ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦ ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Jan 29, 2022, 9:35 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୨୬୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩ ହଜାର ୮୨୯, ସୁନ୍ଦରଗଡରୁ ୯୩୨, କଟକରୁ ୭୬୬, କଳାହାଣ୍ଡିରୁ ୪୬୨, ବାଲେଶ୍ବରରୁ ୨୯୦, ଯାଜପୁରରୁ ୨୮୯, ବଲାଙ୍ଗୀରିରୁ ୨୧୮, ନୂଆପଡାରୁ ୧୯୪, ମୟୂରଭଞ୍ଜରୁ ୧୭୯, ନବରଙ୍ଗପୁରରୁ ୧୬୭, ନୟାଗଡରୁ ୧୬୬, ବରଗଡରୁ ୧୪୫, ପୁରୀରୁ ୧୪୫, ଜଗତସିଂହପୁରରୁ ୧୪୪, ଅନୁଗୁଳରୁ ୧୪୩, କୋରାପୁଟରୁ ୧୨୯, ଭଦ୍ରକରୁ ୧୨୮, ଭଦ୍ରକରୁ ୧୨୮, ସମ୍ବଲପୁରରୁ ୧୨୫, କେନ୍ଦ୍ରାପଡାରୁ ୧୦୮, କନ୍ଧମାଳରୁ ୧୦୫, କେନ୍ଦୁଝରରୁ ୧୦୧, ଝାରସୁଗୁଡାରୁ ୯୯, ମାଲକାନଗିରିରୁ ୯୯, ଗଜପତିରୁ ୯୬, ସୋନପୁରରୁ ୭୯, ଗଞ୍ଜାମରୁ ୬୨, ଦେବଗଡରୁ ୫୫, ରାୟଗଡାରୁ ୫୫, ବୌଦ୍ଧରୁ ୪୨, ଢେଙ୍କାନାଳରୁ ୩୮ ଏବଂ ଷ୍ଟେଟ ପୁଲରୁ ୮୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୧ ଲକ୍ଷ ୮୪ ହଜାର ୧୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୧୭ ହଜାର ୮୪୨ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୬୭ ହଜାର ୯୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts