ପରୀକ୍ଷା ପେ ଚର୍ଚ୍ଚା ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

Published: Jan 16, 2022, 6:30 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିବେଦନ କରିଛନ୍ତି। ସେ ଏକ ଟୁଇଟ୍ କରି ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ପଞ୍ଜୀକରଣ ପାଇଁ କହିଛନ୍ତି । ସେ କହିଛନ୍ତି ଯେ ଏହା ଆମର ପ୍ରତିଭାବାନ ଯୁବକମାନଙ୍କ ସହ ଯୋଡିହେବା ମୁଖ୍ୟ ଉଦ୍ଦେଶ୍ୟ।  ଏହି ସେମାନଙ୍କ ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିବା ପାଇଁ ଏକ ସୁଯୋଗ ସୃଷ୍ଟି କିରଥାଏ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି:

“ପରୀକ୍ଷା ପାଖେଇ ଆସୁଛି ତେଣୁ ଏହି “ପରୀକ୍ଷା ପେ ଚର୍ଚ୍ଚା ୨୦୨୨” ନିଶ୍ଚିତ ସାହାଯ୍ୟ କରିପାରିବ। ଚାଲନ୍ତୁ ଚାପମୁକ୍ତ ପରୀକ୍ଷା ସଂକ୍ରାନ୍ତରେ ଆଲୋଚନା କରିବା ଏବଂ ପୁଣିଥରେ ଆମର ସାହସୀ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ସମର୍ଥନ କରିବା । ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଚଳିତ ବର୍ଷ ପାଇଁ  #PPC2022  ପଞ୍ଜିକରଣ କରନ୍ତୁ ।

ବ୍ୟକ୍ତିଗତ ଭାବରେ, “ପରୀକ୍ଷା ପେ ଚର୍ଚ୍ଚା” ଏକ ଚମତ୍କାର ଶିକ୍ଷଣ ଅଭିଜ୍ଞତା । ମୁଁ ଆମର ପ୍ରତିଭାବାନ ଯୁବକମାନଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇଥାଏ, ସେମାନଙ୍କର ଆହ୍ୱାନ ଏବଂ ଆକାଂକ୍ଷାକୁ ଭଲ ଭାବରେ ବୁଝିଥାଏ । ଏହା ମଧ୍ୟ ଶିକ୍ଷା ଜଗତରେ ଉଦୀୟମାନ ଧାରା ଆବିଷ୍କାର କରିବାର ସୁଯୋଗ ଦେଇଥାଏ ।

Related posts