କରୋନାରେ ସଂକ୍ରମିତ ହେଲେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

Published: Jan 10, 2022, 11:27 pm IST

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସୋମବାର ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି। ନଡ୍ଡା କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶରେ ନିଜକୁ ଅଲଗା କରିଛନ୍ତି। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପି ନେତା ରାଜନାଥ ସିଂଙ୍କ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା।

କରୋନା ସଂକ୍ରମଣ ବିଷୟରେ ସୂଚନା ଦେଇ ଜେପି ନଡ୍ଡା ଟ୍ୱିଟ୍ କରି କହିଛନ୍ତି ଯେ, “ପ୍ରାରମ୍ଭିକ ଲକ୍ଷଣ ଦେଖାଇବା ପରେ ମୁଁ ମୋର କୋଭିଡ୍ ପରୀକ୍ଷା କରିସାରିଛି। ମୋର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ମୁଁ ସୁସ୍ଥ ଅନୁଭବ କରୁଛି। ଡାକ୍ତରଙ୍କ ପରାମର୍ଶରେ ମୁଁ ନିଜକୁ ପୃଥକ କରିଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗରେ ଆସିଛନ୍ତି, ସେମାନେ କରୋନା ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। “

Related posts