
ଭୁବନେଶ୍ବର: ଆଜି 73 ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ବରର ଗାନ୍ଧୀମାର୍ଗରେ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଏହି ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କରୋନା କଟକଣା ଯୋଗୁଁ ଏଥର ପରେଡ ଉତ୍ସବକୁ କାଣ୍ଟଛାଟ କରାଯାଇଛି। ଏଥର ପରେଡରେ ମୋଟ 10ଟି କଣ୍ଟିଜେଣ୍ଟ ଭାଗ ନେଇଥିଲେ। ଏଥିରେ ସିଆରପିଏଫ, ଏସଓଜି, ଅଗ୍ନିଶମ ଏବଂ ଓଡ୍ରାଫ ଟିମକୁ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ଦର୍ଶକଙ୍କୁ ବାରଣ କରାଯାଇଥିଲା।