ଏଣିକି କାରରେ 6ଟି ଏୟାର ବ୍ୟାଗ ରଖିବା ବାଧ୍ୟତାମୂଳକ ହେଲା

Published: Jan 15, 2022, 1:25 pm IST

ନୂଆଦିଲ୍ଲୀ: ଏଣିକି କାରଗୁଡିକରେ ଦୁଇଟି ନୁହେଁ 6 ଟି ଏୟାରବ୍ୟାଗ ରହିବ। କେନ୍ଦ୍ର ପରିବହନ ବିଭାଗର ଏପରି ଏକ ପ୍ରସ୍ତାବକୁ ଆଜି ଅନୁମୋଦନ ମିଳିଛି। ଏ ନେଇ ଜାତୀୟ ରାଜପଥ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ 2019 ମସିହାରେ ଡ୍ରାଇଭର ସିଟରେ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା। ଏହାପରେ ଡ୍ରାଇଭର ପାଖ ସିଟକୁ ବାଧ୍ୟତାମୂଳକ କରାଯାଇଥିଲା।

ତେବେ ନୂଆ ନିୟମ ଅନୁସାରେ ପଛରେ ଥିବା ଦୁଇ ଯାତ୍ରୀ ଏବଂ କାରର ଦୁଇ ପାର୍ଶରେ ମଧ୍ୟ ଏୟାରବ୍ୟାଗ ବାଧ୍ୟତା ମୂଳକ କରାଯାଇଛି। ଏ ସଂପର୍କରେ ସମସ୍ତ କାର ନିର୍ମାତାମାନଙ୍କୁ ଅବଗତ କରାଯାଇଛି। ସେମାନଙ୍କର ନୂଆ ନିର୍ମାଣଧିନ କାରରେ ଏହି ଛଅଟି ଏୟାରବ୍ୟାଗ ରଖିବା ବାଧ୍ୟତାମୂଳକ କରିବେ ବୋଲି ଜଣାଇଦିଆଯାଇଛି।

Related posts