ଦେଶରେ ଆଜି କମିଛି ସଂକ୍ରମଣ, କିନ୍ତୁ କରୋନାଜନିତ ମୃତ୍ୟୁ ୮୭୧

Published: Jan 29, 2022, 10:32 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୨ ଲକ୍ଷ ୫୧ ହଜାର ୨୦୯ ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୨ ଲକ୍ଷ ୩୫ ହଜାର ୫୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଆଜି ଆଉ ୮୭୧ ଜଣଙ୍କ ପ୍ରାଣହାନୀ ଘଟିଛି।

ତେବେ ଏହି ସମୟ ମଧ୍ୟରେ ୩ ଲକ୍ଷ ୩୫ ହଜାର ୯୩୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୮ ଲକ୍ଷ ୫୮ ହଜାର ୨୪୧ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୯୩ ହଜାର ୧୯୮ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୩ କୋଟି ୮୩ ଲକ୍ଷ ୬୦ ହଜାର ୭୧୦ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୦ ଲକ୍ଷ ୪ ହଜାରକୁ ୩୩୩ ବୃଦ୍ଧି ପାଇଛି।

Related posts