ମକର ସଂକ୍ରାନ୍ତି ଦିନ କେଉଁ ମୂର୍ହୁର୍ତ୍ତରେ ପୂଜା କରିବା ଉଚିତ ? ଜାଣନ୍ତୁ କଣ କହୁଛନ୍ତି ଜ୍ୟୋର୍ତିବିତ୍

Published: Jan 13, 2022, 4:46 am IST

Makar Sankranti : ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ହେଉଛି ମକର ସଂକ୍ରାନ୍ତିଙ୍କ ପର୍ବ । ମକର ସଂକ୍ରାନ୍ତି ପର୍ବ ସମଗ୍ର ଦେଶରେ ବିଭିନ୍ନ ରୂପରେ ଏବଂ ଭିନ୍ନ ଉପାୟରେ ପାଳନ କରାଯାଇଥାଏ । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ଗତି କରନ୍ତି। ଏଥର ମକର ସଂକ୍ରାନ୍ତି ପର୍ବ 14 ଜାନୁଆରୀରେ ପାଳନ କରାଯିବ । ପରମ୍ପରା ଅନୁଯାୟୀ, ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରବେ ଏବଂ ଏହି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୁଏ। ପୂଜା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ, ମାଙ୍ଗଳିକ ଭଳି କାର୍ଯ୍ୟ ମକର ସଂକ୍ରାନ୍ତିରେ ଆରମ୍ଭ ହୁଏ ।

ତେବେ ଏହିଦିନ କେତେବେଳେ ପୂଜା ମୂର୍ହୁତ ରହିଛି ତାହା ଜାଣିବା ଆବଶ୍ୟକ। କାରଣ ସେହି ଅନୁସାରେ ଘରେ ପୂଜା କଲେ ଭଲ ଫଳ ମିଳିଥାଏ। ଜ୍ୟୋର୍ତିବତଙ୍କ ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବେ। ସେଦିନ ସୂର୍ଯ୍ୟ ଅପରାହ୍ନ 2ଟା 28 ମିନଟରେ ମକର ରାଶିକୁ ଯିବେ। ତେବେ ଏହି ପର୍ବ ପାଳନ ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପାଳନ କରାଯାଇପାରିବ। ତେବେ ମୁଖ୍ୟ ପୂଜା ସମୟ ହେଉଛି ଭୋର 5.55 ମିନଟରୁ 9 ଟା 40 ମିନଟ ପର୍ଯ୍ୟନ୍ତ। ଅବଶ୍ୟ କେତେକ ଜ୍ୟୋର୍ତିବିତ୍ ସୂର୍ଯ୍ୟଦେବ ମକର ରାଶିରେ ପ୍ରବେଶ କରିବା ପରେ ଅପରାହ୍ନରେ ପୂଜା କଲେ ଭଲ ବୋଲି କହୁଛନ୍ତି।

Related posts