Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ବିଶ୍ଵ ପ୍ରସିଦ୍ଧ ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା
ଆଜିର ଖବର

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ବିଶ୍ଵ ପ୍ରସିଦ୍ଧ ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

January 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ଵ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯେତେ ଶୀଘ୍ର ସମ୍ଭବ ମସ୍ତିଷ୍କର MRI SCAN କରାଇନେବା ଉଚିତ।

MRI SCAN ଦ୍ବାରା ମସ୍ତିଷ୍କରେ ଆରମ୍ଭ ହେଉଥିବା ଅନେକ ରୋଗର କାରଣ ଓ ଏହାର ଉପଶମ ଉପାୟ ବାହାର କରାଯାଇ ପାରିବ। ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ମସ୍ତିଷ୍କ ରୋଗ ଆରୋଗ୍ୟସାଧ୍ୟ।

ଡକ୍ଟର ଜମାଲ ଏ ଖାନ କହିଛନ୍ତି ଯେ ଲଣ୍ଡନରେ ରହୁଥିବା କିଛି ରୋଗୀ ତାଙ୍କ ପାଖକୁ ଆସିଥିଲେ। ସେହି ରୋଗୀଙ୍କର ସେ ଚିକିତ୍ସା କରାଇଥିଲେ ଏବଂ ସେମାନେ ସୁସ୍ଥ ହୋଇ ଚାଲିଯାଇଥିଲେ। ଏବେ ସେମାନେ ସ୍ବାଭାବିକ ଜୀବନଯାପନ କରୁଛନ୍ତି।

ସେ କହିଛନ୍ତି ଯେ ୧୫ରୁ ୧୬ ବର୍ଷ ବୟସରେ ପିଲାମାନେ ଏକ ପ୍ରକାର ହାଡ଼ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାକୁ ସାର୍କୋମା କୁହାଯାଏ। ଏହା ସାଧାରଣତଃ ପିଲାମାନଙ୍କ ହାଡ଼ କିମ୍ବା ହାଡ଼ର ଆଖପାଖରେ ଦେଖାଯାଇଥାଏ। ଏହା ଯୋଗୁଁ ପିଲାମାନେ ଖେଳୁ ଖେଳୁ ପଡ଼ିଯାନ୍ତି ବା ମୂର୍ଚ୍ଛା ହୋଇଯାଆନ୍ତି। ଆମେ ଭାବୁ ଖେଳିବା ଯୋଗୁଁ କିମ୍ବା କ୍ରିକେଟ ଖେଳିଲା ବେଳେ ବଲ୍ ବାଜି ସେମାନେ ଏମିତି ପଡ଼ିଯାଇଥାନ୍ତି। କିନ୍ତୁ ତାର ଅସଲ କାରଣ ଅଲଗା। ଆମେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା ଉଚିତ୍।

ଆମେ ଯଦି ଆରମ୍ଭରୁ କ୍ୟାନ୍‌ସର ଭଳି ରୋଗର ଚିକିତ୍ସା କରିପାରିବା, ତାହେଲେ ଏହା ମୂଳରୁ ନିପାତ ହୋଇପାରିବ। ଭାରତରେ ଆମେ ଏହି ରୋଗକୁ ସଠିକ୍ ଭାବେ ଧରିବାରେ ସକ୍ଷମ ହୋଇନାହୁଁ। ତେଣୁ ଏହା ଏକ ବଡ଼ ରୋଗ ହୋଇଯାଉଛି, ଯାହା ପାଇଁ ସବୁଠାରୁ ବଡ଼ ଚିକିତ୍ସା ଦରକାର ହୋଇଥାଏ। ସେଥିପାଇଁ ମୁଁ ସବୁବେଳେ ଚେଷ୍ଟା କରୁଛି ଯେ, ଏହି ରୋଗର କିପରି ଆରମ୍ଭରୁ ଚିକିତ୍ସା କରାଯାଇ ଏହାର ମୂଳୋତ୍ପାଟନ କରିବା। ମୁଁ ବହୁତ ଖୁସି ଯେ, ଗଲା ୧୮ ବର୍ଷ ଧରି ବିଦେଶ ଛାଡ଼ି ଦେଶରେ ସେବା କରୁଛି।

MRI SCAN କର୍କଟ ରୋଗ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.