ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Jan 25, 2022, 7:35 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩ ହଜାର ୩୮୦, ସୁନ୍ଦରଗଡରୁ ୧ ହଜାର ୨୧୯, କଟକରୁ ୯୧୫, ସମ୍ବଲପୁରରୁ ୩୯୦, ବାଲେଶ୍ବରରୁ ୩୨୩, ବଲାଙ୍ଗୀରିରୁ ୨୫୩, ନୟାଗଡରୁ ୨୧୭, ପୁରୀରୁ ୧୯୮, ଅନୁଗୁଳରୁ ୧୮୮, କୋରାପୁଟରୁ ୧୮୪, ରାୟଗଡାରୁ ୧୮୨, ଯାଜପୁରରୁ ୧୭୯, ମୟୂରଭଞ୍ଜରୁ ୧୭୪, ଢେଙ୍କାନାଳରୁ ୧୬୮, କଳାହାଣ୍ଡିରୁ ୧୬୩, ଜଗତସିଂହପୁରରୁ ୧୬୧, ନବରଙ୍ଗପୁରରୁ ୧୪୯, ବରଗଡରୁ ୧୪୫, ସୋନପୁରରୁ ୧୦୮, କେନ୍ଦ୍ରାପଡାରୁ ୧୦୫, ଝାରସୁଗୁଡାରୁ ୯୬, ଭଦ୍ରକରୁ ୯୧, ଗଞ୍ଜାମରୁ ୯୧, ବୌଦ୍ଧରୁ ୯୦, ଗଜପତିରୁ ୮୫, କନ୍ଧମାଳରୁ ୭୬, ମାଲକାନଗିରିରୁ ୭୩, ଦେବଗଡରୁ ୫୩, ନୂଆପଡାରୁ ୩୨, କେନ୍ଦୁଝରରୁ ୧୯ ଏବଂ ଷ୍ଟେଟ ପୁଲରୁ ୭୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୧ ଲକ୍ଷ ୪୨ ହଜାର ୧୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୬୭ ହଜାର ୯୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts