Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ନର୍ଚରିଂ ନେବରହୁଡ୍‌ସ୍ ଚ୍ୟାଲେଞ୍ଜ” ଅଧୀନରେ ଦେଶର ପ୍ରମୁଖ ୧୦ଟି ସହର ଭିତରେ ସ୍ମାର୍ଟ ସିଟି ରାଉରକେଲା
ଆଜିର ଖବର

“ନର୍ଚରିଂ ନେବରହୁଡ୍‌ସ୍ ଚ୍ୟାଲେଞ୍ଜ” ଅଧୀନରେ ଦେଶର ପ୍ରମୁଖ ୧୦ଟି ସହର ଭିତରେ ସ୍ମାର୍ଟ ସିଟି ରାଉରକେଲା

January 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲା ପାଇଁ ଖୁସି ଖବର। ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମରେ ରାଉରକେଲା ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ଏହି ସଫଳତା ପାଇଁ ରାଉରକେଲା ମହାନଗର ନିଗମ ଏବଂ ରାଉରକେଲା ସ୍ମାର୍ଟ ସିଟିର ସମସ୍ତ କର୍ମକର୍ତ୍ତାମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର ଅଭିନନ୍ଦନ ଜଣାଇଛନ୍ତି।

“ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଧୀନରେ ରାଉରକେଲା ସହିତ ବେଙ୍ଗଳୁରୁ, ହୁବଲି-ଧରୱାଡ୍‌, ଇନ୍ଦୋର, ଜବଲପୁର, କାକିନାଡ଼ା, କୋଚି, କୋହିମା, ଭଦୋଦରା ଏବଂ ୱାରଙ୍ଗଲ ଆଦି ସହର ସ୍ଥାନ ପାଇଛି। ଏହି ୧୦ଟି ପ୍ରମୁଖ ସହରକୁ “ୟଙ୍ଗ ଚିଲ୍ଡ୍ରେନ ଆଣ୍ଡ କେୟାର ଗିଭର ଫ୍ରେଣ୍ଡଲି’ ଭାବରେ ପରିଣତ କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ସେଥିପାଇଁ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

“ରାଉରକେଲାବାସୀଙ୍କ ପାଇଁ ଆଜି ହେଉଛି ଏକ ଖୁସିର ଦିନ। “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ବର୍ଗରେ ରାଉରକେଲା ଦେଶର ଶ୍ରେଷ୍ଠ ୧୦ଟି ସହର ଭିତରେ ସ୍ଥାନ ପାଇଥିବାରୁ ଏହା ଆମ ପାଇଁ ବଡ଼ କଥା। ରାଉରକେଲା ସହରର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ରାଜ୍ୟ ସରକାରଙ୍କ ଜାଗା ମିଶନ ଅଧୀନରେ ବିଭିନ୍ନ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ରୂପାନ୍ତରିତ କରାଯାଉଛି। ରାଉରକେଲାକୁ ଶିଶୁ ଅନୁକୂଳ କରିବା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଉଛି ତାହା ମଧ୍ୟ ସ୍ୱାଗତଯୋଗ୍ୟ’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

“ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ ଅଧୀନରେ ଆଜି ଯେଉଁ ସଫଳତା ମିଳିଛି ତାହା ଆମକୁ ଆହୁରି ଆଗକୁ ଯିବା ପାଇଁ ଉତ୍ସାହିତ କରିଛି। ଦେଶର ପ୍ରମୁଖ ୧୦ଟି ସହର ଭିତରେ ରାଉରକେଲା ସ୍ଥାନ ପାଇବା ନିହାତି ଭାବେ ଆମ ପାଇଁ ଗୌରବର କଥା। ସମସ୍ତଙ୍କ ସହଯୋଗ ରହିଲେ ସ୍ମାର୍ଟ ସିଟି ରାଉରକେଲା ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରିବ”, କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ ଡାକ୍ତର ଶୁଭଙ୍କର ମହାପାତ୍ର।

ସାନ ସାନ ପିଲାମାଙ୍କର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ସୁସ୍ଥ ଏବଂ ଭଲ ପରିବେଶଟିଏ ନିହାତି ଦରକାର। ତେଣୁ “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଧୀନରେ ରାଉରକେଲା ସ୍ମାର୍ଟ ସିଟି ଏବଂ ମହାନଗର ନିଗମର ମିଳିତ ସହଯୋଗରେ ଅଙ୍ଗନବାଡ଼ି କେନ୍ଦ୍ର, ପାର୍କ, ସାର୍ବଜନୀନ ସ୍ଥାନ, ବିଭିନ୍ନ ବସ୍ତି ଅଞ୍ଚଳରେ ପିଲାମାନଙ୍କ ପାଇଁ ସୁସ୍ଥ, ସୁରକ୍ଷିତ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରାଯାଉଛି।

“ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ ଅଧୀନରେ ପାଇଲଟ୍ ପ୍ରକଳ୍ପ ଭାବେ ରାଉରକେଲାର ବାସନ୍ତୀ କଲୋନୀ ଏବଂ ଉଦିତ ନଗର ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପିଲାମାନଙ୍କ ପାଇଁ ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଉଥିବା ବେଳେ ଖେଳପଡ଼ିଆ ଏବଂ ରାସ୍ତାଗୁଡ଼ିକର ବିକାଶ କରାଯାଉଛି।

ସେହିପରି ରାଉରକେଲା ସହରକୁ ବିଭିନ୍ନ କାମରେ ଆସୁଥିବା ମା’ମାନେ ସେମାନଙ୍କ ଶିଶୁକୁ ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବା ପାଇଁ ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ତନ୍ୟପାନ କକ୍ଷ କରାଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସର ସହିତ ବାସନ୍ତୀ କଲୋନୀ ଜଗନ୍ନାଥ ମନ୍ଦିର ନିକଟ, ଡିଏଭି ଏମଏସି ୟୁପିଏଚସି ଏବଂ ତିଲକାନଗର ୟୁପିଏଚସି ପରିସରରେ ଏହି କକ୍ଷ ରହିଛି।

ଅନ୍ତର୍ଜାତୀୟ ସାମାଜିକ ସଙ୍ଗଠନ ବର୍ଣ୍ଣାଡ୍ ଭାନ୍ ର୍ଲି ଫାଉଣ୍ଡେସନ ଏବଂ ୱାଲର୍ଡ ରିସୋର୍ସେସ୍ ଇନଷ୍ଟିଚ୍ୟୁଟ୍ ସହଯୋଗିତାରେ “ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମ ପରିଚାଳିତ ହେଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

September 21, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସେବା ପଖୱାଡା ଦିବସ ଓ ମାରାଥନ ରାଲି ଅନୁଷ୍ଠିତ

September 21, 2025

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025
Latest News

ଓଡ଼ିଶା ପାଇଁ ଗର୍ବ: ବିଶ୍ୱ ପାରା ଏଥ୍ଲେଟିକ୍ସରେ NTO ଭାବେ ଚୟନ ହେଲେ ମାଳବିକା ମିଶ୍ର

September 21, 2025

ମାଓବାଦୀ ଆକ୍ରମଣରେ ଗୁରୁତର ଆହତ ଯବାନକୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ସାକ୍ଷାତ

September 21, 2025

ବାଲୁଗାଁ ଏନଏସି ପକ୍ଷରୁ ଆୟୋଜିତ “ସ୍ୱଚ୍ଛତା ହିଁ ସେବା-୨୦୨୫” କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ

September 21, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ସେବା ପଖୱାଡା ଦିବସ ଓ ମାରାଥନ ରାଲି ଅନୁଷ୍ଠିତ

September 21, 2025

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ କେତେବେଳେ ଆଉ କଣ କହିବେ…

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.