
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ମେନପୁରୀର କରହଲ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଛନ୍ତି। ସେ ରେକର୍ଡ ସଂଖ୍ୟକ ଭୋଟରେ ଜିତିବେ ବୋଲି ମଧ୍ୟ ଦାବି କରାଯାଇଛି। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଅଖିଲେଶ କହିଛନ୍ତି ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ, ତେବେ ୨୨ ଲକ୍ଷ ଯୁବକ ଆଗାମୀ ସମୟରେ ଆଇଟି କ୍ଷେତ୍ରରେ ନିଯୁକ୍ତି ପାଇବେ।