ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୬୭ ହଜାର ୫୯ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୬୧ ହଜାର ୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୧୯୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୭୩୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୧୬ ଲକ୍ଷ ୩୦ ହଜାର ୭୮୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ ୯୭ ହଜାର ୯୭୫ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।
ତେବେ ଏପର୍ଯ୍ୟନ୍ତ ୩ କୋଟି ୯୫ ଲକ୍ଷ ୧୧ ହଜାର ୧୩୦୭ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୬ ଲକ୍ଷ ୨୧ ହଜାରକୁ ୬୦୩ ବୃଦ୍ଧି ପାଇଛି।
Tags: କରୋନାଜନିତ ମୃତ୍ୟୁ, ସାମାନ୍ୟ ହ୍ରାସ