ଆଜିଠାରୁ ରାତି 9ଟାରେ ଦୋକାନ ବଜାର ହେବ ବନ୍ଦ, କୋଭିଡ19ର ନୂଆ ନିୟମ ଜାରୀ

Published: Jan 7, 2022, 5:44 am IST

ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ଦୋକାନ ବଜାର ବନ୍ଦ ରହିବ। ବର୍ତ୍ତମାନର କରୋନା ସଂକ୍ରାମଣକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ନାଇଟ କର୍ଫ୍ୟୁର ସମୟ ବଢାଇ ଦିଆଯାଇଛି। ପୂର୍ବରୁ ରାତି ୧୦ ଟାରେ ଦୋକାନବଜାର ବନ୍ଦ କରିବାକୁ କୁହାଯାଇଥିଲା। ଏବେ ତାହା ରାତି ୯ ଟାରୁ ତା ପରଦିନ ସକାଳ ୫ ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ଲାଗୁରହିବ।

ରାଜ୍ୟ ସରକାର ଜାରୀ କରିଥିବା ନୂଆ କରୋନା କଟକଣା ଅନୁସାରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଭିଡକୁ ହ୍ରାସ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ପ୍ରେକ୍ଷାଳୟ, ସିନେମା ହଲ ପ୍ରଭୃତିରେ ୫୦ ପ୍ରତିଶତ ଲୋକଙ୍କୁ ନେଇ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ଏହି କଟକଣା ଆସନ୍ତା ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

Related posts