ସାହେବି ଛେମଣ୍ଡିଆ ଜଙ୍ଗଲରେ ଆଖି ବୁଜିଲା ଅସୁସ୍ଥ ଦନ୍ତା ହାତୀ

Published: Jan 23, 2022, 6:25 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖାଲ ବନଖଣ୍ଡ ନାକଟିଦେଉଳ ବନାଂଚଳ ଅନ୍ତର୍ଗତ ସାହେବୀ ନିକଟସ୍ଥ ଛେମଣ୍ଡିଆ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡ଼ିବା ପରେ ଶେଷରେ ମୃତ୍ୟୁବରଣ କରିଥିବା ବନବିଭାଗ ସୂଚନା ଦେଇଛି।
ଆଜି ନାକଟିଦେଉଳ ବନ ବିଭାଗର ରେଞ୍ଜ ଅଧିକାର ଅଶ୍ବିନୀ କୁମାର ବେହେରା, ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଂଚି ଅସୁସ୍ଥ ହାତୀକୁ ବଂଚାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।

ଯାହା ଅନୁମାନ କରାଯାଉଛି ହାତୀଟି ରୋଗାଗ୍ରସ୍ତ ହୋଇ ମ୍ରୁତ୍ୟୁବରଣ କରିଛି।
ହାତୀର ଶବକୁ ବ୍ୟବଚ୍ଛେଦ କରାଯାଇ ତାକୁ ଗାତ ଖୋଳି ପୋତି ଦିଆ ଯାଇଛି।

ସୂଚନା ଥାଉକି ଗତ ତା ୨୭/୧୦/୨୦୨୧ ରେ ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ନିକଟସ୍ଥ କୁଲାଡେରା ସଂରକ୍ଷିତ ଜଙ୍ଗଲରେ ଏକ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେଇ ସମୟରେ ବନବିଭାଗର କର୍ମଚାରୀମାନେ ବହୁ ଚେଷ୍ଟା ପରେ ମଧ୍ୟ ହାତୀଟିକୁ ବଂଚାଇ ପାରି ନ ଥିଲେ।

Related posts