ଆଜି ୨ ଲକ୍ଷ ୮୬ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ, କରୋନାଜନିତ ମୃତ୍ୟୁ ୫୭୩

Published: Jan 27, 2022, 10:14 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୮୫ ହଜାର ୯୧୪ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨ ଲକ୍ଷ ୮୬ ହଜାର ୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୫୭୩ ଜଣଙ୍କ ପ୍ରାଣହାନୀ ଘଟିଛି।

ତେବେ ଏହି ସମୟ ମଧ୍ୟରେ ୩ ଲକ୍ଷ ୬ ହଜାର ୩୫୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୩ ଲକ୍ଷ ୭୧ ହଜାର ୫୦୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୯୧ ହଜାର ୭୦୦ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୭୬ ଲକ୍ଷ ୭୭ ହଜାର ୩୨୮ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୨ ଲକ୍ଷ ୨ ହଜାରକୁ ୪୭୨ ବୃଦ୍ଧି ପାଇଛି।

Related posts