ଦୀର୍ଘ ୪୦ ବର୍ଷ ପରେ ମିଳିଲା ଇନ୍ଦ୍ରାବତୀ ବିସ୍ଥାପିତଙ୍କୁ ପରିଚୟ: ସହାୟତା ପାଇଁ ଆଉ କେତେ ବର୍ଷ!

Published: Jan 10, 2022, 12:28 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ଦୀର୍ଘ ୪୦ ବର୍ଷ ପରେ ଇନ୍ଦ୍ରାବତୀ ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ବିସ୍ଥାପିତଙ୍କୁ ମିଲିଛି ପରିଚୟ। ୧୯୭୮ ରେ ଆରମ୍ଭ ହୋଇଥିଲା ବହୁମୁଖୀ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ। କାର୍ଯ୍ୟ ସମ୍ପାଦନ ପାଇଁ ୧୯୯୦ ରୁ ୧୯୯୩ ରେ କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଅନେକ ପରିବାରକୁ ବିସ୍ଥାପିତ କରାଯାଇଥିଲା। ବିସ୍ଥାପିତ ପରିବାର ପାଇଁ ଆର.ଏ.ସି ପଲିସି ତିଆରି କରି ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଏ ନେଇ ବିଭିନ୍ନ ସମୟରେ ଅନେକ ଅଭିଯୋଗ କରୁଥିଲା ଇନ୍ଦ୍ରାବତୀ ବୁଢ଼ୀ ଅଞ୍ଚଳର ଗଣପରିଷଦ।ତେବେ ଦୀର୍ଘ ୪୦ ବର୍ଷ ପରେ କଳାହାଣ୍ଡି ଜିଲ୍ଲାର ୧୪୫ ବିସ୍ଥାପିତ ପରିବାରଙ୍କୁ ଆଜି ପରିଚୟ ପତ୍ର ମିଳିଛି।

କଳାହାଣ୍ଡି ପ୍ରକଳ୍ପ ନିର୍ଦେଶକ ଓ ପୁନର୍ବସତି ଅଧିକାରୀ ଜୟପାଟଣା ବ୍ଳକ ମଙ୍ଗଳପୁର ଠାରେ ଲୋକଙ୍କୁ ବିସ୍ଥାପିତ ପରିଚୟ ପତ୍ର ପ୍ରଦାନ କରିଛନ୍ତି।ତେବେ ବିସ୍ଥାପିତ ପରିବାର ମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯଥା ଶୀଘ୍ର ଯୋଗାଇ ଦେବାକୁ ଦାବୀ କରିଥିଲେ। ଏପରି କି ପରିଚୟ ପତ୍ର ମିଳିବାକୁ ୪୦ ବର୍ଷ ଲାଗିଥିବା ବେଳେ ପଲିସି ଅନୁସାରେ ସହାୟତା କେବେ ମିଳିବ ଆଶା ଆଶଙ୍କା ଭିତରେ ବିସ୍ଥାପିତ।।

Related posts