ଆପଣ ନକଲି ଆଧାର କାର୍ଡ ବ୍ୟବହାର କରୁନାହାଁନ୍ତି ତ?, ଏହି ଉପାୟରେ ଚିହ୍ନଟ କରନ୍ତୁ ଅସଲୀ

Published: Jan 8, 2022, 4:18 pm IST

ନୂଆଦିଲ୍ଲୀ: ଆଜିକାଲି ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହାକୁ ପିଲାମାନେ ନିଜେ ବିଦ୍ୟାଳୟରେ ମଧ୍ୟ ତିଆରି କରିଥାନ୍ତି। ଏହା ଆଜିକାଲି ଟୀକାକରଣ କିମ୍ବା ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଇତ୍ୟାଦି ଦାଖଲ ପାଇଁ ମଧ୍ୟ ବ୍ୟବହୃତ ହୁଏ। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ଡାକ୍ତରଖାନା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଆଧାର କାର୍ଡ ବ୍ୟବହାର କରାଯାଉଛି। ଆଧାର ହେଉଛି 2009 ରେ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏକ ଅନନ୍ୟ ପରିଚୟ ନମ୍ବର। ଏହା କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଆସିଛି।

କିନ୍ତୁ, ଆଜିକାଲି ନକଲି ପ୍ୟାନ କାର୍ଡର ମାମଲା ବୃଦ୍ଧି ହେତୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଅନେକ କଡା ପଦକ୍ଷେପ ନେବା ଆରମ୍ଭ କରିଛି। ଯାହା ଦ୍ଵାରା ନକଲି ପ୍ୟାନ୍ କାର୍ଡର ମାମଲା ଚିହ୍ନଟ ହୋଇପାରିବ। ଯେହେତୁ ଆଧାର କାର୍ଡର ବ୍ୟବହାର ବଢୁଛି, ଏହାର ଠକେଇ ମଧ୍ୟ ବଢୁଛି। ଏହି ପରିପ୍ରେକ୍ଷୀରେ, UIDAI ଚେତାବନୀ ଦେଇଛି ଯେ, ସମସ୍ତ 12 ଅଙ୍କ ବିଶିଷ୍ଟ ସଂଖ୍ୟା ଆଧାର ହୋଇନଥାଏ।

ଏହି ଉପାୟରେ ନକଲି ଆଧାର ଚିହ୍ନଟ କରନ୍ତୁ:

– ଆଧାର ନକଲି କି ଅସଲି ତାହା ଜାଣିବା ପାଇଁ ସର୍ବପ୍ରଥମେ UIDAI ପୋର୍ଟାଲ ଆଧାରର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ।

– ଏଠାରେ ଆପଣ ‘ଆଧାର ସେବା’ ଉପରେ କ୍ଲିକ୍ କରନ୍ତୁ।

– ଏହା ପରେ ଆପଣ ‘ଆଧାର ନମ୍ବର ଯାଞ୍ଚ କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

– ଆପଣଙ୍କୁ 12 ନମ୍ବର ବିଶିଷ୍ଟ ଆଧାର ନମ୍ବର ପ୍ରବେଶ କରିବାକୁ କୁହାଯିବ। ଏହାକୁ ପ୍ରବେଶ କରନ୍ତୁ।

– ଏହା ପରେ ‘ଯାଞ୍ଚ କରିବାକୁ ଅଗ୍ରଗତି କରନ୍ତୁ’ ଉପରେ କ୍ଲିକ୍ କରନ୍ତୁ।

– ଆପଣଙ୍କର ଆଧାର କାର୍ଡ ଖୋଲିବ। ଏଠାରେ ଆପଣଙ୍କର ନାମ, ବୟସ, ଲିଙ୍ଗ, ରାଜ୍ୟ ଇତ୍ୟାଦି ପ୍ରବେଶ କରାଯିବ।

– ଯଦି ବିକଳ୍ପଟି ବୈଧ ନୁହେଁ ତେବେ ଏହି କାର୍ଡ ନମ୍ବର ନକଲି ଅଟେ।

Related posts