ଦେଶରେ ଗତକାଲି ଠାରୁ ଆଜି କମ ଆକ୍ରାନ୍ତ ଚିହ୍ନଟ, କିନ୍ତୁ ଆଜି ମଧ୍ୟ ୧ ହଜାର ପରେ ରହିଛି ମୃତ୍ୟୁ ସଂଖ୍ୟା

Published: Feb 5, 2022, 11:01 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୪୯ ହଜାର ୩୯୪ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୧ ଲକ୍ଷ ୨୭ ହଜାର ୯୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୦୭୨ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୦୫୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୨ ଲକ୍ଷ ୩୦ ହଜାର ୮୧୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୦ ଲକ୍ଷ ୮୦ ହଜାର ୬୬୪ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୧ ହଜାର ୧୧୪ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୪ କୋଟି ୨ ଲକ୍ଷ ୪୭ ହଜାର ୯୦୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୩ ଲକ୍ଷ ୩୧ ହଜାରକୁ ୬୪୮ ବୃଦ୍ଧି ପାଇଛି।

Related posts