
ଭୁବନେଶ୍ବର: ଗତକାଲି ଅର୍ଥମନ୍ତ୍ରୀ ନିର୍ମଲା ସିତାରମଣ ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ରେଳ ବଜେଟ୍ରେ ଓଡିଶାକୁ ଗତ ଥର ଅପେକ୍ଷା ଅଧିକ ପ୍ୟାକେଜ୍ ଘୋଷଣା ହୋଇଛି। ଏଥର ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବାପରେ ଓଡିଶାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କୁହାଯାଉଛି।
ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀର ରେଳ ପଥ ପାଇଁ ୮୯୧.୧୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ଅନୁଗୁଳ-ସୁକିନ୍ଦା ପାଇଁ ୪୭୫ କୋଟି ଟଙ୍କା, ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି ଟଙ୍କା, ହରିଦାସପୁର-ପାରାଦୀପ ପାଇଁ ୮୫ କୋଟି ଟଙ୍କା, ଜୟପୁର-ମାଲକାନାଗିରି ପାଇଁ ୧୩ କୋଟି ୮୦ ଲକ୍ଷ ଟଙ୍କା, ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି ଟଙ୍କାର, ନୂଆପଡା-ଗୁଣୁପୁର-ଥେରୁବାଲି ପାଇଁ ୧୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
ସେହିଭଳି ଓଡିଶାରେ ରେଳ ଟ୍ରାକ୍ ଡବଲିଂ ପାଇଁ ମଧ୍ୟ ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି। ଖୋର୍ଦ୍ଧା ରୋଡ୍-ବାରଙ୍ଗ ଡବଲିଂ ପାଇଁ ୧୬୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ, ସମ୍ଭଲପୁର-ଟିଟିଲାଗଡ ଡବଲିଂ ପାଇଁ ୭୯ କୋଟି ୫୦ ଲକ୍ଷ, ବାଂଶପାଲି-ଦୈତାରୀ-ଟମଖା-ଯଖପୁରା ଡବଲିଂ ପାଇଁ ୩୦୦ କୋଟି ଟଙ୍କା, ସମ୍ବଲପୁର-ତାଳଚେର ଡବଲିଂ ପାଇଁ ୧୭୨ କୋଟି ୫୦ ଲକ୍ଷ ଟଙ୍କା, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ପାଇଁ ୩୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।