ଆଜି ଦେଶରେ ୩ ଲକ୍ଷରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, କରୋନାଜନିତ ମୃତ୍ୟୁ ୪୯୧

Published: Jan 20, 2022, 9:34 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୮୨ ହଜାର ୯୭୦ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୩ ଲକ୍ଷ ୧୭ ହଜାର ୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୪୯୧ ଜଣଙ୍କ ପ୍ରାଣହାନୀ ଘଟିଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୨୩ ହଜାର ୯୯୦ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୩ କୋଟି ୮୬ ଲକ୍ଷ ୪୭ ହଜାର ୪୯୭ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୮୭ ହଜାର ୬୯୩ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୫୮ ଲକ୍ଷ ୭ ହଜାର ୨୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୯ ଲକ୍ଷ ୨୪ ହଜାରକୁ ୫୧ ବୃଦ୍ଧି ପାଇଛି।

Related posts