କୁଲଗାମରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟର: ଟଳିଲେ ଦୁଇ ଆତଙ୍କବାଦୀ

Published: Jan 10, 2022, 8:23 am IST

ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଏହି ମୁକାବିଲା ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିଲା। ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଯେ, ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କୁ ବର୍ତ୍ତମାନ ଚିହ୍ନଟ କରାଯାଉଛି। ସେମାନଙ୍କଠାରୁ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଏହାପୂର୍ବରୁ ଜମ୍ମୁ କାଶ୍ମୀରର ବୁଡଗାମ ଜିଲ୍ଲାର ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ରାତି ସାରା ଗୁଳିବିନିମୟରେ ତିନିଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଥିଲେ। ବଦଗାମ୍ ଜିଲ୍ଲାର ଜୋଳ୍ୱା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ଏହି ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ, କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ, ନିହତ ହୋଇଥିବା ସମସ୍ତ ଆତଙ୍କବାଦୀ ଜୈଶ-ଇ-ମହମ୍ମଦଙ୍କ ସହ ଜଡିତ। ଏନକାଉଣ୍ଟର ସ୍ଥାନରୁ ତିନୋଟି ଏକେ ୫୬ ରାଇଫଲ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ସେ କହିଛନ୍ତି ଯେ, ଶ୍ରୀନଗରର ବାସିନ୍ଦା ୱାସିମ ନାମକ ଜଣେ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି।

Related posts