
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ପାଇଁ ଆଉ ଏକ ସମସ୍ୟା ଦେଖାଯାଇଛି। ଦଳର ଶକ୍ତିଶାଳୀ ନେତା ଇମ୍ରାନ ମାସୁଦ ଏବଂ ବିଧାୟକ ମାସୁଦ ଅଖତର ସମାଜବାଦୀ ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ଏହାପୂର୍ବରୁ ମାସୁଦ ଅଖତର କଂଗ୍ରେସ ଛାଡିବାର କାରଣ ଦର୍ଶାଇଛନ୍ତି।
ସାହାରନପୁରର ଦେହାତରୁ କଂଗ୍ରେସ ବିଧାୟକ ମାସୁଦ ଅଖତର କହିଛନ୍ତି ଯେ, ଆମେ ସମାଜବାଦୀ ପାର୍ଟି ସହ ଏକ ମିଳିତ ମଞ୍ଚ ଦାବି କରିଥିଲୁ। କିନ୍ତୁ ତାହା ହୋଇପାରିଲା ନାହିଁ। ଏସପି ଏବଂ ବିଜେପି ମଧ୍ୟରେ ସିଧାସଳଖ ଲଢେଇ ହେଉଛି। ତେଣୁ ଇମ୍ରାନ ମାସୁଦ ଏବଂ ମୁଁ ସମାଜବାଦୀ ପାର୍ଟିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛୁ। ଆଜି ଆମେ ସାମିଲ ପାଇଁ ଆମେ ଅଖିଳେଶ ଯାଦବଙ୍କଠାରୁ ସମୟ ମାଗିଛୁ।