Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଆଜିର ଖବର

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
State-Level Training for Electoral Officers on SIR Begins in Bhubaneswar
State-Level Training for Electoral Officers on SIR Begins in Bhubaneswar

ଭୁବନେଶ୍ଵର: ରାଜ୍ୟରେ ହେବାକୁ ଥିବା ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମକୁ ସୁଚାରୁ ଭାବେ କାର୍ଯ୍ୟନ୍ବୟ କରିବା ଉଦ୍ଦେଶ୍ୟରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ୧୦ ମାର୍ଚ୍ଚ ଠାରୁ ୧୩ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱରର ଗୋଠପାଟଣା ସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଙ୍ଗ ଇନଷ୍ଟିଚ୍ୟୁଟ (ଆର.ଓ.ଟି.ଆଇ) ରେ ଆୟୋଜିତ ହେଉଛି। ପ୍ରଶିକ୍ଷଣ ପ୍ରତିଦିନ ଦୁଇଟି ସେସନରେ ଚାଲିବ।

ତୃତୀୟ ଦିନ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ. ଗୋପଲନ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ ବିଷୟ ଉପରେ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଥିଲେ।

ତୃତୀୟ ଦିନର ପ୍ରଶିକ୍ଷଣରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଜିଲ୍ଲାର ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ), ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ଯୋଗଦେଇଥିଲେ।

ପ୍ରଶିକ୍ଷଣ ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା, ଭୋଟର ତାଲିକା ସଂଶୋଧନ ପଦ୍ଧତି, ପୁରୁଣା ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ, ତଥ୍ୟ ସଂଗ୍ରହ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟନ୍ବୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା।

ଏହି ପ୍ରଶିକ୍ଷଣରେ ପ୍ରତିଷ୍ଠାନଗତ ଓ ମାନବ ସମ୍ବଳ ପ୍ରସ୍ତୁତିକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ପ୍ରକ୍ରିୟାର ପାରଦର୍ଶିତା ଓ ସକ୍ରିୟ ଅଂଶଗ୍ରହଣ ନିଶ୍ଚିତ କରିବା ପାଇଁ ରାଜନୈତିକ ଦଳମାନଙ୍କ ଦ୍ୱାରା ବୁଥ୍ ଲେଭେଲ୍ ଏଜେଣ୍ଟ (ବିଏଲଏ) ନିଯୁକ୍ତି, ବିଏଲଏ ମାନଙ୍କ ପାଇଁ ମତଦାତା ଯାଞ୍ଚ ଓ ଫର୍ମ ପ୍ରବନ୍ଧନ ସମ୍ପର୍କିତ ପ୍ରଶିକ୍ଷଣ, ପ୍ରତ୍ୟେକ ପୋଲିଂ ବୁଥ୍ରେ ୨୦ ଜଣ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଚିହ୍ନଟ ଓ ୨୦୦୨ ମସିହାର ଭୋଟର ତାଲିକା ସହିତ ମତଦାତାଙ୍କ ମ୍ୟାପିଂ କାର୍ଯ୍ୟ ସମାପ୍ତି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ସେହିପରି, ପରିଗଣନା (ଏନ୍ୟୁମେରେସନ) ଫର୍ମଗୁଡ଼ିକର ଡିଜିଟାଇଜେସନ୍ ପାଇଁ ଉପଯୁକ୍ତ ସ୍ଥାନ ଓ ଆବଶ୍ୟକ ସୁବିଧାସମୂହ ଚିହ୍ନଟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହାସହ ଫର୍ମଗୁଡ଼ିକର ସ୍କାନିଂ, ଡାଟା ଏଣ୍ଟ୍ରି ଓ ସତ୍ୟାପନ କାମ ପାଇଁ ପ୍ରଶିକ୍ଷିତ କର୍ମଚାରୀମାନଙ୍କୁ ନିୟୋଜିତ କରାଯିବ। ଭୋଟରମାନଙ୍କର ଦାବି ଓ ଆପତ୍ତି ଶୁଣାଣି ପାଇଁ ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରାଯିବ, ଯାହା ମାଧ୍ୟମରେ ସହଜ ପହଞ୍ଚ ସହିତ ସମୟୋପଯୋଗୀ ଅଭିଯୋଗ ନିରାକରଣ ସୁନିଶ୍ଚିତ ହେବ।

ଏହି ଶିବିରଗୁଡ଼ିକର ତାରିଖ, ସମୟ ଓ ସ୍ଥାନ ସମ୍ବନ୍ଧରେ ଭୋଟର ଓ ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ ପୂର୍ବରୁ ସୂଚନା ଯୋଗାଇଦିଆଯିବ ବୋଲି ଆଲୋଚନା ହୋଇଥିଲା।

ତଦୁପରି, ତଥ୍ୟ ପରିଚାଳନା ଓ ନିରୀକ୍ଷଣ ପାଇଁ ନିର୍ବାଚନ ପଞ୍ଜିକରଣ ଅଧିକାରୀ(ଇଆରଓ/ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ଙ୍କ ସ୍ତରରେ ଆବଶ୍ୟକ ମାନବ ସମ୍ବଳ ସହିତ ଆଇଟି ସେଲ୍ ସ୍ଥାପନ କରିବା ସହିତ ସଂଶୋଧନ ପ୍ରକ୍ରିୟା ସମୟରେ ମତଦାତା, ବିଏଲଓ ଓ କ୍ଷେତ୍ରସ୍ତରର କର୍ମଚାରୀଙ୍କୁ ସହଯୋଗ ପାଇଁ ଡିଇଓ /ଏଇଆରଓ କାର୍ଯ୍ୟାଳୟରେ ହେଲ୍ପ ଡେସ୍କ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି।

ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀମାନେ ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ପ୍ରାୟୋଗିକ ଓ ପ୍ରଶାସନିକ ଦିଗରେ ପ୍ରସ୍ତୁତ ରହିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପଲନ ନିର୍ଦ୍ଦେଶ ଦେଇଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଡେ଼ପୁଟି ସିଇଓ ଡ଼. ଲଷ୍ମୀ ପ୍ରସାଦ ସାହୁ ଓ ପ୍ରମୁଖ ଉପସ୍ଥିତ ଥିଲେ।

bhubaneswar SIR State-Level Training ନିର୍ବାଚନ ଅଧିକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ସ୍ତରୀୟ
Share. Facebook Twitter LinkedIn Email WhatsApp Copy Link

Related Posts

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026
Latest News

୮ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

April 22, 2026

ସ୍ଵର୍ଗତ ପଣ୍ଡିତ ନୃସିଂହ ପ୍ରସାଦ ମିଶ୍ରଙ୍କ ଦ୍ଵାଦଶାହ ସ୍ମୃତିସଭା

April 22, 2026

ବନାନ ସଂଶୋଧନ : ମତାମତ ମାଗିଲେ ସରକାର

April 22, 2026

ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହର

April 22, 2026

ଇଥାନଲ୍ ଉପରେ ନିୟମ ପରିବର୍ତ୍ତନ କଲେ ସରକାର, ମହଙ୍ଗା ବିମାନ ଯାତ୍ରା ହେବ ଶସ୍ତା !

April 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.