Categories
ଆଜିର ଖବର ଜାତୀୟ ଖବର

ଜିଓ ପକ୍ଷରୁ ଟୁ ପ୍ଲାଟଫର୍ମସ୍‌ରେ ୧୫ ନିୟୁତ ଡଲାରର ନିବେଶ ଘୋଷଣା

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା ଆମେରିକାର ସିଲିକନ୍ ଭ୍ୟାଲିରେ ପ୍ରଣବ ମିସ୍ତ୍ରୀ ପ୍ରତିଷ୍ଠା କରିଥିବା ଷ୍ଟାର୍ଟଅପ୍ ସଂସ୍ଥା ଟୁ ପ୍ଲାଟଫର୍ମସ୍ ରେ ପୂର୍ଣ୍ଣବିଘଟିତ ହୋଇପାରୁଥିବା ୨୫% ଅଂଶଧନ ପାଇଁ ୧୫ ନିୟୁତ ଆମେରିକୀୟ ଡଲାର ନିବେଶ କରିଛି।

ଟୁ ପ୍ଲାଟଫର୍ମସ୍ ହେଉଛି ଏକ ଆର୍ଟିଫିସିଆଲ୍ ରିଅଲିଟି କମ୍ପାନୀ ଯାହା ଇଂଟରଆକ୍ଟିଭ୍ ଓ ଇମର୍ସନାଲ୍ ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ (ଏଆଇ) ଅନୁଭୂତି ବିକଶିତ କରିବାଉପରେ ଧ୍ୟାନ ଦେଉଛି। ଲେଖା ଓ ସ୍ୱର ପରେ ଭିଜୁଆଲ ଓ ଇଂଟରଆକ୍ଟିଭ୍ ହେଉଛି ଏଆଇର ପରବର୍ତ୍ତୀ ଅଧ୍ୟାୟ ବୋଲି ଟୁ ବିଶ୍ୱାସ କରୁଛି। ଟୁ ପ୍ଲାଟଫର୍ମସ୍ ର ଆର୍ଟିଫିସିଆଲ୍ ରିଅଲଟି ପ୍ଲାଟଫର୍ମ ବାସ୍ତବ ସମୟ ଭିତିକଏଆଇ ଭଏସ୍ ଓ ଭିଡିଓ କଲ୍‌ଡିଜିଟାଲ୍ ହ୍ୟୁମାନ୍ସଇମରସିଭ୍ ସ୍ପେସ୍ ଓ ବାସ୍ତବ ସଦୃଶ ଗେମିଂ ସୁବିଧା ପ୍ରଦାନ କରୁଛି। ଟୁ ଏହାର ଇଂଟରଆକ୍ଟିଭ୍ ଏଆଇ ପ୍ରଯୁକ୍ତିକୁ ପ୍ରଥମେ ଉପଭୋକ୍ତା ଆପ୍ଳିକେସନ୍ କ୍ଷେତ୍ରରେ ଏବଂ ତା’ ପରେ ମନୋରଂଜନ ଓ ଗେମିଂ ସହିତ ରିଟେଲ୍‌ସେବାଶିକ୍ଷାସ୍ୱାସ୍ଥ୍ୟ ଓ ୱେଲ୍‌ନେସ୍ ଭଳି ସଂସ୍ଥାଗତ ସମାଧାନ କ୍ଷେତ୍ରରେ ପ୍ରୟୋଗ କରିବାକୁ ଲକ୍ଷ୍ୟ ରଖିଛି।

ଟୁର ପ୍ରତିଷ୍ଠାତା ଟିମ୍‌ରେ ଥିବା ସଦସ୍ୟ ମାନଙ୍କର ବିଶ୍ୱସ୍ତରୀୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକର ଗବେଷଣାଡିଜାଇନ୍ ଓ ପରିଚାଳନା କ୍ଷେତ୍ରରେ ବହୁବର୍ଷର ନେତୃତ୍ୱ ଅଭିଜ୍ଞତା ରହିଛି।

ନୂତନ ପ୍ରଯୁକ୍ତିକୁ ଗ୍ରହଣ କରିବାକୁ ତ୍ୱରାନ୍ୱିତ କରିବା ଏବଂ ଏଆଇମେଟାଭର୍ସ ଓ ମିକ୍ସଡ୍ ରିଅଲିଟି ଭଳି ଅଭିନବ ପ୍ରଯୁକ୍ତି ଗଠନ କରିବା ପାଇଁ ଜିଓ ସହିତ ମିଳିତ ଭାବେ ଟୁ କାର୍ଯ୍ୟକରିବ।

ଏହି ନିବେଶ ସମ୍ପର୍କରେ ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନି କହିଛନ୍ତି ଯେ, “ଏଆଇ/ଏମଏଲଏଆର୍‌ମେଟାଭର୍ସ ଓ ୱେବ୍ ୩.୦ ଭଳି କ୍ଷେତ୍ରରେ ଟୁ ପ୍ରତିଷ୍ଠାତା ଟିମ୍‌ର ଯେଉଁ ଦୃଢ଼ ଅଭିଜ୍ଞତା ଓ ଦକ୍ଷତା ରହିଛି ତାହାକୁ ନେଇ ଆମେ ଅତ୍ୟନ୍ତ ପ୍ରଭାବିତ। ଇଂଟରାକ୍ଟିଭ୍ ଏଆଇଇମର୍ସିଭ୍ ଗେମିଂ ଓ ମେଟାଭର୍ସ ଭଳି କ୍ଷେତ୍ରରେ ନୂତନ ଉତ୍ପାଦ ବିକାଶ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସହାୟତା ପ୍ରଦାନ କରିବା ଲାଗି ଟୁ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।’’

ଟୁ ସିଇଓ ପ୍ରଣବ ମିସ୍ତ୍ରୀ କହିଛନ୍ତି ଯେ, “ଭାରତର ଡିଜିଟାଲ୍ ରୂପାନ୍ତରଣର ମୂଳଦୁଆ ହେଉଛି ଜିଓ। ଏଆଇର ପରିସରକୁ ବ୍ୟାପକ କରିବା ଏବଂ ଗ୍ରାହକ ଓ ବ୍ୟବସାୟରେ ବ୍ୟାପକଭାବେ ଆର୍ଟିଫିସିଆଲ ରିଅଲିଟିର ପ୍ରୟୋଗ ଆରମ୍ଭ କରିବା ପାଇଁ ଜିଓ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଟୁ ରେ ଆମେ ବେଶ ଉତ୍ସାହିତ ଅଛୁ।’’

ଏହି କାରବାରରେ ଜିଓ ପାଇଁ ହ୍ୱାଇଟ୍ ଆଣ୍ଡ୍ କେସ୍ ଆଇନ ପରାମର୍ଶଦାତା ଭୂମିକା ତୁଲାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ପ୍ରଥମ ତ୍ରୟମାସ ନିଟ୍ ଲାଭ ୪୫ ପ୍ରତିଶତ ବୃଦ୍ଧି ପାଇ ୩୬୫୧ କୋଟି ଟଙ୍କା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌)ର ଟେଲିକମ୍ ଓ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ଚଳିତ ଆର୍ଥିକ ବର୍ଷର ୨୦୨୧ ଏପ୍ରିଲ୍‌ରୁ ଜୁନ୍ ପର୍ଯ୍ୟନ୍ତର ପ୍ରଥମ ତ୍ରୟମାସରେ ନିଟ୍ ଲାଭରେ ୪୪.୯% ବୃଦ୍ଧି ସହ ୩୬୫୧ କୋଟି ଟଙ୍କା ନିଟ୍ ଲାଭ ହାସଲ କରିଥିବା କଂପାନି ପକ୍ଷରୁ ଆଜି ଘୋଷଣା କରାଯାଇଥିବା ତ୍ରୟମାସିକ ଆର୍ଥିକ ଫଳାଫଳରୁ ଜଣାପଡ଼ିଛି। ଗତବର୍ଷର ପ୍ରଥମ ତ୍ରୟମାସରେ କଂପାନି ୨୫୧୯ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା।

ଯୋଗାଯୋଗ (କନେକ୍ଟିଭିଟି) ବ୍ୟବସାୟରେ ଗ୍ରାହକ ଯୋଡ଼ି ହେବା ଜାରି ରହିଥିବାରୁ ଆଇୟୁସି ସମାୟୋଜିତ ୧୯% ଅଭିବୃଦ୍ଧି ସହ ତ୍ରୟମାସିକ ରାଜସ୍ୱ ୧୮,୯୫୨ କୋଟି ଟଙ୍କା (୨.୫ ବିଲିଅନ୍ ଡଲାର) ହୋଇଛି। ୨୦୨୧ ଜୁନ୍ ୩୦ ସୁଦ୍ଧା ଦେଶରେ ଜିଓର ମୋଟ ଗ୍ରାହକ ସଂଖ୍ୟା ୪୪ କୋଟିକୁ ବୃଦ୍ଧି ପାଇଛି। ଏହି ତ୍ରୟମାସରେ ଇବିଆଇଟିଡିଏ ୮୮୯୨ କୋଟି ଟଙ୍କା (୧.୨ ବିଲିଅନ ଡଲାର) ରହିଛି ଯାହା ଗତବର୍ଷର ପ୍ରଥମ ତ୍ରୟମାସ ଇବିଆଇଟିଡିଏ ତୁଳନାରେ ୨୧.୩% ଅଧିକ। ଏହି ତ୍ରୟମାସରେ ଗ୍ରାହକ ପିଛା ହାରାହାରି ରାଜସ୍ୱ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ୧୩୮.୪ ଟଙ୍କା ରହିଛି।

ଜିଓ ନେଟ୍‌ୱର୍କରେ ମୋଟ ଡାଟା ଟ୍ରାଫିକ୍ ୩୮.୫% ବୃଦ୍ଧି ପାଇଛି ଏବଂ ଏହି ତ୍ରୟମାସରେ ତାହା ୨୦.୩ ବିଲିଅନ ଜିବି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଡାଟା ବ୍ୟବହାର ୧୫.୬ ଜିବିକୁ ବୃଦ୍ଧି ପାଇଥିବା ବେଳେ ପ୍ରତି ମାସରେ ପ୍ରତି ଗ୍ରାହକ ପିଛା ହାରାହାରି ଭଏସ୍ ଉପଯୋଗିତା ୮୧୮ ମିନିଟ୍ ରହିଛି। ଏହି ତ୍ରୟମାସରେ କୋଭିଡ୍ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରଭାବକୁ ହ୍ରାସ କରିବା ଲାଗି ଜିଓ ତରଫରୁ ଅନେକ ଗ୍ରାହକ କୈନ୍ଦ୍ରୀକ ସେବା ଶୁଭାରମ୍ଭ କରାଯାଇଥିଲା ଯେଉଁଥିରେ ସାମିଲ ରହିଛି ଜିଓଫୋନ୍ ବ୍ୟବହାରକାରୀମାନଙ୍କ ଲାଗି ମାଗଣା ଅଫର, ଜରୁରୀକାଳୀନ ଡାଟା ଲୋନ, ହ୍ୱାଟସ୍‌ଆପ୍ ରିଚାର୍ଜ ସୁବିଧା ଏବଂ କୌଣସି ଦୈନିକ ସୀମା ନଥିବା ଫ୍ରିଡମ୍ ପ୍ଲାନ୍। କ୍ଷେତ୍ର ଭିତିରେ କାର୍ଯ୍ୟ କରିବାର ଆହ୍ୱାନ ରହିଥିବା ସତ୍ତ୍ୱେ ନିକଟ ମାସଗୁଡ଼ିକରେ ଗ୍ରାହକ ଯୋଡ଼ିବାରେ ଉନ୍ନତ ଧାରା ଜାରି ରହିଥିବାରୁ ଜିଓଫାଇବର୍‌ର ଏବେ ୩ ନିୟୁତରୁ ଅଧିକ ଘରକୁ ସଂଯୋଗ କରିପାରିଛି।

ଏହି ତ୍ରୟମାସିକ ଫଳାଫଳ ସମ୍ପର୍କରେ ମୁକେଶ ଧିରୁଭାଇି ଅମ୍ବାନି, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କହିଛନ୍ତି ଯେ, “କରୋନା ମହାମାରୀ ଦ୍ୱିତୀୟ ଲହର ଯୋଗୁଁ ପରିଚାଳନା ପରିବେଶରେ ଅତ୍ୟଧିକ ଆହ୍ୱାନକୁ ସାମ୍ନା କରିବା ସତ୍ୱେ କଂପାନି ଦୃଢ଼ ଅଭିବୃଦ୍ଧି ପ୍ରଦାନ କରିଥିବାରୁ ମୁଁ ଆନନ୍ଦିତ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସର ଫଳାଫଳ ରିଲାଏନ୍ସର ବିବିଧ ବ୍ୟବସାୟ ପୋର୍ଟଫୋଲିଓର ସବୁ ସମୟରେ ସହନଶୀଳତାକୁ ପ୍ରତିଫଳିତ କରୁଛି।

ଜିଓ ଟେଲିକମ୍ ଓ ଡିଜିଟାଲ୍ ଶିଳ୍ପର ଅଗ୍ରଣୀ ପରିଚାଳନା ସୂଚୀ ସହ ଆଉ ଏକ ରେକର୍ଡ ତ୍ରୟମାସ ପ୍ରଦର୍ଶନ କରିଛି। ମୁଁ ଜିଓ ପରିବାରର ବିଶ୍ୱସ୍ତ ଗ୍ରାହକମାନଙ୍କ ପ୍ରତି କୃତଜ୍ଞ ଯେଉଁମାନଙ୍କ ସଂଖ୍ୟା ଏହି ତ୍ରୟମାସରେ ଆହୁରି ବୃଦ୍ଧି ପାଇଛି, ଏବଂ ଯାହା ଭାରତର ଏକ ନମ୍ବର ଡିଜିଟାଲ୍ ସଂଯୋଗ ଓ ସେବା ପ୍ରଦାନକାରୀ ଭାବେ ଏହାର ସ୍ଥିତିକୁ ସୁଦୃଢ଼ କରିଛି। ଉତ୍କୃଷ୍ଟ ସେବା ମାନର ସ୍ତରରେ ଉନ୍ନତି ଆଣିବା ଉପରେ ଆମର ନିରନ୍ତର ଗୁରୁତ୍ୱକୁ ସେମାନେ ପସନ୍ଦ କରୁଛନ୍ତି।

ଆମର ଓ୨ସି (ଅଏଲ୍ ଟୁ କେମିକାଲ୍ସ) ବ୍ୟବସାୟରେ ରହିଥିବା ସମନ୍ୱିତ ପୋର୍ଟଫୋଲିଓ ଓ ଉତ୍କୃଷ୍ଟ ଉତ୍ପାଦ ଉପସ୍ଥାପନ ଦକ୍ଷତା ଜରିଆରେ ଆମେ ଆୟ ଦୃଢ଼ କରିପାରିଛୁ। ଆମର ସହଯୋଗୀ ବିପି ସହିତ ଆମେ କେଜି ଡି୬ ରେ ସାଟେଲାଇଟ୍ କ୍ଲଷ୍ଟର କାର୍ଯ୍ୟକ୍ଷମ କରିଛୁ ଓ ଉତ୍ପାଦନରେ ବୃଦ୍ଧି ଜାରି ରଖି ଭାରତର ଗ୍ୟାସ୍ ଉତ୍ପାଦନକୁ ୨୦% ଅବଦାନ ପ୍ରଦାନ କରିଛୁ। ଦେଶର ଉଜ୍ୱର୍ା ସୁରକ୍ଷାରେ ଏହା ହେଉଛି ଏକ ପ୍ରମୁଖ ଯୋଗଦାନ।’’

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫% ବୃଦ୍ଧି ସହ ୩୪୮୯ କୋଟି ଟଙ୍କା

ମୁମ୍ବାଇ/ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫% ବୃଦ୍ଧିପାଇ ୩୪୮୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।  ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ ଆର୍ଥିକ ଫଳାଫଳ ଘୋଷଣାରେ ଏହି ସୂଚନା ଦିଆଯାଇଛି। ଡିଜିଟାଲ ଓ ଟେଲିକମ୍ ସେବା ଯୋଗାଇ ଦେଉଥିବା ଜିଓ ପ୍ଲାଟଫର୍ମସ୍ ତାହାର ପୂର୍ବ ତିନିମାସ (ଜୁଲାଇ-ସେପ୍ଟେମ୍ବର)ରେ ୩୦୨୦ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଥିଲା। ୨୦୨୦ ଅକ୍ଟୋବର-ଡିସେମ୍ବର ତିନିମାସରେ କମ୍ପାନୀର ମୋଟ ରାଜସ୍ୱ ଆୟ ୨୨୮୫୮ କୋଟି ଟଙ୍କା ହୋଇଥିବା ଜଣାପଡିଛି।

୨୦୨୦ ଡିସେମ୍ବର ୩୧ ସୁଦ୍ଧା ଜିଓ ପ୍ଲାଟଫର୍ମସ୍‌ର ମୋଟ ଗ୍ରାହକ ସଂଖ୍ୟା ୪୧କୋଟି ହୋଇଥିବା ଜଣାଯାଇଛି। ଏହି ତ୍ରୟମାସ ଅବଧିରେ ରିଲାଏନ୍ସ ଜିଓର ଗ୍ରାହକ ପିଛା ଡାଟା ବ୍ୟବହାର ମାସିକ ହାରାହାରି ୧୨.୯ ଗିଗାବାଇଟ (ଜିବି) ହୋଇଥିବା ବେଳେ ଭଏସ୍ କଲ୍ ଉପଯୋଗ ୭୯୫ ମିନିଟ୍ ହୋଇଥିବା କମ୍ପାନୀ ପ୍ରକାଶ କରିଛି। ଜିଓର ପ୍ରତି ବ୍ୟବହାରକାରୀ ପିଛା ରାଜସ୍ୱ (ଆର୍ପୁ) ୨୦୨୦ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକର ମାସିକ ହାରାହାରି ୧୪୫ ଟଙ୍କାରୁ ବୃଦ୍ଧିପାଇ ଅକ୍ଟୋବର-ଡିସେମ୍ବର ତିନିମାସରେ ୧୫୧ ଟଙ୍କାରେ ପହଁଚିଛି। ଏହି ତ୍ରୟମାସରେ ଜିଓ ନେଓ୍‌ୱର୍କରେ ମୋଟ ଡାଟା ବ୍ୟବହାର ବୃଦ୍ଧି ପାଇ ୧୫୮୬ କୋଟି ଜିବିରେ ପହଁଞ୍ଚିଥିବା ବେଳେ ମୋଟ ଭଏସ୍ ଟ୍ରାଫିକ୍ ବୃଦ୍ଧିପାଇ ୯୭୪୯୬ କୋଟି ମିନିଟ୍ ରହିଥବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଏହି ତ୍ରୟମାସରେ ଜିଓଫାଇବର ଗ୍ରାହକ ସଂଖ୍ୟାରେ ଦ୍ରୁତ ବୃଦ୍ଧି ହେବା ସହିତ ନିୟୁତାଧିକ ଉପଭୋକ୍ତାଙ୍କ ପାଇଁ ଜିଓ ଫାଇବର ଜୀବନରେଖା ପାଲଟିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

କମ୍ପାନୀର ଆର୍ଥିକ ଫଳାଫଳ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମୁକେଶ ଡି. ଅମ୍ବାନି କହିଛନ୍ତି, “ସଂପ୍ରତି ବିଶ୍ୱରେ ଡିଜିଟାଲ ବିପ୍ଳବକୁ ନେତୃତ୍ୱ ପ୍ରଦାନକାରୀ ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ଅନ୍ୟତମ ହୋଇଛି। ଏହି ନେତୃତ୍ୱ ସ୍ଥାନ ବଜାୟ ରଖିବା ପାଇଁ ଜିଓ ଏହାର ଡିଜିଟାଲ ପ୍ଲାଟଫର୍ମସମୂହ ଓ ସ୍ୱଦେଶୀ ସ୍ତରରେ ବିକଶିତ ପରବର୍ତ୍ତୀ ପିଢିର ୫ଜି ସେବା ପ୍ରଚଳନକୁ ତ୍ୱରାନ୍ୱିତ କରିବା ପ୍ରୟାସ ଜାରି ରଖିବ ତଥା ଏହାକୁ ସୁଲଭ ଏବଂ ପ୍ରତ୍ୟେକ ସ୍ଥାନରେ ଉପଲବ୍ଧ କରାଇବ। ଜିଓର ୫ଜି ସେବା ଆତ୍ମନିର୍ଭର ଭାରତର ଲକ୍ଷ୍ୟର ଏକ ଦୃଢ ପରିଚାୟକ ହେବ।

ଭାରତକୁ ୨ଜି ମୁକ୍ତ କରିବାକୁ ଜିଓ ପ୍ରତିବଦ୍ଧ ଏବଂ ଏଥିସହିତ ପ୍ରତ୍ୟେକ ଭାରତୀୟଙ୍କୁ ନିଜ ପାଖରେ ସୁଲଭ ମୂଲ୍ୟର ସ୍ମାର୍ଟଫୋନ ସହିତ ଡିଜିଟାଲ ଓ ଡାଟା ବିପ୍ଳବରେ ସାମିଲ୍ କରାଇବାକୁୁ ସଶକ୍ତ କରୁଛି। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁଠାରୁ ସୁଲଭ ମୂଲ୍ୟରେ ବିଶ୍ୱମାନର ଡିଜିଟାଲ ସେବା ଉପଲବ୍ଧ କରାଇବା ପାଇଁ ଆମେ ସମସ୍ତ ଅଂଶୀଦାରଙ୍କୁ ଆମନ୍ତ୍ରଣ ଓ ଉତ୍ସାହିତ କରୁଛୁ।”

ଶୁକ୍ରବାର ଘୋଷଣା କରାଯାଇଥିବା ୨୦୨୦ ଅକ୍ଟୋବର-ଡିସେମ୍ବର ତିନିମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ମୋଟ ରାଜସ୍ୱ ପୂର୍ବ ତିନିମାସ ତୁଳନାରେ ୭.୪% ବୃଦ୍ଧିପାଇ ୧,୩୭,୮୨୯ କୋଟି ଟଙ୍କା ହୋଇଛି। ଏହି ଅବଧିରେ କମ୍ପାନୀର ନେଟ୍ ଲାଭ ପୂର୍ବ ତ୍ରୟମାସ ତୁଳନାରେ ୪୧.୬ ପ୍ରତିଶତ ବୃଦ୍ଧିପାଇ ୧୫,୦୧୫ କୋଟି ଟଙ୍କାରେ ପହଁଚିଥିବା ଆରଆଇଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।