ଟୀକାକରଣକୁ ନେଇ ଭଲ ଖବର: ୧୨ ରୁ ୧୪ ବର୍ଷ ପିଲାମାନଙ୍କୁ ମିଳିବ ଟୀକା, ଜାଣନ୍ତୁ କେବେ

Published: Jan 17, 2022, 12:20 pm IST

ନୂଆଦିଲ୍ଲୀ: ଦେଶର କୋୱିନ୍ ପୋର୍ଟାଲ ଅନୁଯାୟୀ, ୧୫ ରୁ ୧୭ ବର୍ଷ ବୟସର କିଶୋରଙ୍କୁ ୩,୪୫,୩୫,୬୬୪ ଟିକାର ପ୍ରଥମ ଡୋଜ ଦିଆଯାଇଛି। ଏହି ବୟସ ବର୍ଗରେ ପ୍ରାୟ ସାଢେ ୭ କୋଟି ପିଲା ଅଛନ୍ତି। ୧୫ ରୁ ୧୭ ବର୍ଷ ବୟସର ପିଲାମାନଙ୍କଠାରେ ଯେଉଁ ବେଗରେ ଟୀକାକରଣ କରାଯାଉଛି, ଫେବୃଆରୀ ଶେଷ ସୁଦ୍ଧା ଏହା ସଂପୂର୍ଣ୍ଣ ହୋଇଯିବ ବୋଲି ଆଶା କରାଯାଏ। ଯାହା ପରେ ୧୨ ରୁ ୧୪ ବର୍ଷ ବୟସ ପିଲାଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇପାରିବ।

ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ୧୨ ରୁ ୧୮ ବର୍ଷର ପିଲାମାନଙ୍କୁ କରୋନା ଟିକା ଦେବା ପାଇଁ ଅନୁମତି ଦେଇଛନ୍ତି। ୧୨ ରୁ ୧୮ ବର୍ଷ ବୟସ ପିଲାଙ୍କୁ ଭରତ ବାୟୋଟେକ୍ ର କୋଭାକ୍ସିନ୍ ଦିଆଯାଇପାରେ। ବର୍ତ୍ତମାନ ଏହି ଟିକା ୧୫ ରୁ ୧୭ ବର୍ଷ ବୟସ ପିଲାଙ୍କୁ ଦିଆଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ NTAGI ସୂତ୍ର ଅନୁଯାୟୀ, ମାର୍ଚ୍ଚ ସୁଦ୍ଧା ୧୫ ରୁ ୧୭ ବର୍ଷ ବୟସର ଟୀକାକରଣ ପରେ ଏହି ପିଲାମାନଙ୍କର ଟୀକାକରଣ ମଧ୍ୟ ଆରମ୍ଭ ହୋଇପାରିବ ଏବଂ ଏଥିପାଇଁ ଟିକା ଉପଲବ୍ଧ କରାଯାଉଛି। ଏହା ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ ବୈଠକରେ ନିଷ୍ପତ୍ତି ନେବେ।

Related posts