Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ବିଶ୍ଵ ପ୍ରସିଦ୍ଧ ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା
ଆଜିର ଖବର

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ବିଶ୍ଵ ପ୍ରସିଦ୍ଧ ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

January 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ଵ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଯେତେ ଶୀଘ୍ର ସମ୍ଭବ ମସ୍ତିଷ୍କର MRI SCAN କରାଇନେବା ଉଚିତ।

MRI SCAN ଦ୍ବାରା ମସ୍ତିଷ୍କରେ ଆରମ୍ଭ ହେଉଥିବା ଅନେକ ରୋଗର କାରଣ ଓ ଏହାର ଉପଶମ ଉପାୟ ବାହାର କରାଯାଇ ପାରିବ। ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ମସ୍ତିଷ୍କ ରୋଗ ଆରୋଗ୍ୟସାଧ୍ୟ।

ଡକ୍ଟର ଜମାଲ ଏ ଖାନ କହିଛନ୍ତି ଯେ ଲଣ୍ଡନରେ ରହୁଥିବା କିଛି ରୋଗୀ ତାଙ୍କ ପାଖକୁ ଆସିଥିଲେ। ସେହି ରୋଗୀଙ୍କର ସେ ଚିକିତ୍ସା କରାଇଥିଲେ ଏବଂ ସେମାନେ ସୁସ୍ଥ ହୋଇ ଚାଲିଯାଇଥିଲେ। ଏବେ ସେମାନେ ସ୍ବାଭାବିକ ଜୀବନଯାପନ କରୁଛନ୍ତି।

ସେ କହିଛନ୍ତି ଯେ ୧୫ରୁ ୧୬ ବର୍ଷ ବୟସରେ ପିଲାମାନେ ଏକ ପ୍ରକାର ହାଡ଼ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାକୁ ସାର୍କୋମା କୁହାଯାଏ। ଏହା ସାଧାରଣତଃ ପିଲାମାନଙ୍କ ହାଡ଼ କିମ୍ବା ହାଡ଼ର ଆଖପାଖରେ ଦେଖାଯାଇଥାଏ। ଏହା ଯୋଗୁଁ ପିଲାମାନେ ଖେଳୁ ଖେଳୁ ପଡ଼ିଯାନ୍ତି ବା ମୂର୍ଚ୍ଛା ହୋଇଯାଆନ୍ତି। ଆମେ ଭାବୁ ଖେଳିବା ଯୋଗୁଁ କିମ୍ବା କ୍ରିକେଟ ଖେଳିଲା ବେଳେ ବଲ୍ ବାଜି ସେମାନେ ଏମିତି ପଡ଼ିଯାଇଥାନ୍ତି। କିନ୍ତୁ ତାର ଅସଲ କାରଣ ଅଲଗା। ଆମେ ମଧ୍ୟ ଏହାର ସମ୍ପୂର୍ଣ୍ଣ ଚିକିତ୍ସା କରିବା ଉଚିତ୍।

ଆମେ ଯଦି ଆରମ୍ଭରୁ କ୍ୟାନ୍‌ସର ଭଳି ରୋଗର ଚିକିତ୍ସା କରିପାରିବା, ତାହେଲେ ଏହା ମୂଳରୁ ନିପାତ ହୋଇପାରିବ। ଭାରତରେ ଆମେ ଏହି ରୋଗକୁ ସଠିକ୍ ଭାବେ ଧରିବାରେ ସକ୍ଷମ ହୋଇନାହୁଁ। ତେଣୁ ଏହା ଏକ ବଡ଼ ରୋଗ ହୋଇଯାଉଛି, ଯାହା ପାଇଁ ସବୁଠାରୁ ବଡ଼ ଚିକିତ୍ସା ଦରକାର ହୋଇଥାଏ। ସେଥିପାଇଁ ମୁଁ ସବୁବେଳେ ଚେଷ୍ଟା କରୁଛି ଯେ, ଏହି ରୋଗର କିପରି ଆରମ୍ଭରୁ ଚିକିତ୍ସା କରାଯାଇ ଏହାର ମୂଳୋତ୍ପାଟନ କରିବା। ମୁଁ ବହୁତ ଖୁସି ଯେ, ଗଲା ୧୮ ବର୍ଷ ଧରି ବିଦେଶ ଛାଡ଼ି ଦେଶରେ ସେବା କରୁଛି।

MRI SCAN କର୍କଟ ରୋଗ ଭୁବନେଶ୍ବର
Share. Facebook Twitter LinkedIn Email WhatsApp Copy Link

Related Posts

ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ

September 22, 2026

ବିଶ୍ୱ ବଜାରରେ ଆସାମ ଚା’ର ପ୍ରସିଦ୍ଧି ଏବଂ ସଫଳ ଯାତ୍ରା ଅନୁଧ୍ୟାନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 22, 2026

ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬

September 22, 2026

ପେଜାୱର ମଠର ଶ୍ରଦ୍ଧେୟ ସନ୍ଥ ବିଶ୍ୱପ୍ରସନ୍ନ ତୀର୍ଥ ସ୍ୱାମୀ ଜୀଙ୍କୁ ଭେଟିଲେ ଗୃହମନ୍ତ୍ରୀ

September 22, 2026
Latest News

UPI ଶୁଳ୍କକୁ ନେଇ ମୋବାଇଲ୍ ବ୍ୟବସାୟୀଙ୍କ ଚିନ୍ତା, ସରକାରଙ୍କୁ ଚିଠି ଲେଖିଲା AIMRA

September 22, 2026

ପାଣି ମେଟେକାରୁ ଜୀବିକା: ଆସାମର ମହିଳା ଏସଏଚଜିଙ୍କ ପାଇଁ ନୂଆ ରୋଜଗାର ସୁଯୋଗ

September 22, 2026

୨୦ ଅକ୍ଟୋବର ୨୦୨୬ରୁ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ଲାଗୁ

September 22, 2026

ଲାଞ୍ଚ ଅଭିଯୋଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ: କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମାର୍କେଟିଂ ଅଧିକାରୀ ନିଲମ୍ବିତ

September 22, 2026

ବିଶ୍ୱ ବଜାରରେ ଆସାମ ଚା’ର ପ୍ରସିଦ୍ଧି ଏବଂ ସଫଳ ଯାତ୍ରା ଅନୁଧ୍ୟାନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.