କରହଲ ଆସନରୁ ଅଖିଳେଶ ଯାଦବଙ୍କ ବିରୋଧରେ ଲଢିବେ ବିଜେପିର ଏହି ନେତା

Published: Jan 31, 2022, 3:10 pm IST

ଲକ୍ଷ୍ନୌ: କରହଲ ଆସନରୁ ଅଖିଳେଶ ଯାଦବଙ୍କ ବିରୋଧରେ କେନ୍ଦ୍ର ମନ୍ତ୍ରୀ ଏସପି ସିଂ ବଘେଲ ପ୍ରତିଦ୍ୱନ୍ଦ୍ୱିତା କରିବେ। ବଘେଲ ଆଜି ମେନପୁରୀ କଲେକ୍ଟରେଟରେ ପହଞ୍ଚିବା ପରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। କେନ୍ଦ୍ର ଆଇନ ତଥା ରାଜ୍ୟ ମନ୍ତ୍ରୀ ଏସପି ସିଂ ବଘେଲ ଆଗ୍ରାର ଜଣେ ସାଂସଦ। ସମାଜବାଦୀ ପାର୍ଟି ସହିତ ଏସପି ସିଂ ବଘେଲ ରାଜନୀତି ଆରମ୍ଭ କରିଥିଲେ ଏବଂ ପରେ ୨୦୦୯ରେ ବିଏସପି ଯାଇଥିଲେ ଏବଂ ସେ ୨୦୧୪ ପର୍ଯ୍ୟନ୍ତ ରହିଥିଲେ। ୨୦୧୪ ରେ ସେ ବିଜେପିରେ ଯୋଗ ଦେଇଥିଲେ।

ଆଜି ଅଖିଳେଶ ଯାଦବ ମଧ୍ୟ କରହଲରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅଖିଳେଶ ଯାଦବ କହିଛନ୍ତି ଯେ, ଏହି ‘ନାମାଙ୍କନ’ ଏକ ‘ମିଶନ’। କାରଣ ଏହି ନିର୍ବାଚନ ରାଜ୍ୟ ତଥା ଦେଶର ପରବର୍ତ୍ତୀ ସମୟରେ ଇତିହାସ ଲେଖିବ। କରହଲ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ମେନପୁରୀ ସଂସଦୀୟ ନିର୍ବାଚନମଣ୍ଡଳୀର ଏକ ଅଂଶ ଯାହା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦ୍ୱାରା ପ୍ରତିନିଧିତ୍ଵ ହୋଇଛି।

Related posts