ଭୁବନେଶ୍ବର ସୈନିକ ସ୍କୁଲର ହୀରକ ଜୟନ୍ତୀ ଲୋଗୋ ଉନ୍ମୋଚିତ

Published: Jan 20, 2022, 7:50 pm IST

ଭୁବନେଶ୍ୱର, ୨୦ ଜାନୁଆରୀ ୨୦୨୨ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଡ. ପ୍ରତାପ କୁମାର ମିଶ୍ର, ଓଏଏସ୍ ସୈନିକ ସ୍କୁଲର ପ୍ରିନସିପାଲ ଗ୍ରୁପ୍ କ୍ୟାପଟେନ ଏସ ଡୋମିନିକ୍ ରୟାନ୍‌, ଭାଇସ ପ୍ରିନସିପାଲ କମାଣ୍ଡର ଉଷା ସାଙ୍ଗୱାନ, ପ୍ରଶାସନିକ ଅଧିକାରୀ, କମାଣ୍ଡର ପ୍ରୀତିକା ଶର୍ମା, ଶ୍ରୀ ବି ପ୍ରଧାନ, ସିନୟର ମାଷ୍ଟର, ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ବିଦ୍ୟାଳୟର ବିବେକାନନ୍ଦ ହଲରେ ହୀରକ ଜୟନ୍ତୀର ଲୋଗୋ ଉନ୍ମୋଚନ କରିଥିଲେ।

ଚଳିତ ବର୍ଷ ସୈନିକ ସ୍କୁଲ ଭୁବନେଶ୍ୱର ଦେଶ ସେବା କରିବାରେ ୬୦ତମ ଗୌରବମୟ ବର୍ଷ ୧ଫେବୃଆରୀ ୨୦୨୨ରେ ‘ହୀରକ ଜୟନ୍ତୀ’ ପାଳନ କରିବାକୁ ଯାଉଛି। ଏହି ଅବସରରେ ସରକାରଙ୍କ ଓ.ନି.ଏ.ଙ୍କ ମିଳିତ ସହଯୋଗରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ସ୍କୁଲର ପ୍ରିନସିପାଲ ତାଙ୍କ ଅଭିଭାଷଣରେ ରାଜ୍ୟ ସରକାରଙ୍କର ସ୍କୁଲ ପ୍ରତି ଥିବା ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ସ୍କୁଲର କ୍ୟାଡେଟମାନେ ଭର୍ଚୁଆଲ ମୋଡରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Related posts