ମୋଦିଙ୍କ ବୟାନର ପ୍ରତିକ୍ରିୟା ରଖିଲେ ମେହବୁବା : କହିଲେ ପାକ୍ ମଧ୍ୟ ଇଦ୍ ପାଇଁ ପରମାଣୁ ବୋମା ରଖିନାହିଁ

Published: Apr 22, 2019, 6:21 pm IST
mehebooba reacts on modi's nucler bomb remarks

ପୂର୍ବତନ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ପରମାଣୁ ବୋମାକୁ ନେଇ ନିର୍ବାଚନୀ ରାଲି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ବିରୋଧରେ ଦେଇଥିବା ବୟାନ ଉପରେ ମେହବୁବା ମୁଫତି ପ୍ରତ୍ରିକ୍ରିୟା ରଖିଛନ୍ତି। ମେହେବୁବା ପାକିସ୍ତାନର ପକ୍ଷ ନେଇ କହିଛନ୍ତି ଯେ, ଯଦି ଭାରତ ପରମାଣୁ ବୋମା ଦୀପାବଳି ପାଇଁ ରଖିନାହିଁ ତେବେ ପାକିସ୍ତାନ ମଧ୍ୟ ପରମାଣୁ ଇଦ୍ ପାଇଁ ରଖିନାହିଁ। ମୁଫତି ନିକଟ ଦିନରେ କେନ୍ଦ୍ର ସରକାର ଓ ଖାସ୍ କରି ପିଏମ ମୋଦିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ସମାଲୋଚନା କରୁଛନ୍ତି। ମୋଦୀଙ୍କ ବୟାନର ଗୋଟିଏ ଦିନ ପରେ ସୋମବାର ମେହବୁବା ଟ୍ଵିଟ୍ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, “ବୁଝି ପାରୁନାହିଁ ଯେ ମୋଦୀ କଣ ପାଇଁ ଏମିତି ନିମ୍ନସ୍ତର ବୟାନବାଜି କରୁଛନ୍ତି। ସେ ରାଜନୈତିକ ବିତର୍କର ସ୍ତରକୁ କମ କରିବାର କାମ କରୁଛନ୍ତି। ଯଦି ଭାରତ ଦୀପାବଳି ପାଳନ କରିବା ପାଇଁ ପରମାଣୁ ବୋମା ରଖିନାହିଁ, ତେବେ ପାକ୍ ମଧ୍ୟ ଇଦ ପାଇଁ ବୋମା ରଖିନାହିଁ।” ପ୍ରଧାନମନ୍ତ୍ରୀ ବାଡମେରରେ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ, ‘ଭାରତ ପାକିସ୍ତାନର ଧମକରେ ଡରିବାର ନୀତିକୁ ଛାଡ଼ି ଦେଇଛି। କାରଣ ବିଗତ ଦିନରେ ପାକିସ୍ତାନ ଭାରତକୁ ପରମାଣୁ ଧମକ ଦେଇ ଆସୁଥିଲା। ଏବେ ଭାରତ ପାଖରେ ପରମାଣୁ ବୋମା ରହିଛି କହିବା ସହିତ ପରମାଣୁ ବୋମାକୁ କଣ ଆମେ ଦୀପାବଳି ପାଇଁ ରଖିଛୁ ବୋଲି କହିଥିଲେ ମୋଦି ।’ ଏହି ବୟାନର ଉତ୍ତର ଦେଇଛନ୍ତି ମେହବୁବା।

Related posts