Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଲେ ପ୍ରଧାନମନ୍ତ୍ରୀ

April 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
MODI CASTED HIS VOTE IN GUJARAT
MODI CASTED HIS VOTE IN GUJARAT

ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ 13ଟି ରାଜ୍ୟ ଏବଂ 2ଟି କେନ୍ଦ୍ର ଶାସିତ ଅଞ୍ଚଳର 117ଟି ଆସନ ପାଇଁ ମତଦାନ ଚାଲିଛି । ଏହି ମତଦାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ହାର୍ଦ୍ଦିକ ପଟେଲ ଏବଂ ସମାଜସେବୀ ଆନ୍ନା ହଜାରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଗୁଜରାଟର 26ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀନଗରର ସନପ ବୁଥରେ ପହଞ୍ଚି ମତଦାନ କରିଛନ୍ତି। ଭୋଟ ଦେବା ପୂର୍ବରୁ ମୋଦି ତାଙ୍କ ମା’ ହୀରାବେନଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ତାଙ୍କ ମା’ଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଯୁବ ଏବଂ ପ୍ରଥମ ଥର ଭୋଟରଙ୍କୁ ଶତ ପ୍ରତିଶତ ମତଦାନ ଦେବା ପାଇଁ ଆହ୍ୱାନ କରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ମଧ୍ୟ ମତାଧିକାର ସାବ୍ୟସ୍ତ କରିବା ପାଇଁ କହିଥିଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗାନ୍ଧୀନଗର ଆସନରୁ ପ୍ରାର୍ଥୀ ଅମିତ ଶାହ ମଧ୍ୟ ଅହମଦାବାଦର ରଣିପସ୍ଥିତ ନିଶାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ତାଙ୍କ ସ୍ତ୍ରୀ ରାଜକୋଟ ଲୋକସଭା ଆସନ ପାଇଁ ଅନୀଲ ଜ୍ଞାନ ମନ୍ଦିର ସ୍କୁଲକୁ ଯାଇ ମତଦାନ ସାବ୍ୟସ୍ତ କରିଛନ୍ତି । ସେହିପରି ବିଶିଷ୍ଟ ସମାଜସେବୀ ଆନ୍ନା ହାଜାରେ ମହାରାଷ୍ଟ୍ରର ଅହମେଦନଗର ଜିଲ୍ଲାର ରାଲେ ଗାଁଓ ସିଦ୍ଧିରେ ଥିବା ବୁଥକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ସୁରେନ୍ଦ୍ରନଗର ଲୋକସଭା ଆସନ ପାଇଁ ବୁଥରେ ଯାଇ ମତାଧିକାର ସାବ୍ୟସ୍ତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026
Latest News

ଟ୍ରମ୍ପଙ୍କ ରାତ୍ରିଭୋଜନରେ ଗୁଳିମାଡ଼

April 26, 2026

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.