Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍କଳ ସାମ୍ବାଦିକ ସଂଘର ୭୮ତମ ପ୍ରତିଷ୍ଠା ଉତ୍ସବ, ମିଳିତ ହେଲେ ସବୁ ସଂଘର ନେତୃବୃନ୍ଦ
ଆଜିର ଖବର

ଉତ୍କଳ ସାମ୍ବାଦିକ ସଂଘର ୭୮ତମ ପ୍ରତିଷ୍ଠା ଉତ୍ସବ, ମିଳିତ ହେଲେ ସବୁ ସଂଘର ନେତୃବୃନ୍ଦ

January 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ୍ ସାମ୍ବାଦିକ ସଂଗଠନ ‘ଉତ୍କଳ ସାମ୍ବାଦିକ ସଂଘ’ର ୭୮ତମ ପ୍ରତିଷ୍ଠା ଉତ୍ସବ ସଂଘର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ପୌରହିତ୍ୟ କରିଥିଲେ। ଏଥିରେ ରାଜ୍ୟର ଭିନ୍ନ ଭିନ୍ନ ୯ଟି ସଂଘର ନେତୃବୃନ୍ଦ ଏକତ୍ରିତ ହୋଇ ଆଲୋଚନାରେ ଭାଗ ନେଇ ସର୍ବସମ୍ମତି ସହମତ ପ୍ରକାଶ କଲେ କି, ଆଗାମୀ ଦିନରେ ସାମ୍ବାଦିକ ସୁରକ୍ଷା ଆଇନ, ଅବସରକାଳୀନ ଭତ୍ତା, ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ପ୍ରସଙ୍ଗରେ ମିଳିତ ଭାବେ ସଂଗ୍ରାମ ଜାରି ରଖିବେ।

ଏହି ଅବସରରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ସନତ ମିଶ୍ର, ଭାଗବତ ତ୍ରିପାଠୀ, ବିମଳ ଭଞ୍ଜଦେଓ, ବିପିନ ସିଂ, ପାର୍ଥସାରଥୀ ଜେନା, ମାଧବାନନ୍ଦ ବେଉରା, ବାଉରୀବନ୍ଧୁ ମହାରଣା, ସଞ୍ଜୟ ଦାସ, ପବିତ୍ର ମହାରଥା, ଦେବ ମହାପାତ୍ର, ସମ୍ବିତ ରାୟ, ସୁପ୍ରିୟା ଦାସ, ଅଶୋକ ସାହୁ, ଅଶୋକ ମିଶ୍ର, ପରେଶ ଜେନା, ଉମେଶ ସାମନ୍ତରାୟ, ଜୟଦେବ ବେହେରା, ଅସିତ ଦାସଙ୍କ ସମେତ ମୟୁରଭଞ୍ଜ ଓ ମାଲକାନଗିରି ଜିଲ୍ଲାର ୧୦ରୁ ଉର୍ଦ୍ଧ୍ୱ ସାମ୍ବାଦିକ ପ୍ରମୁଖ ସଂଘର କାର୍ଯ୍ୟଧାରାରେ ଖୁସି ବ୍ୟକ୍ତ କରି ସଦସ୍ୟତା ଗ୍ରହଣ କରିଥିଲେ। ଏହି ଉତ୍ସବରେ ୩୦ଟି ଜିଲ୍ଲାରୁ ସଭାପତି ଓ ବହୁ ସଂଖ୍ୟାରେ କର୍ମକର୍ତ୍ତା ଯୋଗଦେଇ ସାମ୍ବାଦିକତା ଓ ବୃତ୍ତିଗତ ସମସ୍ୟା ସମାଧାନ ଦିଗରେ ସରକାରଙ୍କ ଆଭିମୁଖ୍ୟ ନେଇ ନିଜ ନିଜର ମତ ରଖିଥିଲେ।

ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ର ଉନ୍ମୋଚନ କରାଯାଇଥିଲା। ଏଥିରେ ବୈଷ୍ଣବ ଚରଣ ଜେନା, ବିଜୟ କୁମାର ପଣ୍ଡା, ଅର୍ଦ୍ଦେନ୍ଦୁ ଦାସ, ନିରଞ୍ଜନ ବିଶ୍ୱାଳ, ସୁଜ୍ଞାନୀ ଚୌଧୁରୀ, ପପୁ ମହାନ୍ତି, ଶଶିଭୂଷଣ ପ୍ରହରାଜ ପ୍ରମୁଖ ସାମିଲ ହୋଇ ନିଜର ମତ ରଖିଥିଲେ। ଏହାପରେ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ରାଜ୍ୟ ସଭାପତିଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିଥିଲେ। ସାମ୍ବାଦିକ ବ୍ରଜ ସିଂ ଓ ତୀର୍ଥବାସୀ ରଥଙ୍କ ବିୟୋଗରେ ଶୋକସଭା ସହ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ଶାଖା ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ପାତ୍ର, ପ୍ରଭାତ ମିଶ୍ର, ଭାଗବତ ତ୍ରିପାଠୀ, ଶ୍ରୀକାନ୍ତ ଖଟେଇ, ରତ୍ନାକର ବେହେରା, ରାଧାକାନ୍ତ ମିଶ୍ର, ରମାନନ୍ଦ ସ୍ୱାଇଁ, ତ୍ରିବିକ୍ରମ ମହାପାତ୍ର, ସନ୍ତୋଷ ଦାସ, ହରିହର ସ୍ୱାଇଁ, ପ୍ରଦୀପ ତ୍ରିପାଠୀ, ଜଗଦୀଶ ପୁରୋହିତ, ସାଧାରଣ ସମ୍ପାଦକ ଶଶାଙ୍କ ମିଶ୍ର, ଲୋକନାଥ ଦଳେଇ, ରାଜେଶ ମହାନ୍ତି, ସରୋଜ ବେହେରା, ପଦ୍ମଲୋଚନ ପାତ୍ର, ହାରାଧନ ବାନାର୍ଜୀ, ମଦନ ପାଣି, ସୁଦର୍ଶନ ସେନାପତି, ଜାତୀୟ ପରିଷଦର ସଦସ୍ୟ ସୁବାସ ମହାପାତ୍ର, ସୁବାସ ପ୍ରଧାନ, ଆଦର୍ଶ ପଟ୍ଟନାୟକ, ଦେବାଶିଷ ପୁରୋହିତ ପ୍ରମୁଖ ସାମିଲ ଥିଲେ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଜିତେନ୍ଦ୍ର ସାହୁୁ, ନୃସିଂହ ପ୍ରସାଦ ମହାପାତ୍ର, ମନୋଜ ପ୍ରଧାନ, ଭରତ ବେହେରା, ଜିତେନ୍ଦ୍ର ମହାନ୍ତି, ଟୁଲୁ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ଉତ୍କଳ ସାମ୍ବାଦିକ ସଂଘ ପ୍ରତିଷ୍ଠା ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.