Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପକ୍ଷରୁ ଟୁ ପ୍ଲାଟଫର୍ମସ୍‌ରେ ୧୫ ନିୟୁତ ଡଲାରର ନିବେଶ ଘୋଷଣା
ଆଜିର ଖବର

ଜିଓ ପକ୍ଷରୁ ଟୁ ପ୍ଲାଟଫର୍ମସ୍‌ରେ ୧୫ ନିୟୁତ ଡଲାରର ନିବେଶ ଘୋଷଣା

February 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରଣବ ମିସ୍ତ୍ରୀ ପ୍ରତିଷ୍ଠା କରିଥିବା ଷ୍ଟାର୍ଟଅପ୍ ସଂସ୍ଥା ଟୁ ପ୍ଲାଟଫର୍ମସ୍ ରେ ପୂର୍ଣ୍ଣବିଘଟିତ ହୋଇପାରୁଥିବା ୨୫% ଅଂଶଧନ ପାଇଁ ୧୫ ନିୟୁତ ଆମେରିକୀୟ ଡଲାର ନିବେଶ କରିଛି।

ଟୁ ପ୍ଲାଟଫର୍ମସ୍ ହେଉଛି ଏକ ଆର୍ଟିଫିସିଆଲ୍ ରିଅଲିଟି କମ୍ପାନୀ ଯାହା ଇଂଟରଆକ୍ଟିଭ୍ ଓ ଇମର୍ସନାଲ୍ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (ଏଆଇ) ଅନୁଭୂତି ବିକଶିତ କରିବାଉପରେ ଧ୍ୟାନ ଦେଉଛି। ଲେଖା ଓ ସ୍ୱର ପରେ ଭିଜୁଆଲ ଓ ଇଂଟରଆକ୍ଟିଭ୍ ହେଉଛି ଏଆଇର ପରବର୍ତ୍ତୀ ଅଧ୍ୟାୟ ବୋଲି ଟୁ ବିଶ୍ୱାସ କରୁଛି। ଟୁ ପ୍ଲାଟଫର୍ମସ୍ ର ଆର୍ଟିଫିସିଆଲ୍ ରିଅଲଟି ପ୍ଲାଟଫର୍ମ ବାସ୍ତବ ସମୟ ଭିତିକଏଆଇ ଭଏସ୍ ଓ ଭିଡିଓ କଲ୍‌, ଡିଜିଟାଲ୍ ହ୍ୟୁମାନ୍ସ, ଇମରସିଭ୍ ସ୍ପେସ୍ ଓ ବାସ୍ତବ ସଦୃଶ ଗେମିଂ ସୁବିଧା ପ୍ରଦାନ କରୁଛି। ଟୁ ଏହାର ଇଂଟରଆକ୍ଟିଭ୍ ଏଆଇ ପ୍ରଯୁକ୍ତିକୁ ପ୍ରଥମେ ଉପଭୋକ୍ତା ଆପ୍ଳିକେସନ୍ କ୍ଷେତ୍ରରେ ଏବଂ ତା’ ପରେ ମନୋରଂଜନ ଓ ଗେମିଂ ସହିତ ରିଟେଲ୍‌, ସେବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ୱେଲ୍‌ନେସ୍ ଭଳି ସଂସ୍ଥାଗତ ସମାଧାନ କ୍ଷେତ୍ରରେ ପ୍ରୟୋଗ କରିବାକୁ ଲକ୍ଷ୍ୟ ରଖିଛି।

ଟୁର ପ୍ରତିଷ୍ଠାତା ଟିମ୍‌ରେ ଥିବା ସଦସ୍ୟ ମାନଙ୍କର ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକର ଗବେଷଣା, ଡିଜାଇନ୍ ଓ ପରିଚାଳନା କ୍ଷେତ୍ରରେ ବହୁବର୍ଷର ନେତୃତ୍ୱ ଅଭିଜ୍ଞତା ରହିଛି।

ନୂତନ ପ୍ରଯୁକ୍ତିକୁ ଗ୍ରହଣ କରିବାକୁ ତ୍ୱରାନ୍ୱିତ କରିବା ଏବଂ ଏଆଇ, ମେଟାଭର୍ସ ଓ ମିକ୍ସଡ୍ ରିଅଲିଟି ଭଳି ଅଭିନବ ପ୍ରଯୁକ୍ତି ଗଠନ କରିବା ପାଇଁ ଜିଓ ସହିତ ମିଳିତ ଭାବେ ଟୁ କାର୍ଯ୍ୟକରିବ।

ଏହି ନିବେଶ ସମ୍ପର୍କରେ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, “ଏଆଇ/ଏମଏଲ, ଏଆର୍‌, ମେଟାଭର୍ସ ଓ ୱେବ୍ ୩.୦ ଭଳି କ୍ଷେତ୍ରରେ ଟୁ ପ୍ରତିଷ୍ଠାତା ଟିମ୍‌ର ଯେଉଁ ଦୃଢ଼ ଅଭିଜ୍ଞତା ଓ ଦକ୍ଷତା ରହିଛି ତାହାକୁ ନେଇ ଆମେ ଅତ୍ୟନ୍ତ ପ୍ରଭାବିତ। ଇଂଟରାକ୍ଟିଭ୍ ଏଆଇ, ଇମର୍ସିଭ୍ ଗେମିଂ ଓ ମେଟାଭର୍ସ ଭଳି କ୍ଷେତ୍ରରେ ନୂତନ ଉତ୍ପାଦ ବିକାଶ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟତା ପ୍ରଦାନ କରିବା ଲାଗି ଟୁ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।’’

ଟୁ ସିଇଓ ପ୍ରଣବ ମିସ୍ତ୍ରୀ କହିଛନ୍ତି ଯେ, “ଭାରତର ଡିଜିଟାଲ୍ ରୂପାନ୍ତରଣର ମୂଳଦୁଆ ହେଉଛି ଜିଓ। ଏଆଇର ପରିସରକୁ ବ୍ୟାପକ କରିବା ଏବଂ ଗ୍ରାହକ ଓ ବ୍ୟବସାୟରେ ବ୍ୟାପକଭାବେ ଆର୍ଟିଫିସିଆଲ ରିଅଲିଟିର ପ୍ରୟୋଗ ଆରମ୍ଭ କରିବା ପାଇଁ ଜିଓ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଟୁ ରେ ଆମେ ବେଶ ଉତ୍ସାହିତ ଅଛୁ।’’

ଏହି କାରବାରରେ ଜିଓ ପାଇଁ ହ୍ୱାଇଟ୍ ଆଣ୍ଡ୍ କେସ୍ ଆଇନ ପରାମର୍ଶଦାତା ଭୂମିକା ତୁଲାଇଛି।

ଜିଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025

ସେପ୍ଟେମ୍ବର ୧୭ ରେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 10, 2025

ପିସ୍ତଲ୍ ସହ ଦୁଇ ସନ୍ଦିଗ୍ଧ ଯୁବକ ଗିରଫ

September 10, 2025

ଏଫ.ଏମ. କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

September 10, 2025
Latest News

ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ସୁନା ମୂଲ୍ୟ, ଜାଣନ୍ତୁ ଆଜିର ଦର

September 10, 2025

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

September 10, 2025

ସେପ୍ଟେମ୍ବର ୧୭ ରେ ‘ସ୍ୱସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ’ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 10, 2025

ପିସ୍ତଲ୍ ସହ ଦୁଇ ସନ୍ଦିଗ୍ଧ ଯୁବକ ଗିରଫ

September 10, 2025

ଏଫ.ଏମ. କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.