
ବେଙ୍ଗାଲୁରୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ନିକଟସ୍ଥ ସମ୍ପର୍କୀୟ ଏହି ସୂଚନା ଦେଇଛନ୍ତି। କିନ୍ତୁ ତାଙ୍କର କୌଣସି ଲକ୍ଷଣ ନାହିଁ। ତାଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦେବେ ଗୌଡାଙ୍କୁ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବୋମ୍ମାଇ ଟ୍ୱିଟ୍ କରି କହିଛନ୍ତି ଯେ, ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ କରୋନା ଭାଇରସ ସଂକ୍ରମଣରୁ ଶୀଘ୍ର ସୁସ୍ଥ ହେବାକୁ କାମନା କରୁଛି।