ରାଜ୍ୟରେ ୫ ହଜାର ତଳକୁ ଖସିଲା କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

Published: Jan 30, 2022, 10:24 am IST

ଭୁବନେଶ୍ବର:  ଗତକାଲି ରାଜ୍ୟରେ ୪ ହଜାର ୮୪୨ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୪ ହଜାର ୮୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୬୬୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨ ହଜାର ୮୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨ ହଜାର ୨୮  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫୮

ବାଲେଶ୍ଵର ଜିଲ୍ଲାରୁ- ୧୫୨

ବରଗଡ ଜିଲ୍ଲାରୁ- ୮୦

ଭଦ୍ରକ ଜିଲ୍ଲାରୁ- ୬୦

ବଲାଙ୍ଗୀରି ଜିଲ୍ଲାରୁ- ୯୫

ବୌଦ୍ଧ ଜିଲ୍ଲାରୁ- ୪୯

କଟକ ଜିଲ୍ଲାରୁ – ୩୭୯

ଦେବଗଡ ଜିଲ୍ଲାରୁ- ୭୩

ଢେଙ୍କାନାଳ ଜିଲ୍ଲାରୁ- ୪୫

ଗଜପତି ଜିଲ୍ଲାରୁ- ୬୨

ଗଞ୍ଜାମ ଜିଲ୍ଲାରୁ- ୬୭

ଜଗତସିଂହପୁର ଜିଲ୍ଲାରୁ- ୧୦୦

ଯାଜପୁର ଜିଲ୍ଲାରୁ- ୧୬୬

ଝାରସୁଗୁଡା ଜିଲ୍ଲାରୁ- ୬୧

କଳାହାଣ୍ଡି ଜିଲ୍ଲାରୁ- ୧୫୮

କନ୍ଧମାଳ ଜିଲ୍ଲାରୁ- ୫୨

କେନ୍ଦ୍ରାପଡା ଜିଲ୍ଲାରୁ- ୭୦

କେନ୍ଦୁଝର ଜିଲ୍ଲାରୁ- ୮୧

ଖୋର୍ଦ୍ଧା ଜିଲ୍ଲାରୁ- ୧୦୨୩

କୋରାପୁଟ ଜିଲ୍ଲାରୁ- ୫୦

ମାଲକାନଗିରି ଜିଲ୍ଲାରୁ- ୧୮

ମୟୂରଭଞ୍ଜ ଜିଲ୍ଲାରୁ- ୧୫୨

ନବରଙ୍ଗପୁର ଜିଲ୍ଲାରୁ- ୧୩୭

ନୟାଗଡ ଜିଲ୍ଲାରୁ- ୧୯୪

ନୂଆପଡା ଜିଲ୍ଲାରୁ- ୧୬୬

ପୁରୀ ଜିଲ୍ଲାରୁ- ୭୨

ରାୟଗଡା ଜିଲ୍ଲାରୁ- ୯୯

ସମ୍ବଲପୁର ଜିଲ୍ଲାରୁ- ୧୨୮

ସୋନପୁର ଜିଲ୍ଲାରୁ- ୭୩

ସୁନ୍ଦରଗଡ ଜିଲ୍ଲାରୁ- ୭୩୫

ଷ୍ଟେଟ ପୁଲରୁ- ୧୮୮

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୪ ହଜାର ୧୭୪ ଏବଂ ବର୍ତ୍ତମାନ ୫୩ ହଜାର ୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts