଏବଂ ବରିଷ୍ଠ ବିଧାୟକଙ୍କୁ ଗୁରୁତ୍ବ ଦେବେ। ଅର୍ଥାତ ଏଥର ଯୁବବରିଷ୍ଠ ମନ୍ତ୍ରୀ ମଣ୍ଡଳ ଗଠନ ହେବ।

୨-ମହିଳାମାନଙ୍କୁ ଗୁରୁତ୍ବ ଦେଉଥିବା ନବୀନ ଏଥର ଆଉ ଦୁଇଜଣ ମହିଳାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବେ। ଜଣେ ମହିଳା ମନ୍ତ୍ରୀ ବିଦା ହେବାର ସମ୍ଭାବନା ରହିଛି।

୩-ପୁରୀ ଜିଲ୍ଲାରୁ ଆଉ ଜଣଙ୍କୁ ମନ୍ତ୍ରୀ କରିବାର ବିଚାର ଚାଲିଛି।

୪-ସୋନପୁର ଜିଲ୍ଲାରୁ ଦୁଇ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ରଖି ଜଣଙ୍କୁ ବିଦା କରି ଅନ୍ୟ ଏକ ଗୁରୁତ୍ବ ପୂର୍ଣ୍ଣ ଦାୟିତ୍ବ ଦେବାର ସମ୍ଭାବନା।

୫-ବାଚସ୍ପତି ଏବଂ ଉପବାଚସ୍ପତି ପଦରେ ହୋଇପାରେ ପରିବର୍ତ୍ତନ। ବାଚସ୍ପତି ସୂଯ୍ୟନାରାୟଣ ପାତ୍ରଙ୍କୁ ମିଳିପାରେ ମନ୍ତ୍ରୀ ପଦ।

୬-କେନ୍ଦ୍ରପଡାକୁ ପୁଣିଥରେ ମନ୍ତ୍ରୀପଡା କରାଯାଇପାରେ। ଏହି ଜିଲ୍ଲାରୁ ମନ୍ତ୍ରୀ ପାଇଁ ଉଭୟ ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ନାମ ଚର୍ଚ୍ଚାରେ ରହିଛି।

ତେବେ ଏହି ମନ୍ତ୍ରୀମଣ୍ଡଳ ଅଦଳବଦଳ ପକ୍ରିୟା କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ କରାଯିବ ବୋଲି ଜଣାପଡିଛି। ଯଦି କେନ୍ଦ୍ରରେ ଡେରି ହୁଏ ତେବେ ରଥଯାତ୍ରା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ନବକଳେବର ହେବାର ସମ୍ଭାବନା ରହିଛି।